Cyclone Update: ଆସୁଛି ୨ଟି ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା !
Advertisement
Article Detail0/zeeodisha/odisha1975851

Cyclone Update: ଆସୁଛି ୨ଟି ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା !

Weather Update: ଆସୁଛି ବାତ୍ୟା!। ବଙ୍ଗୋପସାଗରରେ (Bay of Bengal) ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ (Low pressure)ଆଗପଛ ହୋଇ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷକୁ କୁହାଯାଇଛି। ପ୍ରଥମ ଲଘୁଚାପଟି ଘନୀଭୂତ ହୋଇ ସାମ୍ଭାବ୍ୟ (Cyclone) ବାତ୍ୟା ରୂପ ନେଇପାରେ। 

Cyclone Update: ଆସୁଛି ୨ଟି ଲଘୁଚାପ, ବାତ୍ୟା ରୂପ ନେବା ସମ୍ଭାବନା !

Weather Update: ଆସୁଛି ବାତ୍ୟା!। ବଙ୍ଗୋପସାଗରରେ (Bay of Bengal) ଗୋଟିଏ ନୁହେଁ, ଦୁଇ ଦୁଇଟି ଲଘୁଚାପ (Low pressure)ଆଗପଛ ହୋଇ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷକୁ କୁହାଯାଇଛି। ପ୍ରଥମ ଲଘୁଚାପଟି ଘନୀଭୂତ ହୋଇ ସାମ୍ଭାବ୍ୟ (Cyclone) ବାତ୍ୟା ରୂପ ନେଇପାରେ। ଏହା ବାଲାଂଦେଶ କିମ୍ବା ମିଆଁମାର ଉପକୂଳ  ମୁହାଁଇବା ସମ୍ଭାବନା ରହିଛି। ଡିସେମ୍ବର ପ୍ରଥମ ସପ୍ତାହ ବେଳେକୁ  ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ତେବେ,  ଏହି ଦୁଇ ଲଘୁଚାପର ସିଧା ପ୍ରଭାବ ଓଡି଼ଶା ଉପରେ କମ୍ ପଡିବାର ଆଶା କମ୍ ରହିଛି ବୋଲି ଅନୁମାନ କରାଯାଇଛି। ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଡିସେମ୍ବର ପ୍ରଥମ ସପ୍ତାହରେ ରାଜ୍ୟରେ ଅଳ୍ପ ବର୍ଷା ହେବାର ଆଶଙ୍କା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

Also Read: Shani Favourite Zodiac: ଏହି ରାଶିଙ୍କ ଉପରେ କେବେବି ପଡେନି ଶନିଙ୍କ କୋପ ଦୃଷ୍ଟି

ଆଇଏମଡି(IMD)ର ଆକଳନ ଅନୁଯାୟୀ,  ୨୬ ତାରିଖ ବେଳକୁ ଦକ୍ଷିଣ ଆଣ୍ତାମାନ୍ ସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ।  ଏହା ପଶ୍ଚିମ-ଉତ୍ତର-ପଶ୍ଚିମରେ ଗତି କରି ୨୭ ତାରିଖ ବେଳକୁ ଅବପାତ ରୂପ ନେବାର ସମ୍ଭାବନା ରହିଛି। ତେବେ,ବିଭିନ୍ନ ଆନ୍ତର୍ଜାତିକ ପାଣିପାଗ ମଡେଲ୍ ଅନୁସାରେ, ସାମ୍ଭାବ୍ୟ ଅବପାତ ସମୁଦ୍ରରେ ଆହୁରି ବଳ ଜୁଟାଇ ବାତ୍ୟାର ରୂପ ନେଇପାରେ।  ଏହା ପ୍ରଥମେ ପଶ୍ଚିମ ଉତ୍ତର ପଶ୍ଚିମରେ ମୁହାଁଇବା ପରେ ଦିଗ ବଦଳାଇ ଉତ୍ତର ପୂର୍ବ ଦିଗରେ ଗତି କରିବ। ବାଲଂଦେଶ କିମ୍ବା ମିଆଁମାର ଉପକୂଳରେ ସ୍ଥଳଭାଗ ଛୁଇଁପାରେ। 

ତେବେ, ବିଭିନ୍ନ ବିଦେଶୀ ମଡେଲର ପୂର୍ବାନୁମାନ କରିଛନ୍ତି ଯେ, ନଭେମ୍ବର ୨୯ ବେଳକୁ ଦକ୍ଷିଣ ଆଣ୍ତାମାନ୍ ସାଗରରେ  ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ।  ଏହା ଘନୂଭୁତ ହୋଇ ଲଘୁଚାପ ହେବ।  ଡିସେମ୍ବର ପହିଲା ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ 
ଅବପାତର ରୂପ ନେଇପାରେ।  ଏବେ ଠାରୁ ଏହାର ସାମ୍ଭାବ୍ୟ ଗତିପଥ  ଓ ପ୍ରଭାବକୁ ନେଇ ସ୍ପଷ୍ଟ ଆକଳନ କରାଯାଇ ନାହିଁ।  ଯାହାର ପ୍ରଭାବରେ ନଭେମ୍ବର ୩୦ରୁ ଡିସେମ୍ବର ୬ ତାରିଖ ମଧ୍ୟରେ ଉପକୂଳ ଓଡିଶାରେ ସ୍ବଳ୍ପ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହ ଦକ୍ଷିଣ ଓଡିଶାର କିଛି ସ୍ଥାନରେ ବି ବର୍ଷା ହୋଇପାରେ।