Weather Update: ଆହୁରି କଲବଲ କରିବ ତାତି, ଆଜି ୪୧ ଡିଗ୍ରୀ ଛୁଇଁପାରେ ଏହି ତିନି ସହରର ତାପମାତ୍ରା
Advertisement
Article Detail0/zeeodisha/odisha2181777

Weather Update: ଆହୁରି କଲବଲ କରିବ ତାତି, ଆଜି ୪୧ ଡିଗ୍ରୀ ଛୁଇଁପାରେ ଏହି ତିନି ସହରର ତାପମାତ୍ରା

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ଦିନ ମାଲକାନଗିରିର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ବୌଦ୍ଧ, ଟିଟିଲାଗଡ଼,ବଲାଙ୍ଗୀର ଓ ନୟାଗଡ଼ରେ ୪୦ ଡିଗ୍ରୀ ଟପିଛି ତାପମାତ୍ରା। ଦିନ ୧୧ଟାରୁ ପ୍ରଚଣ୍ତ ତାତି ଓ ଭୀଷଣ ଗୁଳୁଗୁଳି ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗକୁ ତାତି ଆହୁରି ସାଂଘାତିକ ହେବ। ୩ରୁ ୪ ଦିନରେ ତାତି ୪୩ ଡିଗ୍ରୀ ଛୁଇଁବ। 

ସୌଜନ୍ୟ-ସୋସିଆଲ୍ ମିଡିଆ

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଶନିବାର ଦିନ ମାଲକାନଗିରିର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଛି। ବୌଦ୍ଧ, ଟିଟିଲାଗଡ଼,ବଲାଙ୍ଗୀର ଓ ନୟାଗଡ଼ରେ ୪୦ ଡିଗ୍ରୀ ଟପିଛି ତାପମାତ୍ରା। ଦିନ ୧୧ଟାରୁ ପ୍ରଚଣ୍ତ ତାତି ଓ ଭୀଷଣ ଗୁଳୁଗୁଳି ଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ଆଗକୁ ତାତି ଆହୁରି ସାଂଘାତିକ ହେବ। ୩ରୁ ୪ ଦିନରେ ତାତି ୪୩ ଡିଗ୍ରୀ ଛୁଇଁବ। ଆକାଶରୁ ନିଆଁ ବର୍ଷିବ।  ଉପକୂଳଠୁ ପଶ୍ଟିମ ଓଡି଼ଶା ଓ ଆଭ୍ୟାନ୍ତରିଣ ଓଡି଼ଶା ଜଳିବ। ଭୁବନେଶ୍ବର ଆଂଚଳିକ ପାଣିପାଗ କେନ୍ଦ୍ର ସୂଚନା କହୁଛି, ଏପ୍ରିଲ୍ ୨ ତାରିଖରେ ବୌଦ୍ଧରେ ତାତି ୪୩ ଡିଗ୍ରୀ ଛୁଇଁପାରେ। ୩ରେ ସୋନପୁର, ବଲାଙ୍ଗୀରରେ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରାଇଛି।

ALSO READ: Today Horoscope: ଆଜି ଏହି ସବୁ ରାଶି ପାଇଁ ବଢିପାରେ ଅଡୁଆ , ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ଆଜି ବୌଦ୍ଧ, ନୟାଗଡ, ପାରଳାଖେମୁଣ୍ତିରେ ତାତି ୪୧ ଡିଗ୍ରୀ ଛୁଇଁପାରେ। ସୋମବାର ଅନୁଗୁଳ, ସୋନପୁର, ସୁନ୍ଦରଗଡ , ବଲାଙ୍ଗୀର, ନୟାଗଡ, ରାୟଗଡା, ପାରଳାଖେମୁଣ୍ତି ଓ ନବରଙ୍ଗପୁରରେ ତାପମାତ୍ରା ୪୧ ଡିଗ୍ରୀ ଛୁଇଁପାରେ। ରାଜ୍ୟରେ ଖରା ବଢୁଥିବାରୁ ଏଣିକି ସକାଳୁଆ ସ୍କୁଲ୍ ହେବ। ଏବେ ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ଗୀଷ୍ମ ପ୍ରବାହ ଜାରି କରାଯାଇଥିବାରୁ ସକାଳ ସମୟରେ ସ୍କୁଲରେ ପାଠ ପଢାଯିବାକୁ ନିଷ୍ପତ୍ତି ନିଆଯାଇଛି । ଏପ୍ରିଲ୍‍ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ନୂତନ ଶିକ୍ଷାବର୍ଷ। ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସକାଳୁଆ ସ୍କୁଲ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସକାଳ ୭ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ  ସ୍କୁଲରେ ପାଠପଢା ହେବ । ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଏହି ନିୟମ ଲାଗୁ କରାଯାଇଛି ।