Weather Update: ରାଜ୍ୟରେ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2160421

Weather Update: ରାଜ୍ୟରେ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

Weather Update: ଟାଣ ଖରାରେ ରାଜ୍ୟବାସୀ ହନ୍ତସନ୍ତ ହୋଇଗଲେଣୀ। ରବିବାର ରାଜ୍ୟସାରା ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ବିଜୁଳି, ଘଡଘଡି ସହ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦ ମଧ୍ୟରେ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି। 

Weather Update: ରାଜ୍ୟରେ ବର୍ଷା ନେଇ ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି

Weather Update: ଟାଣ ଖରାରେ ରାଜ୍ୟବାସୀ ହନ୍ତସନ୍ତ ହୋଇଗଲେଣୀ। ବର୍ତ୍ତମାନ ରାଜ୍ୟରେ ନିମ୍ନ ଚାପରେଖା ସହ ବଙ୍ଗୋପସାଗରରେ ଗୁରୁଚାପ ବଳୟ ସକ୍ରିୟ ରହିଛି।  ଏହି ୨ ନିୟାମକକୁ ନେଇ କ୍ରମାଗତ ଭାବେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ରାଜ୍ୟ ମଧ୍ୟରେ ପ୍ରବେଶ କରୁଛି।  ବାୟୁ ମଣ୍ତଳରେ ଏହି ନିମ୍ନଚାପ ରେଖା ହିମାଳୟ ପାଦଦେଶରୁ ବାହାରି ପଶ୍ଚିମବଙ୍ଗ ଦେଇ ଉତ୍ତର ଆନ୍ଧ୍ର ଇପକୂଳ ଯାଏଁ  ଓଡି଼ଶା ଉପକୂଳ ଦେଇ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉପରେ  ପରିବ୍ୟାପ୍ତ ରହିଛି।  ଯାହା ଦ୍ବାରା ରାଜ୍ୟରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ରେକର୍ଡ଼ ହୋଇଛି। 

ALSO READ: Today Horoscope: ବୃଷ ସହ ସାବଧାନ୍ ରୁହନ୍ତୁ ଏହି ୪ ରାଶି, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର?

ଶନିବାର ଠାରୁ ଅନୁଗୁଳ, ବାରିପଦା,ଭଦ୍ରକ, ରାଉରକେଲା, ପୁରୀ, ଭୁବନେଶ୍ବର ସମେତ ସୁନ୍ଦରଗଡ, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ଖୋର୍ଦ୍ଧା, କଟକ, ଜଗତସିଂହପୁର,କେନ୍ଦ୍ରାପଡା, ଯାଜପୁର ଓ ଭଦ୍ରକରେ ହାଲୁକା ବର୍ଷା  ରେକର୍ଡ଼ ହୋଇଛି। ଦିନ ତମାମ୍ ଗରମ ପରେ, ଅପରାହ୍ନରେ କାଳବୈଶାଖି ରାଜ୍ୟବାସୀଙ୍କୁ ସାମାନ୍ୟ ଆଶ୍ବସ୍ତି ଦେଇଛି। ଦିନ ତମାମ୍ ପାଗ ଶୁଖିଲା ରହିଥିବାରୁ ଶନିବାର ଦିନରେ ୧୨ ସହରର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି। ୩୭.୭ ଡିଗ୍ରୀ ସହ ବୌଦ୍ଧ ଲଗାତର ତୃତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି। 

ରବିବାର ରାଜ୍ୟସାରା ବର୍ଷା ନେଇ ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ସେହିପରି ବିଜୁଳି, ଘଡଘଡି ସହ ବର୍ଷା ସାଙ୍ଗକୁ ଘଣ୍ଟାପ୍ରତି ପବନର ବେଗ ୩୦ରୁ ୪୦ ମଧ୍ୟରେ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୧୪ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି। ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ମୟୂରଭଂଜ, କେନ୍ଦୁଝର, ଯାଜପୁର, କଟକ,ବାଲେଶ୍ବର ଓ ଭଦ୍ରକ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ଆସନ୍ତାକାଲି ବିଜୁଳି ଘଡଘଡି ନେଇ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୧୯ ତାରିଖରେ ଉପକୂଳର କିଛି ଜିଲ୍ଲାରେ ବର୍ଷା ସହ ପବନର ବେଗ ୪୦ରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରହିବ। ତା ସହ କାଳ ବୈଶାଖି ପ୍ରଭାବରେ କିଛି ସ୍ଥାନରେ ଭାରି ବର୍ଷା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। କେନ୍ଦୁଝର, ଦେବଗଡ, ମୟୂରଭଂଜ, ଅନୁଗୋଳ, ଯାଜପୁର, ଢେଙ୍କାନାଳ, ବାଲେଶ୍ବର ଓ ଭଦ୍ରକରେ ବର୍ଷାର ପରିମାଣ ଅଧିକ ରହିବାକୁ ଥିବା ବେଳେ  ଏନେଇ ୮ ଜିଲ୍ଲାକୁ ଓ୍ବାର୍ଣ୍ଣିଂ ଜାରି ହୋଇଛି।