Weather Update: ରାଜ୍ୟରେ ଆଜିଠୁ ଆହୁରି ବଢ଼ିବ ତାତି, ସତର୍କ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର
Advertisement
Article Detail0/zeeodisha/odisha2220004

Weather Update: ରାଜ୍ୟରେ ଆଜିଠୁ ଆହୁରି ବଢ଼ିବ ତାତି, ସତର୍କ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ଦିନ ତାପମାତ୍ରା ପର୍ଯ୍ୟାୟ କ୍ରମେ ୪ରୁ ୬ ଡିଗ୍ରୀ ବଢିବ।  ଆଜି ଦିନର ତାପମାତ୍ରା ବି ବୃଦ୍ଧି ପାଇବ। 

Weather Update: ରାଜ୍ୟରେ ଆଜିଠୁ ଆହୁରି ବଢ଼ିବ ତାତି, ସତର୍କ କଲା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର

Weather Update: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। ଆଜିଠାରୁ ତାତି ଆହୁରି ବଢିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆସନ୍ତା ୫ ଦିନ ମଧ୍ୟରେ ଦିନ ତାପମାତ୍ରା ପର୍ଯ୍ୟାୟ କ୍ରମେ ୪ରୁ ୬ ଡିଗ୍ରୀ ବଢିବ।  ଆଜି ଦିନର ତାପମାତ୍ରା ବି ବୃଦ୍ଧି ପାଇବ। ଏବଂ ୨୬ରୁ ଏହା ଶିଖର ଛୁଇଁବ।  ଆସନ୍ତା ୨୪ ଘଣ୍ଟା ଯାଏଁ ଉତ୍ତର ଦକ୍ଷିଣ ଉପକୂଳବର୍ତ୍ତୀ ଜିଲ୍ଲା ସହ ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲାରେ ହିଟ୍ଓ୍ବେଭ୍ ସ୍ଥିତି ରହିବ।  ଆଜି ଗଜପତି ଓ ଗଂଜାମ ଜିଲ୍ଲାକୁ ସିଭିୟର ହିଟ୍ ଓ୍ବେଭ୍ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ସେହିପରି, ଝାରସୁଗୁଡା, ସୁନ୍ଦରଗଡ,  ମୟୂରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ନୟାଗଡ, ବଲାଙ୍ଗୀର,ବୌଦ୍ଧ, ନୂଆପଡା, କନ୍ଧମାଳ,ଖୋର୍ଦ୍ଧା, କଟକ ଓ ଢେଙ୍କାନାଳ ଆଦି ୧୭ ଜିଲ୍ଲାକୁ  ହିଟ୍ ଓ୍ବେଭ୍ ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। 

ALSO READ: Today Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଆଜିର ଦିନ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର ?

ଆସନ୍ତା ୫ ଦିନଯାକ ରାଜ୍ୟରେ ଉଷ୍ଣ ଆର୍ଦ୍ର ପାଣିପାଗ ସ୍ଥିତି ସହ ସିଭିୟର ହିଟ୍ଓ୍ବେଭ୍ ନଜରକୁ  ଆସିବ। ଗଜପତି, ଅନୁଗୁଳ, ମୟୂରଭଂଜ, ଝାରସୁଗୁ଼ଡା, ସମ୍ବଲପୁର,କଳାହାଣ୍ତି,  ଓ ନୂଆପଡା ଆଦି ଜିଲ୍ଲାକୁ ସ୍ଥାନେ ସ୍ଥାନେ ତାପମାତ୍ରା ୪୫ ଡିଗ୍ରୀ ତଥା ତାହା ଠାରୁ ଉପରେ ରେକର୍ଡ ହେବା ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି। ବୁଧବାର ଅନ୍ୟ ଉତ୍ତପ୍ତ ସହର ମଧ୍ୟରେ ବାରିପଦା ଓ ପାରଳାଖେମୁଣ୍ତି ୪୨.୫, ଝାରସୁଗୁଡ଼ାରେ ୪୨.୯, ଚାନ୍ଦବାଲିରେ ୪୨.୨,  ବାଲେଶ୍ୱରରେ ୪୧.୪, ରାଉରକେଲାରେ ୪୧.୮, ସମ୍ବଲପୁରରେ ୪୦.୧ ଓ ହୀରାକୁଦରେ ୩୯.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଆସନ୍ତାକାଲି ୨୩ ଜିଲ୍ଲାକୁ ସିଭିୟର ହିଟ୍ ଓ୍ବେଭ୍ ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଥିବା ବେଳେ ୨୭ରେ ୨୯ ଜିଲ୍ଲାକୁ ଏନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ରହିଛି।