Weather Update: ଆହୁରି ବଢି଼ବ କୁହୁଡି଼! ଏହି ସବୁ ଜିଲ୍ଲା ପାଇଁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ
Advertisement

Weather Update: ଆହୁରି ବଢି଼ବ କୁହୁଡି଼! ଏହି ସବୁ ଜିଲ୍ଲା ପାଇଁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

Weather Update: ଥଣ୍ତା କମିଛି ହେଲେ ବଢିଛି କୁହୁଡି଼ (fog)।  ରାଜ୍ୟରେ ଗତ କିଛି ଦିନ ହେବ ଶୀତ କମି(cold) ଯାଇଛି।  ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଶୀତ କମିବା ସହିତ ରାଜ୍ୟରେ ଘନ କୁହୁଡି ବୃଦ୍ଧି ପାଇଛି। ଆସନ୍ତା ୩ ଦିନ ରାଜ୍ୟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।  

Weather Update: ଆହୁରି ବଢି଼ବ କୁହୁଡି଼! ଏହି ସବୁ ଜିଲ୍ଲା ପାଇଁ ଜାରି ହେଲା ୟେଲୋ ଓ୍ବାର୍ଣ୍ଣିଂ

Weather Update: ଥଣ୍ତା କମିଛି ହେଲେ ବଢିଛି କୁହୁଡି଼ (fog)।  ରାଜ୍ୟରେ ଗତ କିଛି ଦିନ ହେବ ଶୀତ କମି(cold) ଯାଇଛି।  ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇଛି। ଶୀତ କମିବା ସହିତ ରାଜ୍ୟରେ ଘନ କୁହୁଡି ବୃଦ୍ଧି ପାଇଛି। ଆସନ୍ତା ୩ ଦିନ ରାଜ୍ୟରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।  ଶନିବାର ପୁରୀ, ଖୋର୍ଧା, କଟକ, ଜଗତସିଂହପୁର,ନୟାଗଡ, ଗଜପତି, ଗଞ୍ଜାମ, ସୁନ୍ଦରଗଡ, ଦେବଗଡ, ଝାରସୁଗୁଡା, ସମ୍ବଲପୁର, କନ୍ଧମାଳ, ରାୟଗଡା, କୋରାପୁଟ୍ ଓ ମାଲକାନଗିରି ଜିଲ୍ଲାରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।

ALSO READ : Today Horoscope: ନୂଆ ବ୍ୟବସାୟ ଆରମ୍ଭ କରିବା ନେଇ ସମୟ ଅନୁକୂଳ ରହିଛି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

 

ସେହିପରି ୩୦ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ତି, କନ୍ଧମାଳ, ବଲାଙ୍ଗୀର  ,ଝାରସୁଗୁଡା, ଦେବଗଡ ଓ ସୁନ୍ଦରଗଡ ଆଦି ଜିଲ୍ଲାରେ ଘନ କୁହୁଡି ହେବାର ଆଶଙ୍କା ରହିଛି। ଏହି ସବୁ ଜିଲ୍ଲା ପାଇଁ ପାଣିପାଗ ବିଭାଗ ୟେଲୋ ଓ୍ବାର୍ଣ୍ଣିଂ ଜାରି (Yellow alert )କରିଛି।  ଆସନ୍ତା ଜାନୁଆରୀ ୧ ରେ  ବାଲେଶ୍ବର , ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ନୟାଗଡ, ଗଜପତି, ଗଂଜାମ, ସୁନ୍ଦରଗଡ, କେନ୍ଦୁଝର, ମୟୂରଭଂଜ, କନ୍ଧମାଳ, କଳାହାଣ୍ତି, ରାୟଗଡା, କୋରାପୁଟ୍ ଆଦି ଜିଲ୍ଲାରେ ଘନ କୁହୁଡି଼ ହେବାର ସମ୍ଭାବନା ରହିଛି।  ଏ-ସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। 

୧ ତାରିଖରୁ ରାଜ୍ୟରେ କୁହୁଡି କମିବ। ଦୁଇ ସପ୍ତାହ ପାଇଁ ଜାରି ହୋଇଥିବା ପ୍ରାକ୍ ଆକଳନ ଅନୁସାରେ, ଜାନୁଆରୀ ଦ୍ବିତୀୟ ସପ୍ତାହ ଆରମ୍ଭରେ ଦକ୍ଷିଣ ବଙ୍ଗୋସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି।  ଏହା ଲଘୁଚାପର ରୂପ ନେଇପାରେ।  ଏହାର ଗତି ପଶ୍ଚିମ ଦିଗରେ ରହିପାରେ।  ଓଡିଶାରେ ଏହାର ପ୍ରଭାବ ପଡି ନପାରେ। ଗତକାଲି କୋରାପୁଟରେ ୮ ଓ ଦାରିଙ୍ଗିବାଡିରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରୀ ସେଲସିୟସ୍ ରେକର୍ଡ଼ କରାଯାଇଛି।  ଅନ୍ୟ ସମସ୍ତ ଜିଲ୍ଲାରେ ତାପମାତ୍ରା ୧୧ ରୁ ୧୮ ଡିଗ୍ରୀ ମଧ୍ୟରେ ରହିଛି।