Weather Report: ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ...
Advertisement
Article Detail0/zeeodisha/odisha2177054

Weather Report: ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ...

Weather Report: ଓଡ଼ିଶାରେ ଏବେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଅଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଚାଲିଛି ତାତି। ଆଜି ଠାରୁ ରାଜ୍ୟର ବିଭିନ୍ନ ସହରରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି ।

Weather Report: ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ...

Weather Report: ଓଡ଼ିଶାରେ ଏବେ ଉପରମୁହାଁ ହୋଇଛି ପାରଦ। ଉପକୂଳ ଅଞ୍ଚଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିଚାଲିଛି ତାତି। ଆଜି ଠାରୁ ରାଜ୍ୟର ବିଭିନ୍ନ ସହରରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ସହ ପାରଦ ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି । ଆସନ୍ତା ୩୦ ତାରିଖ ପରଠାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାକୁ ଯାଉଛି । ବିଶେଷ କରି ଆଜି ବାଲେଶ୍ୱର(Baleswar), ଭଦ୍ରକ, ଯାଜପୁର,ମୟୂରଭଞ୍ଜ,କେନ୍ଦୁଝର(Keonjhar),ସୁନ୍ଦରଗଡ଼  ଓ ଝାରସୁଗୁଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ପଶ୍ଚିମ ଓଡ଼ିଶାରେ ତାତି ୪୦ ଡିଗ୍ରୀ କିମ୍ବା ଅଧିକ ରହିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ପୂର୍ବାନୁମାନ କରାଯାଇଛି। ବିଶେଷ କରି ବଲାଙ୍ଗିର, ସୋନପୁର, ବୌଦ୍ଧ(Boudh), ସମ୍ବଲପୁର, ବରଗଡ, କଳାହାଣ୍ଡି, କନ୍ଧମାଳ, ଗଜପତି, ମାଲକାନଗିରି(Malkangiri) ଜିଲ୍ଲା ସମେତ ଟୁଇନ୍ସିଟି କଟକ ଏବଂ ଭୁବନେଶ୍ବରରେ ହଟ୍ ଓ୍ବେଦର କଣ୍ଡିସନ ଦେଖା ଦେବାର ସମ୍ଭାବନା ରହିଛି।

ଆଜିଠୁ ଉପାନ୍ତରୁ ଉପକୂଳ ସବୁଠି ଗରମ ଅନୁଭୂତି ହେବାର ସମ୍ଭାବନା ଥିବା ବେଳେ ଉପକୂଳ ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ତାତି । ବିଶେଷ କରି, ଏପ୍ରିଲ ପ୍ରଥମ ସପ୍ତାହରୁ ରାଜ୍ୟରେ ତାପମାତ୍ରା ବଢିବାର ସମ୍ଭାବନା ରହିଛି।  ମୁଖ୍ୟତଃ ପାଗ ଶୁଖିଲା ରହିବ ଏବଂ ତାପମାତ୍ରା ବୃଦ୍ଧି ପାଇବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। କେବଳ ସେତିକି  ନୁହେଁ, ଏହା ସହ ପଶ୍ଚିମା ଝଡ଼ ପ୍ରଭାବରେ ତାପମାତ୍ରା ବୃଦ୍ଧି ହେବା ନେଇ ଆଶଙ୍କା କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆଗାମୀ ସପ୍ତାହରେ ସ୍ଵାଭାବିକଠାରୁ ଅଧିକ ରହିବ ତାପମାତ୍ରା ରହିବ । ପାଣିପାଗ ବିଭାଗର ସୂଚନା ମୁତାବକ, ଉପକୂଳ ଓଡ଼ିଶାରେ ୩୫ ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ସୀମିତ ରହିବ । ବିଶେଷ କରି, ଆଭ୍ୟନ୍ତରୀଣ ଓଡି଼ଶାରେ ୩୫ ରୁ ୩୯ ଓ ତିନି ଦିନ ପରେ କେତକ ସ୍ଥାନରେ ୪୦ ଡିଗ୍ରୀ ଛୁଇଁବା ନେଇ ଆଶଙ୍କା କରାଯାଇଛି । ୩୧ ତାରିଖ ପରଠୁ କିଛି ସ୍ଥାନରେ ନିମ୍ନ ଚାପରେଖା ଓ ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ କିଛି ଜିଲ୍ଲାରେ କାଁ ଭାଁ ବର୍ଷା ହେବାର ସମ୍ଭାବନା ରହିଛି ।