Advertisement
Photo Details/zeeodisha/odisha2567746
photoDetails0hindi

Weather Update: ଆଜି ପ୍ରବଳ ବର୍ଷିବ, ଏହିସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

Weather Update:  ରାଜ୍ୟରେ ଶୀତରେ ଥଣ୍ତା ପବନ ସାଙ୍ଗକୁ ଝିପି ଝିପି ବର୍ଷା ଜାରି ରହିଛି। ଗତ କିଛି ଦିନ ହେବ ଏଭଳି ପାଗ ଦେଖିବାକୁ ମିଳୁଛି। ଆଉ କେତେକ ସ୍ଥାନରେ ବର୍ଷା ହେଉ ନଥିଲେ ମଧ୍ୟ  ପାଗ କୋହଲା ସାଙ୍ଗକୁ ମେଘୁଆ ରହୁଛି। ତେବେ, ଆଞ୍ଚିଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଆଜି (ଶନିବାର) ମଧ୍ୟ ଏଭଳି ପାଗ ରହିବା ସହ ବର୍ଷା ହେବାର ସମ୍ଭାବନା ରହିଛି। 

2/7
ଅଦିନିଆ ବର୍ଷା ଯୋଗୁଁ ଗଜପତି, ବାଲେଶ୍ବର,କୋରାପୁଟ୍, କଳାହାଣ୍ତି, କଟକ, ନୟାଗଡ, ଖୋର୍ଧା, ପୁରୀ, ଜଗତସିଂହପୁର, ଯାଜପୁର,ଭଦ୍ରକ, କନ୍ଧମାଳ, ସୋନପୁର, ଢେଙ୍କାନାଳ ଓ ରାୟଗଡାରେ ଚାଷ ନଷ୍ଟ ହୋଇ ଯାଇଛି।  ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ। 

3/7
ଆଜି ମଧ୍ୟ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ସେହି ଜିଲ୍ଲା ଗୁଡିକ ହେଲା, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର,ବାଲେଶ୍ବର, ମୟୂରଭଂଜ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡା। ଏହିସବୁ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହ ବିଜୁଳି ଘଡଘଡି ମଧ୍ୟ ହେବାର ସମ୍ଭାବନା ରହିଛି। 

4/7

ବିଶେଷକରି, ଗଂଜାମ, ଗଜପତି, କେନ୍ଦ୍ରାପଡା ଓ  ଜଗତସିଂହପୁରକୁ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। 

5/7

ଏହାସହ ଆଜି କଳାହାଣ୍ତି, କନ୍ଧମାଳ ଓ ସୁନ୍ଦରଗଡରେ ଘନ କୁହୁଡି ହେବାର ସମ୍ଭାବନା ମଧ୍ୟ ରହିଛି।

6/7

ରାଜ୍ୟରେ  ୨୨ ତାରିଖରୁ ପାଗ ବଦଳିବ। ବର୍ଷାର ପରିମାଣ କମିବା ପରେ ରାଜ୍ୟରେ ପୁଣି ଶୀତର ପ୍ରକୋପ ବଢିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। 

7/7
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଲଘୁଚାପ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ। ଉତ୍ତର ଦିଗରେ ଗତି କରି ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇପାରେ। ୨୨ ତାରିଖ ପର୍ଯ୍ୟନ୍ତ ଓଡି଼ଶା ଉପକୂଳରେ ମତ୍ସଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।