Selfie Point: କଲେଜରେ ସେଲ୍ଫି ପଏଣ୍ଟ୍ ପ୍ରତିଷ୍ଠା କରିବା ପାଇଁ କାହିଁକି ଚାହୁଁଛି UGC ?
Advertisement

Selfie Point: କଲେଜରେ ସେଲ୍ଫି ପଏଣ୍ଟ୍ ପ୍ରତିଷ୍ଠା କରିବା ପାଇଁ କାହିଁକି ଚାହୁଁଛି UGC ?

  ଯୁବବର୍ଗ ମଧ୍ଯରେ ସେଲଫି କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । ଯେକୌଣସି ସ୍ଥାନରେ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସାଧାରଣ କଥା ହୋଇଯାଇଛି । ସେଲିବ୍ରିଟିଙ୍କ ସହିତ ସେଲଫିଠାରୁ କୌଣସି ଦର୍ଶନୀୟ ସ୍ଥାନରେ ସେଲଫି ନେବା ବର୍ତ୍ତମାନ ସମୟରେ କିଛି ବଡ଼ କଥା ନୁହେଁ । ଯୁବବର୍ଗ ମଧ୍ୟରେ ଏହି ସେଲ୍ଫି କ୍ରେଜର ଫାଇଦା ନେବାକୁ ଏବ

SOCIAL MEDIA

Selfie Point: 

ଯୁବବର୍ଗ ମଧ୍ଯରେ ସେଲଫି କ୍ରେଜ୍ ଦିନକୁ ଦିନ ବଢିବାରେ ଲାଗିଛି । ଯେକୌଣସି ସ୍ଥାନରେ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସାଧାରଣ କଥା ହୋଇଯାଇଛି । ସେଲିବ୍ରିଟିଙ୍କ ସହିତ ସେଲଫିଠାରୁ କୌଣସି ଦର୍ଶନୀୟ ସ୍ଥାନରେ ସେଲଫି ନେବା ବର୍ତ୍ତମାନ ସମୟରେ କିଛି ବଡ଼ କଥା ନୁହେଁ । ଯୁବବର୍ଗ ମଧ୍ୟରେ ଏହି ସେଲ୍ଫି କ୍ରେଜର ଫାଇଦା ନେବାକୁ ଏବେ ୟୁଜିସି ବା ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅଣ୍ଟା ଭିଡିଛି । ଯଦି ସବୁକିଛି ଠିକଠାକ ଚାଲେ ତେବେ ଦେଶର ସବୁ କଲେଜରେ ଆଗକୁ ସେଲ୍ଫି ଉଠାଇବାକୁ ରହିବ ସେଲ୍ଫି ପଏଣ୍ଟ୍ । ଯେମିତି ଦର୍ଶନୀୟ ସ୍ଥାନ,ହୋଟେଲ,ରେସ୍ତୋଁରାରେ ସେଲ୍ଫି ପଏଣ୍ଟ ରହୁଛି ସେମିତି ଆଗକୁ କଲେଜ ଗୁଡିକରେ ରହିବ ସେଲଫି ପଏଣ୍ଟ । ଯେଉଁଠି କଲେଜ୍ ବିଦ୍ୟାର୍ଥୀଙ୍କଠାରୁ କଲେଜକୁ ଆସୁଥିବା ଲୋକ ନିଜ  ସେଲଫି ନେଇପାରିବେ । ତେବେ ଆପଣଙ୍କ ମନକୁ ପ୍ରଶ୍ନ ଆସୁଥିବ ଅଚାନକ ୟୁଜିସି ମୁଣ୍ଡକୁ ଏହି ବୁଦ୍ଧି କାହିଁକି ଆସିଲା ? ଆଉ ସେଲ୍ଫି ପଏଣ୍ଟ୍ ସ୍ଥାପନ କରି ୟୁଜିସି କ’ଣ ପାଇବାର ଆଶା କରୁଛି । ଆସନ୍ତୁ ଜାଣିବା ସବୁ ପ୍ରଶ୍ନର ଉତ୍ତର ।

ସେଲ୍ଫି ପଏଣ୍ଟ୍ ପାଇଁ ୟୁଜିସି ଚିଠି

କ୍ୟାମ୍ପସଗୁଡିକରେ ସେଲଫି ପଏଣ୍ଟ ସ୍ଥାପନ କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଦେଶର ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଶିକ୍ଷାନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସେଲଫି ପଏଣ୍ଟ ରଖିବାକୁ ୟୁଜିସି କହିଛି ।

 ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଦିଆଯାଇତିବା 3D ଲେଆଉଟ୍ ଡିଜାଇନ ଅନୁସାରେ ହିଁ ସେଲଫି ପଏଣ୍ଟ୍ ସ୍ଥାପନ ପାଇଁ ଆଦେଶରେ କୁହାଯାଇଛି । 

ଯୁବସମାଜକୁ ମିଳିବ ନୂଆ ମାର୍ଗ

 ୟୁଜିସି ଅନୁସାରେ ଏହି ସେଲଫି ପଏଣ୍ଟଗୁଡିକ କେବଳ ଗର୍ବର ଉତ୍ସ ଭାବରେ କାର୍ଯ୍ୟ କରିବ ନାହିଁ, ବରଂ ପରିବର୍ତ୍ତନଶୀଳ ଭାରତ ବାବଦରେ ପ୍ରତ୍ୟେକ ନାଗରିକଙ୍କୁ ଅବଗତ କରାଇବ ବୋଲି ୟୁଜିସି ତରଫରୁ ପ୍ରଦତ୍ତ ପତ୍ରରେ କୁହାଯାଇଚି । ଏହି ପତ୍ରରେ ଉଲ୍ଲେଖ ଅଛି ଯେ, ଭାରତ ବିଶ୍ୱର ସବୁଠାରୁ ଯୁବ ଦେଶ ମଧ୍ୟରୁ ଅନ୍ୟତମ । ଏହି ସମୟ ଯୁବବର୍ଗର କ୍ଷମତାକୁ ନୂଆ ଦୀଗ ପ୍ରଦାନର ଅବସର ଦେଇଥାଏ ।ବିଭିନ୍ନ କ୍ଷେତ୍ରରେ ଭାରତ କରିଥିବା ପ୍ରଗତିରୁ ପ୍ରେରଣା ନେଇ ଯୁବକଙ୍କୁ ପ୍ରେରିତ କରିବାର ଇଏ ହେଉଛି ପ୍ରକୃଷ୍ଠ ସମୟ । ଯୁବବର୍ଗ ମନରେ ସାମୂହିକ ଗର୍ବର ଭାବନା ବଢାଇବା ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସଚିବ ମନୀଷ ଯୋଶୀ କହିଛନ୍ତି।

ସେଲଫି ପଏଣ୍ଟର ଥିମ୍

ସେଲଫି ପଏଣ୍ଟର ଥିମରେ ‘ଏକ ଭାରତ,ଶ୍ରେଷ୍ଠ ଭାରତ’ରାଷ୍ଟ୍ରୀୟ ଶିକ୍ଷା ନୀତି ଭଳି ପ୍ରମୁଖ ପ୍ରସଙ୍ଗ ରହିଛି । ୟଜିସ ତରଫରୁ କଲେଜଗୁଡିକୁ ଦିଆଯାଇଥିବା ପତ୍ରରେ ଶିକ୍ଷାନୁଷ୍ଠାନରେ ପଢୁଥିବା ଛାତ୍ରଛାତ୍ରୀ ଓ ପରିଦର୍ଶକ ଯେମିତି ସେଲଫି ପଏଣ୍ଟରେ ଫଟୋ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବେ ସେଥିପାଇଁ ଉତ୍ସାହିତ କରିବା ଲାଗି କଲେଜଗୁଡିକୁ କୁହାଯାଇଛି ।