Weather Update: ପାଣିପାଗ ବିଭାଗ ସତର୍କ ସୂଚନା, ଆଜି ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2286865

Weather Update: ପାଣିପାଗ ବିଭାଗ ସତର୍କ ସୂଚନା, ଆଜି ୧୩ ଜିଲ୍ଲାରେ ବିଜୁଳି ଘଡ଼ଘଡି଼ ସହ ବର୍ଷା ସମ୍ଭାବନା

Weather News: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଅସହ୍ୟ ତାତି ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ। ଉପକୂଳ ଠୁ ଉପାନ୍ତ ସବୁଠି ଗରମ। ତେବେ, ଏହାରି ଭିତରେ ଆଞ୍ଚଳିକ ପାଣିପାଗ ବିଭାଗ ଏକ ଭଲ ଖବର ଦେଇଛି। ଆଜି ଉପକୂଳ ଓଡି଼ଶାରେ ବର୍ଷା ହୋଇପାରେ।  ବର୍ଷା ସହିତ ବିଜୁଳି ଓ ଘଡଘଡି଼ ବି ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।  

କାଳବୈଶାଖି ପ୍ରଭାବରେ  ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା କହିତ ପବନ ବହିପାରେ ନେଇ ବିଭାଗ ପକ୍ଷରୁ କୁହାଯାଇଛି।  ବାଲେଶ୍ବର, ଯାଜପୁର,  ଭଦ୍ରକ, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, ସମ୍ବଲପୁର,ଝାରସୁଗୁଡା, ବୌଦ୍ଧ ଓ ନୂଆପଡାରେ ବର୍ଷା ସମ୍ଭାବନା ରହିଛି।  ଉପକୂଳ ଓଡି଼ଶାର କିଛି ସ୍ଥାନରେ ଆଜି ଗୁଳୁଗୁଳି ହୋଇପାରେ। ୧୨ ତାରିଖରେ ପଶ୍ଚିମ ଓଡି଼ଶାରେ ଗ୍ରୀଷ୍ମ ପ୍ରବାହ ବହିବ।  ଝାରସୁଗୁ଼ଡା, ସମ୍ବଲପୁର , ବୌଦ୍ଧ  ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାହ ବହିବ। ଉପକୂଳର ବିଭିନ୍ନ ସ୍ଥାନରେ କାଳବୌଶାଖି ପ୍ରଭାବରେ ବର୍ଷା ଜାରି ରହିବ।

ALSO READ: Today Horoscope: କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡି଼ବେ ଏହି ରାଶିର ଲୋକେ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର? 

୧୩ ତାରିଖ ଯାଏଁ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ରବିବାର ଦିନ ନୂଆପଡାରେ ଦିନର ତାପମାତ୍ରା ସର୍ବାଧିକ ୪୩ ଡିଗ୍ରୀ  ରେକର୍ଡ଼ ହୋଇଛି। ସେପଟେ, ଦକ୍ଷିଣ ପଶ୍ଚିମ ମୌମୁମୀ ବାୟୁ ଶନିବାର ଓଡି଼ଶା ଛୁଇଁଛି। ପ୍ରଥମେ ମାଲକାନଗିରି ଜିଲ୍ଲାର କିଛି ଅଂଶକୁ ଛୁଇଁ ଦକ୍ଷିଣ ଓଡିଶାରେ ପ୍ରବେଶ କରିଛି। ଜିଲ୍ଲାରେ ହାରାହାରି ୨୩ ମିମି ବର୍ଷା ରେକର୍ଡ଼ ହୋଇଥିବା ଜିଲ୍ଲା ଜରୁରୀ କାଳିନ ବିଭାଗ କହିଛି।  ବର୍ଷା ଆରମ୍ଭ ହେବା ପରେ,  ଜିଲ୍ଲାରେ ଚାଷୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି।