Vastu tips:ସୂର୍ଯ୍ୟ ଓ ବାସ୍ତୁ ମଧ୍ୟରେ ଅଦ୍ଭୁତ ସମ୍ପର୍କ, ଜାଣନ୍ତୁ କେଉଁ ସମୟ କେଉଁ କାମ ପାଇଁ ଉପଯୁକ୍ତ?
Advertisement
Article Detail0/zeeodisha/odisha2120216

Vastu tips:ସୂର୍ଯ୍ୟ ଓ ବାସ୍ତୁ ମଧ୍ୟରେ ଅଦ୍ଭୁତ ସମ୍ପର୍କ, ଜାଣନ୍ତୁ କେଉଁ ସମୟ କେଉଁ କାମ ପାଇଁ ଉପଯୁକ୍ତ?

ବାସ୍ତୁ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କ । ଦିଗ ସହ ଜଡିତ ବାସ୍ତୁର ନିୟମ ସୂର୍ଯ୍ୟଙ୍କ ଯାତ୍ରା ଏବଂ ଏହାର ଗତିବିଧିକୁ ଧ୍ୟାନରେ ରଖି ବିବେଚନା କରାଯାଇଛି । ଯାହା ଦ୍ବାରା ସୂର୍ଯ୍ୟଙ୍କ ଶକ୍ତି ବା ଉର୍ଜା ଘରେ ଅଧିକ ପରିମାଣରେ ପ୍ରବେଶ କରିପାରିବ । ଯାହା ଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଇବ ଏବଂ ଶାନ୍ତି ଏ

SOCIAL MEDIA

Vastu tips:

ବାସ୍ତୁ ଏବଂ ସୂର୍ଯ୍ୟଙ୍କ ମଧ୍ୟରେ ଏକ ଅନନ୍ୟ ସମ୍ପର୍କ । ଦିଗ ସହ ଜଡିତ ବାସ୍ତୁର ନିୟମ ସୂର୍ଯ୍ୟଙ୍କ ଯାତ୍ରା ଏବଂ ଏହାର ଗତିବିଧିକୁ ଧ୍ୟାନରେ ରଖି ବିବେଚନା କରାଯାଇଛି । ଯାହା ଦ୍ବାରା ସୂର୍ଯ୍ୟଙ୍କ ଶକ୍ତି ବା ଉର୍ଜା ଘରେ ଅଧିକ ପରିମାଣରେ ପ୍ରବେଶ କରିପାରିବ । ଯାହା ଦ୍ବାରା ଆପଣଙ୍କ ଘରେ ସକରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଇବ ଏବଂ ଶାନ୍ତି ଏବଂ ସୁଖ ମିଳିବ । ତେଣୁ ଯଦି ଆପଣ ଘରର ବାସ୍ତୁ ସୂର୍ଯ୍ୟଙ୍କ ଗତିବିଧି ଉପରେ ଆଧାର କରି ଆପଣଙ୍କ ଘରର ସ୍ଥାପତ୍ୟ ପ୍ରସ୍ତୁତ କରନ୍ତି ତେବେ ଆପଣଙ୍କୁ ସର୍ବାଧିକ ଲାଭ ମିଳିବ । ଆସନ୍ତୁ ବାସ୍ତୁର ଏହି ନିୟମ ଗୁଡ଼ିକ ବିଷୟରେ ଜାଣିବା ।

• ସୂର୍ଯ୍ୟୋଦୟ ପୂର୍ବରୁ ବା ରାତି ୩ ଟାରୁ ୬ ଟା ମଧ୍ୟରେ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ । ଏହି ସମୟରେ ସୂର୍ଯ୍ୟ ଘରର ଉତ୍ତର-ପୂର୍ବ ଦିଗରେ ଥାଆନ୍ତି । ଧ୍ୟାନ ଏବଂ ଉପାସନା ପାଇଁ ଏହି ସମୟ ସର୍ବୋତ୍ତମ ବୋଲି ବିବେଚନା କରାଯାଏ । ତେଣୁ ପୂଜାଘର ଉତ୍ତର-ପୂର୍ବ କୋଣରେ ନିର୍ମାଣ କରିବା ଉଚିତ୍ ।

• ସକାଳ ୬ ରୁ ୯ ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ପୂର୍ବ ଭାଗରେ ରହିଥାନ୍ତି । ତେଣୁ ଘରକୁ ଏପରି ଭାବରେ ତିଆରି କରନ୍ତୁ ଯେ ଘରେ ପର୍ଯ୍ୟାପ୍ତ ସୂର୍ଯ୍ୟ କିରଣ ଆସିପାରିବ । ବିଶ୍ୱାସ କରାଯାଏ ଯେ ଯେଉଁ ଘରେ ସକାଳର ସୂର୍ଯ୍ୟ କିରଣ ପ୍ରବେଶ କରେ ସେହି ଘରର ଲୋକଙ୍କୁ ରୋଗ ହେବାର ଆଶଙ୍କା କମ୍ ଥାଏ । ଏହି କାରଣରୁ ସକାଳେ ଘରର ସମସ୍ତ ଝରକା ଏବଂ କବାଟ ଖୋଲିବାକୁ କୁହାଯାଏ ।

• ସକାଳ ୯ ଟାରୁ ମଧ୍ୟାହ୍ନ ୧୨ ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ଦକ୍ଷିଣ-ପୂର୍ବରେ ରୁହନ୍ତି । ଗାଧୋଇବା ଏବଂ ରାନ୍ଧିବା ପାଇଁ ଏହି ସମୟ ସର୍ବୋତ୍ତମ । ଏହି କାରଣରୁ ରୋଷେଇ ଘର ଏବଂ ବାଥରୁମ ଓଦା ହୋଇଯାଏ । ତେଣୁ ରୋଷେଇ ଘର ଏବଂ ଗାଧୁଆ ଘର ଦକ୍ଷିଣ-ପୂର୍ବରେ ରହିବା ଉଚିତ ଯାହା ଦ୍ବାରା ସେଠାରେ ସୂର୍ଯ୍ୟ କିରଣ ପଡ଼ିବ । ଫଳରେ ଉଭୟ କୋଠରୀ ଶୁଖିଲା ରହିବ । ଓ ସମସ୍ତେ ସୁସ୍ଥ ରହିବେ ।

• ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଆରାମ ସମୟ ଅର୍ଥାତ୍ ବିଶ୍ରାମ ସମୟ । ସୂର୍ଯ୍ୟ ଏହି ସମୟରେ ଦକ୍ଷିଣରେ ଦିଗରେ ଥାଆନ୍ତି । ତେଣୁ ଶୟନ କକ୍ଷକୁ ଏହି ଦିଗରେ ତିଆରି କରାଯିବା ଉଚିତ ଏବଂ ଶୋଇବା ଘରର ପରଦାଗୁଡ଼ିକ ଗାଢ଼ ରଙ୍ଗର ହେବା ଉଚିତ ।  କୁହାଯାଏ ଯେ ଏହି ସମୟରେ ସୂର୍ଯ୍ୟ ବିପଜ୍ଜନକ ଅତିବାଇଗଣି ରଶ୍ମି ନିର୍ଗତ କରନ୍ତି ତେଣୁ ଗାଢ଼ ରଙ୍ଗର ପରଦା ରହିବା ଦ୍ବାରା ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଇବ ନାହିଁ ।

• ଅପରାହ୍ନ ୩ ଟାରୁ ୬ ଟା ଅଧ୍ୟୟନ ଏବଂ କାର୍ଯ୍ୟ ପାଇଁ ସମୟ ଏବଂ ସୂର୍ଯ୍ୟ ଦକ୍ଷିଣ-ପଶ୍ଚିମରେ ରୁହନ୍ତି । ତେଣୁ ଅଧ୍ୟୟନ ସ୍ଥାନ କିମ୍ବା ଲାଇବ୍ରେରୀ ପାଇଁ ଏହି ସ୍ଥାନ ସର୍ବୋତ୍ତମ ।

• ସନ୍ଧ୍ୟା ୬ ରୁ ୯ ଟା ଖାଇବା, ବସିବା ଏବଂ ଅଧ୍ୟୟନ ପାଇଁ ସମୟ, ତେଣୁ ଘରର ପଶ୍ଚିମ କୋଣ ଭୋଜନ କିମ୍ବା ରହିବା ପ୍ରକୋଷ୍ଠ ପାଇଁ ସର୍ବୋତ୍ତମ । ଏହି ସମୟରେ ସୂର୍ଯ୍ୟ ମଧ୍ୟ ପଶ୍ଚିମରେ ଥାଆନ୍ତି ।

• ରାତି ୯ ଟାରୁ ମଧ୍ୟରାତ୍ର ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର-ପଶ୍ଚିମରେ ରୁହନ୍ତି । ଶୋଇବା ଘର ପାଇଁ ଏହି ସ୍ଥାନ ସବୁଠାରୁ ଉପଯୋଗୀ ।

• ମଧ୍ୟରାତ୍ରିରୁ ସକାଳ ୩ ଟା ପର୍ଯ୍ୟନ୍ତ ସୂର୍ଯ୍ୟ ଘରର ଉତ୍ତର ଭାଗରେ ଥାଆନ୍ତି । ଏହି ସମୟ ଅତ୍ୟନ୍ତ ଗୋପନୀୟ । ତେଣୁ ମୂଲ୍ୟବାନ ଜିନିଷ କିମ୍ବା ଅଳଙ୍କାର ଇତ୍ୟାଦି ରଖିବା ପାଇଁ ଏହି ଦିଗ ଏବଂ ସମୟ ସର୍ବୋତ୍ତମ ।