Weather Update: ଜଳୁଛି ଉତ୍ତର ଭାରତ, ଆଉ ତିନି ଦିନ ହେବ ଅଗ୍ନିବର୍ଷା !
Advertisement
Article Detail0/zeeodisha/odisha2296481

Weather Update: ଜଳୁଛି ଉତ୍ତର ଭାରତ, ଆଉ ତିନି ଦିନ ହେବ ଅଗ୍ନିବର୍ଷା !

Weather Update: ଉତ୍ତର ଭାରତରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଉପରମୁହାଁ ରହିଛି ପାରଦ। ଉତ୍ତର ଭାରତ ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ୟୁପିରେ ପ୍ରବଳ ତାତି ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଛି।

ସୌଜନ୍ୟ-ସୋସିଆଲ୍ ମିଡିଆ

Weather Update: ଉତ୍ତର ଭାରତରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଉପରମୁହାଁ ରହିଛି ପାରଦ। ଉତ୍ତର ଭାରତ ଏବଂ ଦିଲ୍ଲୀର ଅନେକ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁଛି। ୟୁପିରେ ପ୍ରବଳ ତାତି ଯୋଗୁଁ ୩୩ ଜଣଙ୍କର ମୃତ୍ୟୁ ହୋଇଛି। ସକାଳ ୧୦ ଟାରୁ ୪ ଟା ମଧ୍ୟରେ ଘରୁ ବାହାରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଜରୁରୀ କାମ ନଥିଲେ ଲୋକେ ଘରୁ ପଦାକୁ ବାହାରୁ ନାହାଁନ୍ତି। ଜୁନ୍ ଆରମ୍ଭରୁ ଉତ୍ତର ଭାରତରେ ଆକାଶରୁ ଅଗ୍ନି ବର୍ଷା ହେବା ପରି ଲାଗୁଛି।  ଦେଶର ବୃହତ୍ତମ ରାଜ୍ୟ ଉତ୍ତରପ୍ରଦେଶରେ ତାତି ଅଧିକ ରହିଥିବାରୁ  ୩୩ ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ଜଣାପଡିଛି । ପାଣିପାଗ ବିଭାଗରୁ ମିଳିଥିବା ସୂଚନା ମୁତାବକ,  ଶନିବାର କେବଳ କାନପୁର ଏବଂ ବୁନ୍ଦେଲଖଣ୍ଡରେ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ତାପମାତ୍ରା, କାନପୁରରେ ୪୬.୩ ଡିଗ୍ରୀ, ହମିରପୁରରେ ୪୬.୨ ଡିଗ୍ରୀ, ଝାନସିରେ ୪୬.୧ ଡିଗ୍ରୀ, ବାରାଣାସୀରେ ୪୬ ଡିଗ୍ରୀ, ପ୍ରୟାଗରେ ୪୬ ଡିଗ୍ରୀ ଏବଂ ଆଗ୍ରା ରେ ୪୫.୫ ଡିଗ୍ରୀ ରେକର୍ଡ କରାଯାଇଛି।

ସେହିପରି, ବିହାରରେ ବି ତାତିର ପ୍ରକୋପ ଜାରି ରହିଛି। ବିହାରର  ପାଟନାରେ ଅଧିକ ଗରମ ଯୋଗୁଁ ଲୋକମାନେ ନିଜ ଘରୁ ବି ବାହାରିବାକୁ ଭୟ କରୁଛନ୍ତି।  ସକାଳ ୧୦ ପରେ ରାସ୍ତାଘାଟ ଶୂନଶାନ୍ ଦେଖିବାକୁ ମିଳୁଛି। ଏହା ସହ ଦେଶର ରାଜଧାନୀ ଦିଲ୍ଲୀରେ ଗରମ ସହ ଜଳର ସଙ୍କଟ ମଧ୍ୟ ଦେଖିବାକୁ ମିଳୁଛି। ଦିଲ୍ଲୀର ପରିସ୍ଥିତି ଏପରି ଯେ ଏହି ପ୍ରବଳ ଗରମରେ ଲୋକଙ୍କୁ ପାଣି ଖୋଜିବା ପାଇଁ ଅନେକ କିଲୋମିଟର ଦୂରକୁ ଯିବାକୁ ପଡୁଛି । ଅନ୍ୟପଟେ,  ଆସନ୍ତା ତିନି ଦିନ ପାଇଁ ଦିଲ୍ଲୀରେ ପ୍ରବଳ ଅନଭୂତ ହେବ।  ଏନେଇ କିଛି ସ୍ଥାନକୁ ଅରେଂଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । 

ସେପଟେ, ଆଇଏମଡି ବିଶେଷଜ୍ଞମାନେ କହିଛନ୍ତି ଯେ, ୩୦ ଜୁନ୍ ପରେ ଦିଲ୍ଲୀରେ ମୌମୁମୀର ଆଗମନ ହେବ। ବର୍ତ୍ତମାନ ମୌସୁମୀ ବଙ୍ଗୋପସାଗରରୁ ଦକ୍ଷିଣ ଗୁଜୁରାଟ, ଉତ୍ତର ପଶ୍ଚିମ ଗୁଜୁରାଟ, ଦକ୍ଷିଣ ଓଡ଼ିଶା, ବିଜୟନଗର ଦେଇ ଇସଲାମପୁର ଆଡକୁ ଗତି କରୁଛି।  ଆଶା କରାଯାଉଛି ଯେ ଆସନ୍ତା ୪ରୁ ୫  ଦିନ ମଧ୍ୟରେ ମହାରାଷ୍ଟ୍ର, ଛତିଶଗଡ, ଓଡିଶା, ପଶ୍ଚିମବଙ୍ଗ ,ବିହାର, ଝାଡଖଣ୍ଡର କେତେକ ଅଞ୍ଚଳରେ ମୌମୁମୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି।