ଓଡ଼ିଶାକୁ NGT ଛାଟ: ବାଲିଯାତ୍ରାକୁ ନେଇ ଶୁଣାଇଲେ ଏଭଳି କଡ଼ା ଶବ୍ଦ, ବାଦ ପଡ଼ିଲାନି ପଞ୍ଜାବ
Advertisement
Article Detail0/zeeodisha/odisha1363879

ଓଡ଼ିଶାକୁ NGT ଛାଟ: ବାଲିଯାତ୍ରାକୁ ନେଇ ଶୁଣାଇଲେ ଏଭଳି କଡ଼ା ଶବ୍ଦ, ବାଦ ପଡ଼ିଲାନି ପଞ୍ଜାବ

NGT issued guideline : ପୂର୍ବରୁ ଅଧିକ ଜାଗାରେ ବାଲିଯାତ୍ରା କରିବାକୁ କଟକ ପ୍ରଶାସନ ଚିନ୍ତା କରୁଥିଲା। କିନ୍ତୁ ଏତେ ପରିମାଣର ଜାଗାରେ ବାଲିଯାତ୍ରା କରିବାକୁ ଏନ୍‌ଜିଟି ଅମଙ୍ଗ ହୋଇଥିଲେ।

ଓଡ଼ିଶାକୁ NGT ଛାଟ: ବାଲିଯାତ୍ରାକୁ ନେଇ ଶୁଣାଇଲେ ଏଭଳି କଡ଼ା ଶବ୍ଦ, ବାଦ ପଡ଼ିଲାନି ପଞ୍ଜାବ

NGT issued guideline : ନୂଆଦିଲ୍ଲୀ : ବାଲିଯାତ୍ରାକୁ (Balijatra) ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ବା NGT। ବାଲିଯାତ୍ରା (Balijatra) ଯୋଗୁଁ ପ୍ରବଳ ମାତ୍ରାରେ ପ୍ରଦୂଷଣ ବଢୁଥିବା କାରଣରୁ ଏନଜିଟି (NGT) ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଏଥିପାଇଁ ବାଲିଯାତ୍ରା (Balijatra) ପରିସୀମାକୁ କମାଇବାକୁ ନିଷ୍ପତ୍ତି ନେଇଛନ୍ତି ଏନଜିଟି (NGT)। ୩୪ ଏକର ଜାଗା ଭିତରେ ବାଲିଯାତ୍ରାକୁ (Balijatra) ସୀମିତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବାଲିଯାତ୍ରାକୁ (Balijatra) ସଂପ୍ରସାରିତ କରିବାକୁ ହେଲେ ଅନୁମତି ଲୋଡା। କିଛି ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (National Green Tribunal) ବା ଏନଜିଟି (NGT)। ଏହାସହ ହାଡିଆପଠା ସଂଲଗ୍ନ ଅଞ୍ଚଳରେ କୌଣସି ନିର୍ମାଣ କାମ ହୋଇପାରିବ ନାହିଁ। ମହାନଦୀ (Mahanadi) ପଠାକୁ ବ୍ୟବସାୟିକ କାର୍ଯ୍ୟରେ ମଧ୍ୟ ଲଗାଯାଇ ପାରିବ ନାହିଁ ବୋଲି NGT ନିର୍ଦ୍ଦେଶ ଦେଇଛନ୍ତି  ।

ଏହା ସହିତ କଟକ ହଡ଼ିଆପଠା ଠାରେ ୪୨୬ ଏକର ଜମିରେ ବର୍ଫି ଯୋଜନାକୁ ମଧ୍ୟ ଖାରଜ କରିଦେଇଛନ୍ତି ଏନଜିଟି। କେବଳ ୩୪ ଏକର ଜାଗାରେ ହିଁ ବାଲିଯାତ୍ରା ହେବ। ଏହା ସହିତ ବାଲିଯାତ୍ରା ଶେଷ ପରେ ଉକ୍ତ ସ୍ଥାନକୁ ପରିଷ୍କାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି। 

ଖବର ଅନୁଯାୟୀ, ପୂର୍ବରୁ ଅଧିକ ଜାଗାରେ ବାଲିଯାତ୍ରା କରିବାକୁ କଟକ ପ୍ରଶାସନ ଚିନ୍ତା କରୁଥିଲା। କିନ୍ତୁ ଏତେ ପରିମାଣର ଜାଗାରେ ବାଲିଯାତ୍ରା କରିବାକୁ ଏନ୍‌ଜିଟି ଅମଙ୍ଗ ହୋଇଥିଲେ। ଏପିରିକି କିଛି ମାସ ତଳେ ଏନଜିଟିଙ୍କ ଦ୍ଵାରା ନିଯୁକ୍ତ ଏକ ବିଶେଷଜ୍ଞ କମିଟି କଟକର ବିଭିନ୍ନ ସ୍ଥାନ ବୁଲି ମହାନଦୀର ସ୍ଥିତି ଅନୁଧ୍ୟାନ କରିଥିଲେ । ଯୋବ୍ରା ଠାରୁ ଗଡଗଡିଆ ଘାଟ ଭିତରେ ଥିବା ୪୨୬ ଏକର ପରିମିତ ପଠାକୁ ବିଶେଷଜ୍ଞ କମିଟି ବିଶେଷ ଭାବେ ଅନୁଧ୍ୟାନ କରିଥିଲା । 

ଉକ୍ତ ସ୍ଥାନକୁ ବାଲି ଦ୍ଵାରା ପୋତିଦିଆ ଯାଇଥିବା ହେତୁ , ଜୈବ ମଣ୍ଡଳ ପ୍ରଭାବିତ ହୋଇଛି , ପରିବେଶ ପ୍ରଦୂଷିତ ହୋଇଛି । ତେଣୁ ଏହା ସମ୍ପୂର୍ଣ ବେଆଇନ ବୋଲି କମିଟି ତା ରିପୋର୍ଟରେ ଉଲ୍ଲେଖ କରିଥିଲେ । ତେଣୁ ଆଗକୁ ମହାନଦୀର ଆଉ କୌଣସି ପଠାକୁ ନପୋତିବା ଏବଂ ବାଲିଯାତ୍ରା ପାଇଁ ୩୪ ଏକର ଜାଗାକୁ ଛାଡି ଅବଶିଷ୍ଟ ନଦୀ ପଠାରେ ବୃକ୍ଷ ରୋପଣ କରିବାକୁ କମିଟି ପ୍ରସ୍ତାବ ଦେଇଥିଲେ ।

ସେହିପରି ଆଜି ପଞ୍ଜାବ ସରକାରଙ୍କୁ ମଧ୍ୟ ଏନଜିଟି ଛାଟ ପଡ଼ିଛି। ପଞ୍ଜାବ ସରକାରଙ୍କୁ ୨୦୦୦ କୋଟି ଟଙ୍କାର ଫାଇନ ଲଗାଇଛନ୍ତି ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ। ରାଜ୍ୟ ସରକାର ତରଳ ତଥା କଠିନ ବର୍ଜ୍ୟ ପରିଚାଳନା ସଠିକ ଢଙ୍ଗରେ କରୁନଥିବା ନେଇ ଟ୍ରିବ୍ୟୁନାଲ ଅଭିଯୋଗ କରିଆସୁଥିଲେ। ଏନେଇ ବାରମ୍ବାର ତାଗିଦ ମଧ୍ୟ କରି ଆସୁଥିଲେ। ତେବେ ଏହାକୁ ଅଣଦେଖା କରିବା ପରେ ଆଜି ୨୦୦୦ କୋଟି ଟଙ୍କାର ଫାଇନ ଲଗାଇଛନ୍ତି ଏନଜିଟି। ଏନେଇ ଏନଜିଟି କହିଛନ୍ତି କି ବର୍ଜ୍ୟ ପରିଚାଳନା ନିର୍ଦ୍ଦେଶକୁ ପଞ୍ଜାବ ସରକାର ସମ୍ପୂର୍ଣ୍ଣ ଅଣଦେଖା କରିଆସୁଛନ୍ତି। ଫଳରେ ପରିବେଶରେ ପ୍ରଦୂଷଣ ମାତ୍ରା ଗୁରୁତର ଭାବେ ବୃଦ୍ଧି ପାଉଥିବା ନେଇ ଟ୍ରିବ୍ୟୁନାଲ ଅଭିଯୋଗ କରିଆସୁଥିଲେ। 

ଅଧିକ ପଢନ୍ତୁ: ବିଜେଡି@୨୦୨୪, 'ଆମ ମନ୍ତ୍ରୀଙ୍କୁ ତୁମ ଜିଲ୍ଲା ଦାୟିତ୍ୱ'

ଅଧିକ ପଢନ୍ତୁ: କାର ଭିତରେ କୁବେର ଭଣ୍ଡାର! ଗଞ୍ଜାମରୁ ଖସି କଟକରେ ଫସିଲା, ଗଞ୍ଜେଇ ଖୋଜୁ ଖୋଜୁ ରୂପା ଇଟା ମିଳିଲା