Weather Report: ଆସନ୍ତା କାଲି ଏହି ସବୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2189601

Weather Report: ଆସନ୍ତା କାଲି ଏହି ସବୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Weather Report: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ବୁଧବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି।ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୨ ଡିଗ୍ରି ଛୁଇଁଛି।ଉପକୂଳରୁ ଉପାନ୍ତ, କେଉଁଠି ବି ତାତିରୁ ନିସ୍ତାର ନାହିଁ। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। 

Weather Report: ଆସନ୍ତା କାଲି ଏହି ସବୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

Weather Report: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ବୁଧବାର ଦିନ ରାଜ୍ୟର ୧୦ ସହରର ତାପମାତ୍ରା ୪୦ ଡିଗ୍ରୀ ପାର୍ କରିଛି।ରାଜ୍ୟରେ ଚଳିତବର୍ଷ ପ୍ରଥମ ଥର ପାଇଁ ତାପମାତ୍ରା ୪୨ ଡିଗ୍ରି ଛୁଇଁଛି।ଉପକୂଳରୁ ଉପାନ୍ତ, କେଉଁଠି ବି ତାତିରୁ ନିସ୍ତାର ନାହିଁ। ମାଲକାନଗିରି ଏବଂ ବୌଦ୍ଧ ଜିଲ୍ଲାରେ ଗୁରୁବାର ତାପମାତ୍ରା ୪୨ ଡିଗ୍ରୀ ରେକର୍ଡ କରାଯାଇଛି। ଅନୁଗୁଳ, ଝାରସୁଗୁଡ଼ା, ବଲାଙ୍ଗୀର ଠାରେ ତାପମାତ୍ରା ୪୧ ଡିଗ୍ରୀ ଅତିକ୍ରମ କରିଛି। ଭବାନୀପାଟଣା ଏବଂ ଟିଟିଲାଗଡ଼ରେ ପାରଦ ୪୧ ଡିଗ୍ରୀ ରହିଛି । ସେହିପରି ସୁନ୍ଦରଗଡ଼, ତାଳଚେର, ନୂଆପଡ଼ା, ରାଉରକେଲା ଠାରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହା ଠାରୁ ଅଧିକ ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। 

ସେପଟେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର କିଛିଟା ସ୍ଥାନରେ ହାଲୁକା ବର୍ଷା ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ନୟାଗଡ଼, ବୌଦ୍ଧ, କନ୍ଧମାଳ,କଟକ, ଯାଜପୁର, ଭଦ୍ରକ ଆଦି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରିଛି ବିଭାଗ।ୟେଲୋ ଓ୍ବାର୍ଣ୍ଣିଂ ଥିବା ଜିଲ୍ଲା ଗୁଡି଼କ ମଧ୍ୟରେ ସାଧାରଣତଃ ଦିନ ଓ ରାତିର ପାରଦ ୩୯ରୁ ୪୧ ଡିଗ୍ରୀ ମଧ୍ୟରେ ରେକର୍ଡ଼ ହେବା ନେଇ  ଆଂଚଳିକ ପାଣିପାଗ ମଧ୍ୟରୁ ସୂଚନା ମିଳିଛି। 
ଗ୍ରାମାଂଚଳରେ ବିଶେଷ କରି ଚାଷୀଙ୍କୁ କ୍ଷେତକୁ ଖରାରେ ନଯିବା ପାଇଁ ବାରଣ କରାଯାଇଛି। ଅନ୍ୟପଟେ ରାଜ୍ୟରେ ପୁଣି ଥରେ କାଳ ବୈଶାଖି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ୬ ତାରିଖ ବେଳକୁ କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ସେହିପରି ୭ ଓ ୮ ତାରିଖରେ ବର୍ଷା ପରିମାଣ ବଢ଼ିବା ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଛି।