ବିଏମସି ନିର୍ବାଚନର ପୋଷ୍ଟମର୍ଟମ, ଜାତୀୟ ନୁହଁ ସ୍ୱାଧୀନ ଭରସାଯୋଗ୍ୟ
Advertisement
Article Detail0/zeeodisha/odisha1136423

ବିଏମସି ନିର୍ବାଚନର ପୋଷ୍ଟମର୍ଟମ, ଜାତୀୟ ନୁହଁ ସ୍ୱାଧୀନ ଭରସାଯୋଗ୍ୟ

ବଦଳିଗଲା ବିଏମସି ଅଙ୍କ, ଆରମ୍ଭ ହେଲା ମାନସ ମନ୍ଥନ। ସଦ୍ୟ ପ୍ରକାଶିତ ପୌର ନିର୍ବାଚନ ଫଳାଫଳରେ ଭୁବନେଶ୍ବର ମହାନଗର ନିଗମ ରେଜଲ୍ଟ ସମସ୍ତଙ୍କ ମଧ୍ୟରେ ହଟଚମଟ ସୃଷ୍ଟି କରିଛି। ସବୁ ରାଜନୈତିକ ଦଳକୁ ଆଶା ସ୍ଥାନରେ ନିରାଶ ଓ ନିରାଶ ସ୍ଥାନରେ ଆଶାର କିରଣ ସୃଷ୍ଟି ହୋଇଛି।

ଫାଇଲ ଫଟୋ

ଭୁବନେଶ୍ୱର: ବହୁ ପ୍ରତିକ୍ଷିତ ରାଜ୍ୟ ରାଜଧାନୀର ରାଜନୀତି ଗଣିତ ବଦଳିଯାଇଛି। ପୌର ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମାନସ ମନ୍ଥନ ଆରମ୍ଭ ହୋଇଛି। ବିଗତ ବିଏମସି ନିର୍ବାଚନ ଅପେକ୍ଷା ଏଥର ପ୍ରାର୍ଥୀଙ୍କ ମଧ୍ୟରେ କାଣ୍ଟେ କା ଟକ୍କର ଦେଖିବାକୁ ମିଳିଛି। ବିଜେଡ଼ିକୁ ମେୟର ଓ ଅର୍ଦ୍ଧାଧିକ କର୍ପୋରେଟର ପଦ ମିଳିଥିବା ବେଳେ ପୁରୁଣା ମୁହଁ ଚିତପଟାଙ୍ଗ ମାରିଛି। ବିଜେପିକୁ ଆଶା ଅନୁସାରେ ଅଧିକ ସିଟ୍ ମିଳିଥିବା ଦଳ କହିଛି। କଂଗ୍ରେସ କିନ୍ତୁ ଖାତା ଖୋଲି ପାରିଲାନାହିଁ। ଏସବୁ ଭିତରେ ସହରର ୬୭ଟି ଓ୍ବାର୍ଡରେ ବିଜୟୀ ହୋଇଥିବା ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ସମସ୍ତଙ୍କ ନଜର ରହିଛି।

ବଦଳିଗଲା ବିଏମସି ଅଙ୍କ, ଆରମ୍ଭ ହେଲା ମାନସ ମନ୍ଥନ। ସଦ୍ୟ ପ୍ରକାଶିତ ପୌର ନିର୍ବାଚନ ଫଳାଫଳରେ ଭୁବନେଶ୍ବର ମହାନଗର ନିଗମ ରେଜଲ୍ଟ ସମସ୍ତଙ୍କ ମଧ୍ୟରେ ହଟଚମଟ ସୃଷ୍ଟି କରିଛି। ସବୁ ରାଜନୈତିକ ଦଳକୁ ଆଶା ସ୍ଥାନରେ ନିରାଶ ଓ ନିରାଶ ସ୍ଥାନରେ ଆଶାର କିରଣ ସୃଷ୍ଟି ହୋଇଛି। ପ୍ରଥମେ ଶାସକ ଦଳ ବିଜେଡି ଟାର୍ଗେଟ ମୁତାବକ ୬୭ ୱାର୍ଡ ପାଇଁ ରଣନୀତି ପ୍ରସ୍ତୁତ କରି ୬୦ରୁ ଊର୍ଦ୍ଧ୍ବ ଆସନରେ ଜିତିବାକୁ ଲକ୍ଷ୍ୟ ରଖିଥିଲା ହେଲେ ୪୮ ସିଟ୍ ସହ ବିଏମସି ଦଖଲ କରି ସନ୍ତୁଷ୍ଟ ହୋଇଛି। ବଡ କଥା ହେଉଛି ପୁରୁଖା ପୂର୍ବତନ କର୍ପୋରେଟର ଓ ତାଙ୍କ ସମର୍ଥିତ ପ୍ରାର୍ଥୀ ବି ଏଥର ଚିତପଟାଙ୍ଗ ମାରିଛନ୍ତି।

Also Read: 'ମୋଦି-ଯୋଗୀଙ୍କ ଯୋଡ଼ି କିଏ ଭାଙ୍ଗିପାରିବେ ନାହିଁ'

ସେପଟେ ସହରବାସୀ ବିଜେପି ପକ୍ଷରେ ଭଲ ଜନମତ ରଖିଥିବା ଭୁବନେଶ୍ବର ଜିଲ୍ଲା ବିଜେପି ସାଂଗଠନିକ ସଭାପତି ବାବୁ ସିଂ କହିଛନ୍ତି। ଦଳକୁ ୧୦ଟି ୱାର୍ଡରେ ବିୟଜ ମିଳିଥିବା ବେଳେ ୨୦ଟି ୱାର୍ଡରେ ବିଜୟ ନିକଟତର ହୋଇଛୁ ବୋଲି ସେ କହିଛନ୍ତି। ତେବେ ଏଥର ପଂଚାୟତ ନିର୍ବାଚନ ପରେ ପରେ ହଠାତ୍ ପୌର ନିର୍ବାଚନ ଘୋଷଣା ହେବାରୁ ଦଳ ପକ୍ଷରୁ ପ୍ରସ୍ତୁତ ହୋଇପାରିନଥିବାରୁ ଆଗାମୀ ଦିନରେ ସମସ୍ତ ତ୍ରୁଟି ସୁଧାରି ଭଲ ପ୍ରଦର୍ଶନ କରିବାକୁ ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଅପରପଟେ ଶୂନ ରେଜଲ୍ଟ ସହ ଜନାଦେଶକୁ ସ୍ବୀକାର କରି କଂଗ୍ରେସ ପରାଜୟକୁ ଗ୍ରହଣ କରିଛି। କାହାକୁ ଦୋଷ ନ ଦେଇ ଏପରି ସ୍ଥିତି ଏଡାଇବା ପାଇଁ ଦଳ ଆଗାମୀ ଦିନରେ ଆତ୍ମସମୀକ୍ଷା କରିବାକୁ କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ କହିଛନ୍ତି।

ତେବେ ଏସବୁ ଭିତରେ ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡି ୪୮, ବିଜେପି ୧୦ଟି ଜିତିଛନ୍ତି। ଅନ୍ୟପଟେ ୯ଟି ୱାର୍ଡରେ ସ୍ବାଧୀନ ପ୍ରାର୍ଥୀଙ୍କ ଉପରେ ଭୋଟର ଭରସା କରିଛନ୍ତି। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ୱାର୍ଡରେ ମଧ୍ୟ ବିଜେପି ହାରିଛି। ତେଣୁ ଆଗାମୀ ଦନିରେ ଦଳ ବଦଳ ନୀତିରେ କେଉଁ ଦଳ ସଂଖ୍ୟା କେତେ ହେଉଛି ତାହାକୁ ଅପେକ୍ଷା ରହିଲା। ତେବେ ରାଜନୀତିର ବଡପଣ୍ଡାଙ୍କ ପୂର୍ବାନୁମାନ ଅନସାରେ, ସ୍ୱାଧିନ ପ୍ରାର୍ଥୀମାନେ ବିଳମ୍ବରେ ହେଲେ ପଛେ ବିଜେଡି ପ୍ରତି ଆକୃଷ୍ଟ ହୋଇପାରନ୍ତି।