Weather Update: ଆଜିଠୁ ଆହୁରି ବଢିବ ତାତି! ଏହି ସବୁ ସହରକୁ ୟେଲୋ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2184812

Weather Update: ଆଜିଠୁ ଆହୁରି ବଢିବ ତାତି! ଏହି ସବୁ ସହରକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସୋମବାର ରାଜ୍ୟର ୨୬ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡା ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହର ପାଲଟିଛି। 

Weather Update: ଆଜିଠୁ ଆହୁରି ବଢିବ ତାତି! ଏହି  ସବୁ ସହରକୁ ୟେଲୋ ଆଲର୍ଟ ଜାରି

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସୋମବାର ରାଜ୍ୟର ୨୬ ସହରର ତାପମାତ୍ରା ୩୮ ଡିଗ୍ରୀ ଉପରେ ରେକର୍ଡ଼ କରାଯାଇଛି। ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୦.୪ ଡିଗ୍ରୀ ସହ ବାରିପଦା ଓ ଝାରସୁଗୁଡା ରାଜ୍ୟର ଯୁଗ୍ମ ଉତ୍ତପ୍ତ ସହର ପାଲଟିଛି। ବଲାଙ୍ଗୀରରେ ପାରଦ ୪୦.୩ ଡିଗ୍ରୀ ରହିଥିବା ବେଳେ ତାଳଚେର, ଭବାନୀପାଟଣା, ଟିଟିଲାଗଡ଼, ନୟାଗଡ଼ ଓ ବୌଦ୍ଧରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ଼ ହୋଇଛି। ମଙ୍ଗଳବାର ଠାରୁ ରାଜ୍ୟର କିଛି ଜିଲ୍ଲାରେ ଦିନ ଓ ରାତି ଉଭୟ ତାପମାତ୍ରା୪୦ ଡିଗ୍ରୀ ରହିବା ସହ ରାତି ଉଷ୍ଣ ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। 

 

ALSO READ: Today Horoscope: ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏହି ସବୁରାଶି, ଜାଣନ୍ତୁ ଆଜିର ରାଶିଫଳ

ଆଜି ଠାରୁ (ମଙ୍ଗଳବାର)  ୬ ତାରିଖ ଯାଏଁ  ରାଜ୍ୟରେ ଉଷ୍ମ ରାତି ଅନୁଭୂତ ହେବ। ୪ ତାରିଖରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ସହ ଉପାନ୍ତରୁ ଉପକୂଳ ସବୁଠି ତାତି ବଢିବ।  ଦିନ ତାପମାତ୍ରା ଅଧିକାଂଶ ସ୍ଥାନର ୪୦ ଡିଗ୍ରୀ  ତଥା ତା ଠାରୁ ଉପରେ ରହିବାକୁ ଥିବା ବେଳେ ରାତିରେ ତାପମାତ୍ରା ସ୍ବାଭାବିକ ଠାରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ଅଧିକ ରହିବ। ଫଳରେ ଏକ ଅସହ୍ୟ ପାଣିପାଗ ସ୍ଥିତି ଉପୁଯିବ।  ଏଥିପାଇଁ ଅଧିକାଂଶ ସହରରକୁ ହିଟ୍ ଓ୍ବେଭ୍ ନେି ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି।  

୨ ଦିନ ରାଜ୍ୟରେ ଉଷ୍ମ ରାତି ପାଇଁ ବୌଦ୍ଧ, ସୋନପୁର, ବଲାଙ୍ଗୀର, କଳାହାଣ୍ତି, କନ୍ଧମାଳ ଏବଂ ମାଲକାନଗିରିକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି , ଆସନ୍ତା ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟପେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଥିପାଇଁ ଭଦ୍ରକ, ଯାଜପୁର,କଟକ,ନୟାଗଡ, ବୌଦ୍ଧ,ସୋନପୁର ଓ କନ୍ଧମାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେହିପରି, ୫ ତାରିଖ ଦିନ ରାଜ୍ୟରେ ସର୍ବାଧିକ ଗ୍ରୀଷ୍ମ ପ୍ରବାହ ନେଇ ସତର୍କତା ଜାରି ହୋଇଛି।