Mandi News: ୪ କୋଟି ଟଙ୍କାରେ ନିର୍ମିତ ମନ୍ଦିରରେ ସ୍ଥାପନା ହେଲେ ମାଆ ବଗଳାମୁଖୀ
Advertisement
Article Detail0/zeeodisha/odisha2248041

Mandi News: ୪ କୋଟି ଟଙ୍କାରେ ନିର୍ମିତ ମନ୍ଦିରରେ ସ୍ଥାପନା ହେଲେ ମାଆ ବଗଳାମୁଖୀ

Maa Baglamukhi Temple: ମାଆ ବଗଳାମୁଖୀଙ୍କୁ ବର୍ତ୍ତମାନ ନିର୍ମିତ ହୋଇଥିବା ନୂଆ ମନ୍ଦିରରେ ସ୍ଥାପନା କରାଯାଇଛି । ନୂତନ ମନ୍ଦିର ନିର୍ମାଣ ପାଇଁ ମୋଟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ସମୟରେ କାର୍ଯ୍ୟ ଶେଷ କରିବାକୁ ୭ ବର୍ଷ ଲାଗିଥିଲା ।

Mandi News: ୪ କୋଟି ଟଙ୍କାରେ ନିର୍ମିତ ମନ୍ଦିରରେ ସ୍ଥାପନା ହେଲେ ମାଆ ବଗଳାମୁଖୀ

Maa Baglamukhi Temple: ହିମାଚଳ ପ୍ରଦେଶ ମଣ୍ଡି ସ୍ଥିତ ପାଣ୍ଡୋ ନିକଟରେ ଥିବା ବାଜା ଗ୍ରାମରେ ଅବସ୍ଥିତ ମା ବଗଳାମୁଖୀଙ୍କ ନୂଆ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ସେଠାରେ ମାଆଙ୍କୁ ସ୍ଥାପନା କରାଯାଇଛି । ମୋଟ ୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ନୂଆ ମନ୍ଦିରରେ ୩ ଦିନ ପର୍ଯ୍ୟନ୍ତ ପ୍ରତିଷ୍ଠା ଉତ୍ସବ ଚାଲିଥିଲା । ମଇ ୧୦ରୁ ୧୨ ପର୍ଯ୍ୟନ୍ତ ବଡ଼ ଆକାରରେ ହୋଇଥିବା ପ୍ରତିଷ୍ଠା ଉତ୍ସବରେ ହଜାର ହଜାର ଲୋକ ଯୋଗ ଦେଇଥିଲେ ।

ମା ବଗଳାମୁଖୀ ମନ୍ଦିର ପୂଜା କମିଟି ମୁଖ୍ୟ ଦାମୋଦର ଦାସ କହିଛନ୍ତି ଯେ, ମେ ୧୦ ତାରିଖରେ ଶୁଭ ସମୟରେ ମାଆଙ୍କୁ ମନ୍ଦିରରେ ସ୍ଥାପନା କରାଯାଇଥିଲା । ମା ବଗଳାମୁଖୀଙ୍କ ନୂତନ ମନ୍ଦିର ନିର୍ମାଣରେ ମୋଟ ୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ୭ ବର୍ଷ ସମୟ ଲାଗିଥିଲା । ୨୦୧୭ ମସିହାରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିବା ସମୟରେ ବର୍ତ୍ତମାନ ୨୦୨୪ରେ ଏହା ଶେଷ ହୋଇଛି । ଏହି ମନ୍ଦିରରେ ଖୁବ ସୁକ୍ଷ୍ମ କାରୁକାର୍ଯ୍ୟ ଦେଖିବାକୁ ମିଳିଛି । ମନ୍ଦିରର ମୋଟ ଉଚ୍ଚତା ୬୫ ଫୁଟ ହୋଇଥିବାବେଳେ ଏହାର ଲମ୍ବ ଏବଂ ମୋଟେଇ ୩୦-୩୦ ଫୁଟ ରହିଛି । ମନ୍ଦିର ନିର୍ମାଣରେ ଯାହା ଖର୍ଚ୍ଚ ହୋଇଛି ତାହା ଭକ୍ତମାନେ ଦାନ କରିଛନ୍ତି। 

ତିନି ଦିନ ଧରି ଚାଲିଥିବା ପ୍ରାଣ ପ୍ରତିଷ୍ଠା ସମାରୋହରେ ମାତାଙ୍କ ମନ୍ଦିରରେ ଭକ୍ତଙ୍କ ଭିଡ ଲାଗିଥିଲା । ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ନିକଟରେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ପ୍ରାୟ ୩୫ ହଜାର ଲୋକ ପ୍ରସାଦ ସେବନ କରିଥିବା କୁହାଯାଉଛି ।

Also Read- ବଡ଼ମ୍ବାରେ ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ

Also Read- Mangal Gochar: ମଙ୍ଗଳ ଚଳନ ଶୁଭ ପ୍ରଭାବ, ୧ ଜୁନରୁ ୩ ରାଶିର ବ୍ୟକ୍ତିଙ୍କୁ ମିଳିବ ସଫଳତା