Justice Suicide: ବିଚାରପତିଙ୍କ ଆତ୍ମହତ୍ୟା ଛିଡ଼ାକଲା ଅନେକ ଅସମାହିତ ପ୍ରଶ୍ନ, ଉତ୍ତର ଶୂନ
Advertisement
Article Detail0/zeeodisha/odisha1332176

Justice Suicide: ବିଚାରପତିଙ୍କ ଆତ୍ମହତ୍ୟା ଛିଡ଼ାକଲା ଅନେକ ଅସମାହିତ ପ୍ରଶ୍ନ, ଉତ୍ତର ଶୂନ

କଟକ ପୋକସୋ ଅଦାଲତ ବିଚାରପତି ଙ୍କ ଆତ୍ମହତ୍ୟା। କଟକସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା। କିଛି ଦିନ ଧରି ସେ ଅବସାଦ ରେ ଥିଲେ। 

Justice Suicide: ବିଚାରପତିଙ୍କ ଆତ୍ମହତ୍ୟା ଛିଡ଼ାକଲା ଅନେକ ଅସମାହିତ ପ୍ରଶ୍ନ, ଉତ୍ତର ଶୂନ

Justice Suicide: କଟକ: ସ୍ୱତନ୍ତ୍ର ପୋକ୍ସୋ (Pocso Court) କୋର୍ଟ ବିଚାରପତି (Justice) ସୁବାସ କୁମାର ବିହାରୀ (Subash Kumar Bihari) ଆତ୍ମହତ୍ୟା (Suicide) କରିଛନ୍ତି। ଆଜି କଟକର (Cuttack) ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ଘରେ ଆତ୍ମହତ୍ୟା (Suicide) କରିଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ତାଙ୍କୁ ସିଡିଏର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ତେବେ ବିଚାରପତି ଜଣକ ଗତ ୨ ଦିନ ହେବ ଛୁଟିରେ ଥିଲେ। ଆଜି ସେ କାର୍ଯ୍ୟରେ ଯୋଗ ଦେବାର ଥିଲା। କିନ୍ତୁ ଆଜି ବି ସେ ଛୁଟି ନେଇଥିଲେ।

କଟକ ପୋକସୋ ଅଦାଲତ ବିଚାରପତି ଙ୍କ ଆତ୍ମହତ୍ୟା। କଟକସ୍ଥିତ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା। କିଛି ଦିନ ଧରି ସେ ଅବସାଦ ରେ ଥିଲେ। ତାଙ୍କ ଘର ଯାଜପୁର ସଦର ଥାନା ଭୁବନେଶ୍ୱର ପୁର  ଗାଁ ରେ। ଏହି ଖବର ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

ସେ ନିଜ ଗାଁ ଭୁବନେଶ୍ୱରପୁର ପଞ୍ଚାୟତର ଶେଷଦେବ ବାସନ୍ତୀ ହାଇସ୍କୁଲରୁ ମାଟ୍ରିକ ପାସ କରିବା ପରେ ଯାଜପୁର ନରସିଂହ ଚୌଧୁରୀ କଲେଜରୁ ସ୍ନାତକ ଓ ବିରଜା ଆଇନ ମହାବିଦ୍ୟାଳୟ ରୁ ଏଲ ଏଲ ବି ପାସ କରିଥିଲେ। ଏହା ପରେ ଓଜେଏସ ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇ ବାଲିଗୁଡା, ବରଗଡ଼,ବାଲେଶ୍ଵର,ଭୁବନେଶ୍ୱର ସମେତ ଅନେକ ଜିଲା ର ବିଭିନ୍ନ କୋର୍ଟ ରେ ବିଚାରପତି ଭାବେ ଯୋଗ ଦେଇ ସୁଚାରୁରୂପେ କାର୍ଯ୍ୟକାରୀ ବରିଷ୍ଠ ବିଚାରପତି ଙ୍କ ପ୍ରିୟ ଭାଜନ ହୋଇପାରିଥିଲେ।

ସେପଟେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି। ପ୍ରାଥମିକ ତଦନ୍ତ ପରେ ଏହା ସୁଇସାଇଡାଲ ହ୍ୟାଙ୍ଗିଙ୍ଗ ବୋଲି କହିଛନ୍ତି ଏସପି। ଏସପିଙ୍କ ମୁତାବକ ବେକରେ ରଶିର ଦାଗ ରହିଛି। ସାମାନ୍ୟ ଆଞ୍ଚୁଡ଼ି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି। ରଶି ଲଗାଇ ଆତ୍ମହତ୍ୟା କଲେ ଏଭଳି ଦାଗ ସାଧାରଣତଃ ହୋଇଥାଏ। ତେବେ ଆମେ ରଶିକୁ ଜବତ କରିଛୁ। ତଦନ୍ତ ଜାରି ରଖିଛୁ। ପରୀକ୍ଷା ପାଇଁ ଜବତ ରଶିକୁ ଲାବୋରାଟୋରୀକୁ ପଠାଇଛୁ ବୋଲି ଏସପି ସୂଚନା ଦେଇଛି। 

ଅନ୍ୟପଟେ ସେ ଜଣେ ବେଶ ଭଦ୍ର ସ୍ଵଭାବ ଓ ଅତି କର୍ମନିଷ୍ଠ ମଣିଷ ଥିଲେ। ଜଣେ ବିଚାରପତି ଭାବେ କାର୍ଯ୍ୟ କରୁଥିବା ସମୟରେ ସମସ୍ତ ଆଇନଜୀବୀ ଓ କର୍ମଚାରୀଙ୍କ ସହ ଅତି ଭଲ ସମ୍ପର୍କ ରହିଥିଲା। କର୍ମକ୍ଷେତ୍ର ସହ ପାରିବାରିକ କ୍ଷେତ୍ରରେ ମଧ୍ୟ ସେ ନରମ ମିଞ୍ଜାଜର ଥିଲେ । କିନ୍ତୁ ତାଙ୍କର ଆତ୍ମହତ୍ୟାକୁ ନେଇ ଆଜି ଏକ ବଡ଼ ପ୍ରଶ୍ନ ଛିଡ଼ା ହୋଇଛି। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚା ଆଲୋଚନା ହେଉଛି। ଜଣେ ଅତ୍ୟନ୍ତ ନରମ ସ୍ୱଭାବର ବିଚାରପତି କାହିଁକି ଆତ୍ମହତ୍ୟ କଲେ ତାହାକୁ ନେଇ ଆଲୋଚନା ଜୋରଦାର ହେଉଛି। ତାଙ୍କ ଆତ୍ମହତ୍ୟା ପଛରେ କଣ ରହିଛି କାରଣ ? ଯିଏ ନ୍ୟାୟର ମୂର୍ତ୍ତି ଭାବରେ ଲୋକଙ୍କୁ ନ୍ୟାୟ ଓ ଦୋଷୀକୁ ଦଣ୍ଡ ଦେଉଥିଲେ ସେ କାହିଁକି ଏତେ ବଡ ଚରମ ପଦକ୍ଷେପ ଗ୍ରହଣ କଲେ ତାହା ସମସ୍ତଙ୍କୁ ଚକିତ କରିଛି। ଅନ୍ୟପଟେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି।