Odisha Air Pollution: ଭୁବନେଶ୍ୱର ସହ ରାଜ୍ୟର ଏହି ୭ଟି ସହରର ବାୟୁ ପାଲଟିଛି ବିଷ
Advertisement

Odisha Air Pollution: ଭୁବନେଶ୍ୱର ସହ ରାଜ୍ୟର ଏହି ୭ଟି ସହରର ବାୟୁ ପାଲଟିଛି ବିଷ

Odisha Air Pollution: କେବଳ ମେଟ୍ରୋ ସିଟି କି ଜାତୀୟ ରାଜଧାନୀ ନୁହଁ ଓଡିଶାର ବାୟୁରେ ମଧ୍ୟ ବିଷ ମିଶିଲାଣି। ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଓଡିଶାର ୭ଟି ସହର ସମିଲ ଅଛି। ବିଶେଷ କରି ଯାନବାହନ ଓ କଳକାରଖାନା ପାଇଁ ଓଡିଶାର ଏହି ସାତଟି ସହରର ବାୟୁ ଗଣବତ୍ତା ଖରାପ ହୋଇଛି।

 

Odisha Air Pollution: ଭୁବନେଶ୍ୱର ସହ ରାଜ୍ୟର ଏହି ୭ଟି ସହରର ବାୟୁ ପାଲଟିଛି ବିଷ

Odisha Air Pollution, ଭୁବନେଶ୍ୱର: ପ୍ରକୃତି ଉପରେ ମଣିଷର ବର୍ବରତା ପାଇଁ ପୃଥିବୀରେ କ୍ଲାଇମେଟ ଚ୍ୟାଞ୍ଜ ଭଳି ସଙ୍କଟ ସୃଷ୍ଟି ହୋଇଛି। ଦୁନିଆର ପ୍ରାୟ ସମସ୍ତ ଦେଶ ଏହି ସଙ୍କଟ ସହ ଜୁଝୁଛନ୍ତି। ବାୟୁ ପ୍ରଦୂଷଣ ପାଇଁ ବିଶ୍ୱବାସୀ ଅଣନିଶ୍ୱାସୀ ହୋଇଗଲେଣି। କେବଳ ଯେ ବଡ ବଡ ସହରରେ ବାୟୁପ୍ରଦୂଷଣ ବୃଦ୍ଧି ପାଉଛି ତାହାନୁହଁ, ଏବେ ଛୋଟ ସହର ଓ ଗ୍ରାମାଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ସବୁଜ ବନାନୀ ଓଡିଶାର ବାୟୁ ମଧ୍ୟ ବିଷ ପାଲଟିବାରେ ଲାଗିଛି। କାରଣ ଦେଶର ସର୍ବାଧିକ ପ୍ରଦୂଷିତ ସହର ମଧ୍ୟରେ ଓଡିଶାର ୭ଟି ସହର ସମିଲ ଅଛି।

କେବଳ ମେଟ୍ରୋ ସିଟି କି ଜାତୀୟ ରାଜଧାନୀ ନୁହଁ ଓଡିଶାର ବାୟୁରେ ମଧ୍ୟ ବିଷ ମିଶିଲାଣି। ଏକ ରିପୋର୍ଟ ଅନୁସାରେ, ଦେଶର ୧୩୨ ସହରରରେ ବାୟୁର ମାନ ଅତ୍ୟନ୍ତ ଖରାପ ରହିଥିବାବେଳେ ତାଲିକାରେ ଓଡ଼ିଶାର ୭ଟି ସହର ରହିଛି। ଭୁବନେଶ୍ୱର, କଟକ, ରାଉରକେଲା, ଅନୁଗୋଳ, ତାଳଚେର, କଳିଙ୍ଗନଗର ଓ ବାଲେଶ୍ୱର ଆଦି ସହରରେ ବାୟୁର ମାନ ଅତ୍ୟନ୍ତ ଖରାପ ଥିବା ଜଣାପଡିଛି। ସୁସ୍ଥ ବାୟୁର ମାନ AQI ୧୦୦ ରହିବା ଆବଶ୍ୟକ। କିନ୍ତୁ ଏହି ସବୁ ସହରରେ ତାହା ୧୦୦ ପାର କରିଛି। ବିଶେଷ କରି ଯାନବାହନ ଓ କଳକାରଖାନା ପାଇଁ ଓଡିଶାର ଏହି ସାତଟି ସହରର ବାୟୁ ଗଣବତ୍ତା ଖରାପ ହୋଇଛି।

Also Read: ଆଜି କେତେ ଶସ୍ତା ହେଲା ପେଟ୍ରୋଲ-ଡିଜେଲ? ଶୀଘ୍ର ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ରିପୋର୍ଟ ଅନୁସାରେ, ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱରରେ AQI ୧୬୧ ରହିଛି। ଏହା ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଗାଇଡଲାଇନ ତୁଳନାରେ ୧୫ ଗୁଣ ଅଧିକ ରହିଛି। ଭୁବନେଶ୍ୱରର ବାୟୁ ପ୍ରଦୂଷଣର ହାର ସ୍ୱାଭାବିକ୍ ଠାରୁ ୩୬ ପତିଶତ ଅଧିକ ରହିଛି। ତାଳଚେରରେ ୪୫,  ରାଉରକେଲାରେ ୪୧, ଅନୁଗୋଳରେ ୨୮ ଓ କଟକରେ ୨୭ ପ୍ରତିଶତ ଅଧିକ ପ୍ରଦୂଷିତ ସହର ପାଲଟିଛି। ସାଧାରଣତଃ ବାୟୁରେ ୧୦ ମାଇକ୍ରୋନରୁ କମ୍ ଧୂଳିକଣା ଓ ପ୍ରଦୂଷିତ ଦ୍ରବ୍ୟ ରହିବା କଥା। କିନ୍ତୁ ସହରାଞ୍ଚଳରେ ଏହାର ପରିମାଣ ଯଥେଷ୍ଟ ଅଧିକ ରହୁଛି। ଯାହା ଶରୀର ପାଇଁ କ୍ଷତିକାରକ। ସହରାଞ୍ଚଳ ପରିବେଶକୁ ନେଇ NGT ଉଦବେଗ ପ୍ରକାଶ କରୁଥିଲେ ବି ଏଥପ୍ରତି ଧ୍ୟାନ ଦିଆଯାଉନଥିବା ଅଭୋଯୋଗ ହେଉଛି।

ଅନ୍ୟପଟେ, ବାୟୁ ପ୍ରଦୂଷଣକୁ ନେଇ ଜାତୀୟ ମାନବାଧିକାର କମିଶନ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଦିଲ୍ଲୀ, ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ବାୟୂ ପ୍ରଦୂଷଣ ସର୍ବାଧିକ ରହିଛି। ତେଣୁ ଏହି ରାଜ୍ୟ ଗୁଡିକୁ କମିଶନ ଜବାବ ତଲବ କରିଛନ୍ତି। ବାୟୁ ପ୍ରଦୂଷଣ ଯୋଗୁ, ଶ୍ୱାସ ଜନିତ ରୋଗ ହେବାର ସମ୍ଭାବନା ଯଥେଷ୍ଟ ଅଧିକ ରହିଛି। ଦୀପାବଳି ପରେ ଦେଶର ବାୟୂର ମାନ ଅତ୍ୟନ୍ତ ଖାରପ ହୋଇଯାଇଛି। ଯେଉଁଥିପାଇଁ ସରକାର ଗତ ସପ୍ତାହରେ ଦିଲ୍ଲୀ ଓ ନୋଏଡାର ସ୍କୁଲ ଗୁଡିକୁ ବନ୍ଦ କରିଥିଲେ।