ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି
Advertisement
Article Detail0/zeeodisha/odisha2564019

ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Bjd protest: ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିଲେଣି। ସୁଭଦ୍ରାର ଏସଓପି ୯ ଥର ବଦଳିଲାଣି। ଆଳୁ ୬୦, ଡାଲି ୧୫୦। ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି ବିଜେଡି କହିଛି । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳିରେ ପାଳନ କରିବ। 

ଦରଦାମ ବୃଦ୍ଧି ପ୍ରସଙ୍ଗକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

ଭୁବନେଶ୍ଵର: ଦରଦାମ ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି। ଜାନୁଆରୀ ୬ରେ ଲୋକସେବା ଭବନ ଆଗରେ ବିକ୍ଷୋଭ। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି ବିଜେଡି ନେତା। ପ୍ରତି ବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳୀରେ ପାଳନ ହେବ. ସଂକଳ୍ପ ନିଆଯିବ ଯେ ଯେଉଁ ଲକ୍ଷ୍ୟ ଓ ଆଭିମୁଖ୍ୟ ନେଇ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାବାସୀଙ୍କ ସ୍ୱାଭିମାନଙ୍କ ରକ୍ଷା କରିବୁ ବୋଲି କୁହାଯାଇଛି। 

ବିଜେପି ସରକାର ଗଠନର ୬ ମାସରେ ଦରଦାମ ହୁ ହୁ ହେଇ ବଢ଼ି ଚାଲିଛି। ସରକାର ଯେଉଁ ପ୍ରତିଶୃତି ଦେଇ ଆସିଥିଲେ, ୫୦ ହଜାର ସୁଭଦ୍ରା, ୩୦୦ ୟୁନିଟ ମାଗଣା ବିଜୁଳି, ୩୧୦୦ ଏମଏସପି, ଭତ୍ତା, ଏ ସବୁରେ ବିଫଳ ହୋଇଛନ୍ତି। ନିତ୍ୟ ବ୍ୟବହାର ଜିନିଷ, ଡିଜେଲ ପେଟ୍ରୋଲ ଓ ଗ୍ୟାସ ଦର ବୃଦ୍ଧି ଯୋଗୁଁ ଲୋକ ତ୍ରାହି ତ୍ରାହି ଡାକିଲେଣି। ସୁଭଦ୍ରାର ଏସଓପି ୯ ଥର ବଦଳିଲାଣି। ଆଳୁ ୬୦, ଡାଲି ୧୫୦। ଏହା ପ୍ରଶାସନିକ ଓ ସରକାରୀ ବିଫଳତା ବୋଲି ବିଜେଡି କହିଛି । ସେହିପରି ପ୍ରତିବର୍ଷ ପରି ଚଳିତ ବର୍ଷ ଡିସେମ୍ବର ୨୬ ରେ ବିଜେଡି ପ୍ରତିଷ୍ଠା ଦିବସ ସବୁ ନିର୍ବାଚନ ମଣ୍ଡଳିରେ ପାଳନ କରିବ। 

ଏଥିସହ ବିଜେଡି ବରିଷ୍ଠ ନେତା ପ୍ରେସମିଟ କରି କହିଛନ୍ତି ଯେ , ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶକ୍ତିଶାଳୀ ଆଞ୍ଚଳିକ ଦଳ ହୋଇଛି। ପ୍ରତି ବର୍ଷ ଭଳି ଏଥର ବି ଡିସେମ୍ବର ୨୬ ରେ ସବୁ ନିର୍ବାଚନ ମଣ୍ଡଳୀରେ ପ୍ରତିଷ୍ଠା ଦିବସ ପାଳନ ହେବ। ଏହା ୨୮ତମ ପ୍ରତିଷ୍ଠା ଦିବସ, ବିକାଶର ଅନ୍ୟ ନାଁ ବିଜେଡି।