Delhi Weather Update: କମିଲା କୁହୁଡ଼ି, କିନ୍ତୁ ଆହୁରି ଖସିବ ପାରଦ
Advertisement
Article Detail0/zeeodisha/odisha2068353

Delhi Weather Update: କମିଲା କୁହୁଡ଼ି, କିନ୍ତୁ ଆହୁରି ଖସିବ ପାରଦ

ଲାକ୍ଷାଦ୍ୱୀପ, କେରଳର ଦକ୍ଷିଣାଞ୍ଚଳ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳରେ ଭୋର ସମୟ ଓ ରାତିରେ ଘନ କୁହୁଡ଼ି ଦେଖାଯିବା ନେଇ ଆଶଙ୍କା କରାଯାଇଛି। ଉତ୍ତରାଖଣ୍ଡ ଓ ରାଜସ୍ଥାନର ଉତ୍ତରଭାଗରେ ମଧ୍ୟ ଘନ କୁହୁ଼ଡ଼ି ଦେଖିବାକୁ ମିଳିବ।

Delhi Weather Update: କମିଲା କୁହୁଡ଼ି, କିନ୍ତୁ ଆହୁରି ଖସିବ ପାରଦ

Delhi Weather Update: ନୂଆଦିଲ୍ଲୀ: ଉତ୍ତର ଭାରତରେ ପ୍ରବଳ ଥଣ୍ଡା ଏବଂ ଘନ କୁହୁଡି ଜାରି ରହିଛି। ଆଜି ସକାଳେ ରାଜଧାନୀ ଦିଲ୍ଲୀର ଅନେକ ଅଞ୍ଚଳରେ ହାଲୁକା କୁହୁଡି ହୋଇଥିଲା। ଆଗାମୀ ଦିନରେ ପାଗ କିପରି ହେବ? ଆଜି ବି ଦିଲ୍ଲୀ ଶୀତରୁ ତ୍ରାହି ମିଳିବା ପରି ମନେ ହେଉନାହିଁ। ଆଜି ସକାଳେ ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ଆଜି ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୧୮ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୭ ଡିଗ୍ରୀ ହେବାର ସମ୍ଭାବନା ରହିଛି। ଗୁରୁବାର ଦିନ ଦିଲ୍ଲୀର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରୀ ଥିଲା। ଆସନ୍ତା ୨ ଦିନ ପାଇଁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳ ପାଇଁ ହଳଦିଆ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨ ଦିନ ପାଇଁ ସମଗ୍ର ଉତ୍ତର ଭାରତରେ ଘନ କୁହୁଡି ଏବଂ ଥଣ୍ଡା ହେବାର ସମ୍ଭାବନା ଅଛି।

ଉତ୍ତର ଭାରତରେ ଆହୁରି ଖସିବ ପାରଦ
ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶର ଉତ୍ତର ଭାଗ, ବିହାର ଅଧିକାଂଶ ସ୍ଥାନରେ ଆଜି ଶୀତର ମାତ୍ରା ବଢିବା ନେଇ ପାଣିପାଗ ବିଭାଗ ଆଶଙ୍କା କରିଛି। ଏହି ସବୁ ଅଞ୍ଚଳରେ ପାରଦ ୭ ରୁ ୧୦ ଡିଗ୍ରୀ ମଧ୍ୟରେ ରହିବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ସେହିପରି ପାଣିପାଗ ବିଭାଗ ଅନୁଯାୟୀ ପଞ୍ଜାବ, ହରିଆଣା, ଚଣ୍ଡିଗଡ଼, ଦିଲ୍ଲୀ, ପଶ୍ଚିମ ଉତ୍ତର ପ୍ରଦେଶ ଓ ରାଜସ୍ଥାନରେ ପାରଦ ୧ ରୁ ୩ ଡିଗ୍ରୀ ମଧ୍ୟରେ ରହିବ। ଗୁରୁବାର ରାତିରୁ ୨୩ ତାରିଖ ସକାଳ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ସେହିପରି ଉତ୍ତରାଖଣ୍ଡ ଓ ରାଜସ୍ଥାନର ଉତ୍ତର ଭାଗରେ ଘନ କୁହୁଡ଼ି ଦେଖିବାକୁ ମିଳିବ। ଆଗାମୀ ଦୁଇ ଦିନ ମଧ୍ୟରେ ପଞ୍ଜାବ, ହରିଆଣା, ଓ ଚଣ୍ଡିଗଡ଼ରେ ଘନ କୁହୁଡ଼ିର ସମ୍ଭାବନା ରହିଛି। 

ଏହି ଅଞ୍ଚଳରେ ବର୍ଷା ସମ୍ଭାବନା
ବେସରକାରୀ ପାଣିପାଗ ବିଭାଗ ସ୍କାଏମେଟ ଅନୁଯାୟୀ ଓଡ଼ିଶା, ଛତିଶଗଡ଼ର କିଛି ଅଞ୍ଚଳ, ତାମିଲନାଡ଼ୁର ଦକ୍ଷିଣାଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଲାକ୍ଷାଦ୍ୱୀପ, କେରଳର ଦକ୍ଷିଣାଞ୍ଚଳ, ସିକ୍କିମ ଓ ଅରୁଣାଚଳ ପ୍ରଦେଶରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶର ପଶ୍ଚିମାଞ୍ଚଳରେ ଭୋର ସମୟ ଓ ରାତିରେ ଘନ କୁହୁଡ଼ି ଦେଖାଯିବା ନେଇ ଆଶଙ୍କା କରାଯାଇଛି। ଉତ୍ତରାଖଣ୍ଡ ଓ ରାଜସ୍ଥାନର ଉତ୍ତରଭାଗରେ ମଧ୍ୟ ଘନ କୁହୁ଼ଡ଼ି ଦେଖିବାକୁ ମିଳିବ।