Cyclone Update: ଆସୁଛି ବାତ୍ୟା ‘ମିଚାଉଙ୍ଗ’, ପ୍ରଭାବରେ ଏହି ଦିନଠୁ ରାଜ୍ୟରେ ହେବ ପ୍ରବଳ ବର୍ଷା
Advertisement
Article Detail0/zeeodisha/odisha1986899

Cyclone Update: ଆସୁଛି ବାତ୍ୟା ‘ମିଚାଉଙ୍ଗ’, ପ୍ରଭାବରେ ଏହି ଦିନଠୁ ରାଜ୍ୟରେ ହେବ ପ୍ରବଳ ବର୍ଷା

Cyclone Update: ବାତ୍ୟା ‘ମିଚାଉଙ୍ଗ’(Cyclone Michaung)କୁ ନେଇ ଏକ ବଡ଼ ଅପଡେଟ୍ ବର୍ତ୍ତମାନ ସାମ୍ନାକୁ ଆସିଛି। ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ (low pressure)। ଆସନ୍ତା ୪ ତାରିଖ ଭୋର ସୁଦ୍ଧା ଏହା ଉତ୍ତର ତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ଉପକୂଳ ପାଖରେ ପହଞ୍ଚିବା ଅନୁମାନ କରାଯାଉଛି।  ଏହା ପରେ ସାମ୍ଭାବ୍ୟ ବାତ୍ୟାର ଗତିପଥ ନେଇ କିଛି ସ୍ପଷ୍ଟ ଆକଳନ କରାଯାଇନି।

Also Read : Road Accident: ଅଧା ରହିଲା ତାରିଣୀ ଦର୍ଶନ, ଛାତିଥରା ଦୁର୍ଘଟଣାରେ ଚାଲିଗଲା ୭ ଜୀବନ

ଓଡି଼ଶା ପାଇଁ ପୂର୍ବାନୁମାନ ହେଲା ସାମ୍ଭାବ୍ୟ ବାତ୍ୟା (Cyclone Michaung) ଯୋଗୁଁ ୩ ତାରିଖରେ ରାଜ୍ୟରେ ପାଗ ବଦଳିବା ସହ ବର୍ଷା (rain)ହେବ। ଦକ୍ଷିଣ ଓ ଉପକୂଳ ଓଡି଼ଶାରେ ବର୍ଷା ସମ୍ଭାବନା ଅଧିକ ରହିଛି। ୫ରୁ ୭ ଯାଏଁ ଦକ୍ଷିଣ ଓ ଉପକୂଳ ଓଡି଼ଶାରେ ମଧ୍ୟମରୁ ପ୍ରବଳ ବର୍ଷା(heavy) ହୋଇପାରେ। ପଶ୍ଚିମ-ଉତ୍ତର -ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବ। 

ପଶ୍ଚିମ -ଉତ୍ତର ଦିଗରେ ମୁହାଁଇ ୩ ତାରିଖ ବେଳକୁ ଦକ୍ଷିଣ -ପଶ୍ଚିମ ଦିଗରେ ମୁହାଁଇ ୪ ତାରିଖ ଭୋର ବେଳକୁ ଉତ୍ତର- ତାମିଲନାଡୁ-ଦକ୍ଷିଣ ଆନ୍ଦ୍ର ଉପକୂଳ ପାଖାପଖି ପହଞ୍ଚିବା ଅନୁମାମନ କରାଯାଇଛି। ଏହାପରେ ସାମ୍ଭାବ୍ୟ ବାତ୍ୟା କୁଆଡେ ଗତି କରିବ। ଅଧିକ ବଳ ଜୁଟାଇବ ନା ଦୁର୍ବଳ ହେବ । ସେନେଇ ସ୍ପଷ୍ଟ ଆକଳନ କରାଯାଇନି।  ହେଲେ କେତେକ  ମେଡେଲ୍  ଅନୁସାରେ, ଏହା ଦିଗ ବଳାଇ ଆନ୍ଧ୍ରରେ ମାଡ଼ ହୋଇପାରେ। ସେପଟେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । ସେ କହିଛନ୍ତି  ରାଜ୍ୟରେ  ୩ରୁ ପାଗ ବଦଳିବା ସହ ୪ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହେବ।