Weather Update: ତାତିରୁ ମିଳିବ ତ୍ରାହି! କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା
Advertisement
Article Detail0/zeeodisha/odisha2192688

Weather Update: ତାତିରୁ ମିଳିବ ତ୍ରାହି! କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା

India Weather Update: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଶନିବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୫.୧ ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଥିଲା।  ପଢନ୍ତୁ ପୂରା ରିପୋର୍ଟ....

Weather Update: ତାତିରୁ ମିଳିବ ତ୍ରାହି! କାଳବୈଶାଖୀ ସହ କୁଆପଥର ବର୍ଷା ସମ୍ଭାବନା

India Weather Update: ସାରା ଦେଶରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଆଗକୁ ସ୍ଥିତି ଅସମ୍ଭାଳ ହେବ ବୋଲି ପୂର୍ବାନୁମାନ କରିଛି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଶନିବାର ଦିନ ଦେଶର ରାଜଧାନୀ ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୩୫.୧ ଡିଗ୍ରୀ ସେଲସିୟସ୍ ରେକର୍ଡ଼ ହୋଇଥିଲା।  ଦିନରେ ଗରମ ଅନୁଭୂତ ହୋଇଥିଲେ ହୋଇଥିଲେ ମଧ୍ୟ ରାତିର ତାପାମାତ୍ରାରେ ପରିବର୍ତ୍ତନ ଦେଖାଦେଇଥିଲା। ଆଜି(ରବିବାର) ଦିନ ଦିଲ୍ଲୀରେ ଆକାଶ ସାମାନ୍ୟ ମେଘୁଆ ଦେଖିବାକୁ ମିଳିଥିଲା । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଅନୁୟାୟୀ ଆଜି ଦିନର ତାପମାତ୍ରା ଦିଲ୍ଲୀରେ ସର୍ବାଧିକ ୩୬ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୧୯ ଡିଗ୍ରୀ ରହିବ। ଏପ୍ରିଲ ୧୦ରୁ ପାଗରେ ପରିବର୍ତ୍ତନ ଦେଖାଦେବ। ଏହା ପରେ ଦିଲ୍ଲୀ-ଏନସିଆର ସମେତ ଅନେକ ଅଞ୍ଚଳରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। 

ALSO READ: Petrol Diesel Price Today: ଗ୍ରାହକଙ୍କୁ ଝଟକା, ଭୁବନେଶ୍ବରରେ ପୁଣି ବଢିଲା ପେଟ୍ରୋଲ-ଡିଜେଲ ଦର

ଆସନ୍ତା ସପ୍ତାହରେ ପାଗରେ ହେବ ବିଶେଷ ପରିବର୍ତ୍ତନ :
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ ଅନୁୟାୟୀ ଆସନ୍ତାକାଲି ଦିଲ୍ଲୀର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ରହିବ। ଏବଂ ମଙ୍ଗଳବାର ଦିନ  ୩୮ ଡିଗ୍ରୀ ସେଲସିୟସ ଏବଂ ବୁଧବାର ୩୯  ଡିଗ୍ରୀ ସେଲସିୟସ୍ ରହିବ।  ଗୁରୁବାର ଏବଂ ଶୁକ୍ରବାର ଦିନ  ଦିଲ୍ଲୀରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ସିକ୍କିମ୍ ଏବଂ ଉତ୍ତର ପୂର୍ବ ଭାରତରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଥିଲା । ଉତ୍ତରପ୍ରଦେଶର କେତେକ ଅଂଚଳ ସମେତ ରାଜସ୍ଥାନ, ଜାମ୍ମୁ-କାଶ୍ମୀର, ଗିଲ୍ଗିଟ୍-ବାଲ୍ଟିସ୍ତାନ (Gilgit-Baltistan) ଏବଂ ମୁଜାଫରବାଦ (Muzaffarabad)ରେ  ହାଲୁକା ବର୍ଷା ହୋଇଥିଲା।  ବିଶେଷକରି, ଆଜି ଉତ୍ତର-ପୂର୍ବ ଭାରତ, ଓଡିଶା, ଛତିଶଗଡ, ଝାଡଖଣ୍ତ , ମଧ୍ୟପ୍ରଦେଶରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି, ଉତ୍ତର ତେଲେଙ୍ଗାନାରେ ହାଲୁକା ବର୍ଷା ସମ୍ଭବ ଏବଂ ଉପକୂଳ କର୍ଣ୍ଣାଟକ, କେରଳ ଏବଂ ଲକ୍ଷ୍ମୀଦୀପରେ ବିସ୍ତୃତ ବର୍ଷା ହୋଇପାରେ। ପଶ୍ଚିମ ହିମାଳୟ ଅଞ୍ଚଳରେ ହାଲୁକା ବର୍ଷା ଏବଂ ଉପର ଅଞ୍ଚଳରେ ତୁଷାରପାତ ହେବାର ମଧ୍ୟ ସମ୍ଭାବନା ରହିଛି।  ଆଗାମୀ ୪ ଦିନ ମଧ୍ୟରେ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ କାଳବୈଶାଖି ସହ କୁଆପଥର ବର୍ଷା ମଧ୍ୟ ହେବାର ଆଶଙ୍କା ରହିଛି