Weather Update: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha2323644

Weather Update: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। ଆଜି ମଧ୍ୟ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ସୂଚନା ଦେଇଛନ୍ତି।

Weather Update: ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ଆଜି ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Weather Update: ରାଜ୍ୟରେ ଜାରି ରହିଛି ମୌମୁମୀ ଜନିତ ବର୍ଷା। ଶୁକ୍ରବାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ଼ ହୋଇଥିବା ବେଳେ  ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ରେକର୍ଡ଼ କରାଯାଇଛି।  ଅନୁଗୁଳରେ ସର୍ବାଧିକ ୫୫.୨ ମିମି ବର୍ଷା ରେକର୍ଡ ହୋଇଛି । ସେହିପରି ସମ୍ବଲପୁର, ଖୋର୍ଦ୍ଧା, ମାଲକାନଗିରି, କଟକ, କଳାହାଣ୍ତି, ବରଗଡ଼ ଆଦି ସ୍ଥାନରେ ୩୦ ରୁ ୫୦ ମିମି ବର୍ଷା ରେକର୍ଡ଼ ହୋଇଛି।  ରାଜ୍ୟରେ ଆସନ୍ତା ୭ ଦିନ ବର୍ଷା ଲାଗି ରହିବ। ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା ବେଳେ ସ୍ଥାନେ ସ୍ଥାନେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି। 

ALSO READ:Today Horoscope: ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ରହିଛି ଯୋଗ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର?

ଶୁକ୍ରବାର ଦିନ ସାରା ରାଜ୍ୟରେ ପାଗ କୋହଲା ଥିଲା ବେଳେ ଉପକୂଳ ଓ ଦକ୍ଷିଣ ଓଡି଼ଶାରେ ପ୍ରବଳ ବର୍ଷା ରେକର୍ଡ଼ ହୋଇଛି। ଆଜିଠାରୁ (ଶନିବାର) ବର୍ଷାର ପରିମାଣ ବଢିବ।  ଏବଂ ୯ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହାସହ ବିଜୁଳି ଘଡ଼ଘଡି ମାରିବା ନେଇ ସତର୍କତା ଜାରି ହୋଇଛି। 

ଆଜି କେନ୍ଦୁଝର, ମୟୂରଭଂଜ, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାକୁ ବର୍ଷା ନେଇ  ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।  ଆସନ୍ତାକାଲି କୋରାପୁଟ୍, କନ୍ଧମାଳ, ମାଲକାନଗିରି ଓ ଗଂଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗଜପତି, ରାୟଗଡା, କଳାହାଣ୍ତି, ନବରଙ୍ଗପୁର, ଖୋର୍ଦ୍ଧା, ନୟାଗଡ଼, କଟକ, ପୁରୀ, ମୟୂରଭଂଜ ଓ କେନ୍ଦୁଝରର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।  

ସେହିପରି ୮ ଓ ୯ ତାରିଖରେ  ବର୍ଷାର ପରିମାଣ କିଛିଟା ପରିମାଣରେ କମିବ। କିନ୍ତୁ କିଛିଟା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖ ଦିନ କେନ୍ଦୁଝର, ମୟୂରଭଂଜ, କୋରାପୁଟ୍, ମାଲକାନଗିରି,ରାୟଗଡା,ନବରଙ୍ଗପୁର, ଗଂଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ଏବଂ ୯ ତାରିଖରେ ଝାରସୁଗୁଡା, ସୁନ୍ଦରଗଡ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।