ଗୋଟିଏ ଘାଟରେ ପାଣି ପିଉଥିଲେ ସବୁଦଳ, ପୋଲିସର ପାଉନି ବଳ, ଉଜୁଡ଼ିଗଲେ ମୋ ସୁନା ଗ୍ରାହକ
Advertisement

ଗୋଟିଏ ଘାଟରେ ପାଣି ପିଉଥିଲେ ସବୁଦଳ, ପୋଲିସର ପାଉନି ବଳ, ଉଜୁଡ଼ିଗଲେ ମୋ ସୁନା ଗ୍ରାହକ

ଅର୍ଚ୍ଚନା ନାଗଙ୍କ ନାଗଫାଶରେ ଗଣ୍ଡା ଗଣ୍ଡା କ୍ଷମତାଶାଳୀ ବିତ୍ତଶାଳୀ ରାଜନେତା। ଆଉ ଏହି ନେତାମାନେ ଯେ ଗୋଟିଏ ଦଳର ନୁହନ୍ତି। ପ୍ରତି ରାଜନୈତିକ ଦଳର ନେତାଙ୍କୁ ନିଜ ହନିଟ୍ରାପରେ ଫସାଇଛି ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ତେବେ ପୋଲିସ ଓଡ଼ିଶାର ଏହି କ୍ଷମତାଶାଳୀ ବିତ୍ତଶାଳୀ ଓ ପ୍ରଭାବଶାଳୀଙ୍କ ନାମ ଜାଣିବା ପରେ ଅଧିକ ତଦନ୍ତ ପାଇଁ ଆଗ୍ରହ ଦେଖାଉ ନାହିଁ। 

ଗୋଟିଏ ଘାଟରେ ପାଣି ପିଉଥିଲେ ସବୁଦଳ, ପୋଲିସର ପାଉନି ବଳ, ଉଜୁଡ଼ିଗଲେ ମୋ ସୁନା ଗ୍ରାହକ

ଭୁବନେଶ୍ୱର: ଲେଡି ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଗିରଫ ମାମଲାର ଅଧିକ ତଦନ୍ତ କରିବାକୁ ଚାହୁଁନାହିଁ ଭୁବନେଶ୍ବର କମିସନରେଟ୍ ପୋଲିସ । କାରଣ ଅର୍ଚ୍ଚନାଙ୍କ ହନିଟ୍ରାପରେ ଫସିବା ପରେ ଯେଉଁ ମାନେ ବ୍ଲାକମେଲର ଶିକାର ହୋଇଛନ୍ତି ସେମାନଙ୍କ ନାମ ଜାଣିବା ପରେ ପୋଲିସ ଚିନ୍ତା କରୁଛି ଯେ ଅର୍ଚ୍ଚନାଙ୍କୁ ଗିରଫ କରି ଭୁଲ ହୋଇଗଲା। କାରଣ ଯେଉଁସବୁ ରାଜନୈତିକ ଦଳର ନେତାମାନଙ୍କ ନାମ ସାମ୍ନାକୁ ଆସିଛି ସେମାନଙ୍କ ନାମ ପ୍ରକାଶ କରିବାକୁ ଚାହୁଁନାହିଁ ପୋଲିସ । 
ସେପଟେ ଅର୍ଚ୍ଚନା ଓ ତାଙ୍କର ଜଣେ ସହଯୋଗୀଙ୍କ ଏକ ବ୍ଲାକମେଲ୍ ଡିଲର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଟଙ୍କା ଦାବି ହେଉଥିବା ଜଣା ପଡିଛି । ତେବେ ଏପରି ପରିସ୍ଥିତିରେ ଅର୍ଚ୍ଚନାଙ୍କୁ କମିସନରେଟ୍ ପୋଲିସ ରିମାଣ୍ଡରେ ଆଣିବ କି ନାହିଁ ତା ବି ସ୍ପଷ୍ଟ ଜଣା ପଡୁନାହିଁ । କାରଣ ଅଜଣା ଅଦୃଶ୍ୟ ଚାପରେ ଏବେ ପୋଲିସ ।

ଅର୍ଚ୍ଚନା ନାଗଙ୍କ ନାଗଫାଶରେ ଗଣ୍ଡା ଗଣ୍ଡା କ୍ଷମତାଶାଳୀ ବିତ୍ତଶାଳୀ ରାଜନେତା। ଆଉ ଏହି ନେତାମାନେ ଯେ ଗୋଟିଏ ଦଳର ନୁହନ୍ତି। ପ୍ରତି ରାଜନୈତିକ ଦଳର ନେତାଙ୍କୁ ନିଜ ହନିଟ୍ରାପରେ ଫସାଇଛି ଏହି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ। ତେବେ ପୋଲିସ ଓଡ଼ିଶାର ଏହି କ୍ଷମତାଶାଳୀ ବିତ୍ତଶାଳୀ ଓ ପ୍ରଭାବଶାଳୀଙ୍କ ନାମ ଜାଣିବା ପରେ ଅଧିକ ତଦନ୍ତ ପାଇଁ ଆଗ୍ରହ ଦେଖାଉ ନାହିଁ। ଏପରିକି ଗିରଫର ୪୮ ଘଣ୍ଟା ବିତି ଯାଇଥିଲେ ବି ନାମ ଗଣମାଧ୍ୟମ ଆଗରେ ମୁହଁ ଖୋଲୁଛି ପୋଲିସ ନା ରିମାଣ୍ଡରେ ନେବା ପାଇଁ ଆବେଦନ କରୁଛି। ଏପିରିକି ତଦନ୍ତ କେମିତି ଶୀଥିଳ ହେବ ସେ ନେଇ ଭିତିରିଆ ଯୋଜନା କରୁଛି । 

ସେହିପରି ଜବତ ଲ୍ୟାପଟପ୍ ଓ ପେନ୍ ଡ୍ରାଇଭ ଯାଞ୍ଚ କରି ଚୁପ୍ ହୋଇ ବସି ପଡିଛି କମିସନରେଟ୍ ପୋଲିସ । ତଦନ୍ତ କରିବ କି ନାହିଁ ଚିନ୍ତା କରୁଛନ୍ତି କମିସନରେଟ୍ ପୋଲିସର ମୁଖିଆମାନେ । ସେପଟେ ଏପରି ମୁହୁର୍ତ୍ତରେ ମିଡିଆ ହାତରେ ଲାଗିଛି ଲେଡି ବ୍ଲାକମେଲରର ଟଙ୍କା ଡିଲ ସମୟର ଏକ ଭିଡିଓ। ଯେଉଁଥିରେ ଅର୍ଚ୍ଚନା ଓ ତାର ଜଣେ ମହିଳା ସହଯୋଗୀ ଏକ ଦାମୀ ହୋଟଲରେ ବସି ହିନଟ୍ରାପର ଶିକାର ହୋଇଥିବା ଲୋକ କିମ୍ବା ତାଙ୍କ ପ୍ରତିନିଧି ସହ ମୁଲଚାଲ କରୁଛନ୍ତି। ଏବଂ ଟଙ୍କା ଡିମାଣ୍ଡ କରୁଛନ୍ତି । ତେବେ ଏହା କେଉଁ ସମୟର ଏବଂ କାହା ସହିତ ଡିଲ କରୁଥିଲେ ତାହା ଜଣା ପଡିନାହିଁ । କେବଳ ଭିଡିଓ ରହିଥିବା ବେଳେ ଅଡିଓ କିନ୍ତୁ ଶୁଣିବାକୁ ମିଳୁନାହିଁ । ଏହି ଭିଡିଓ ପୋଲିସ ପାଖରେ ଅଛି କି ନାହିଁ ତାହା ଜଣା ପଡିନାହିଁ, କିନ୍ତୁ ପୋଲିସ ପାଖରେ ଥିବା ପେନ ଡ୍ରାଇଭ୍ ଓ ଲ୍ୟାପଟପ୍ ବିଷୟରେ ତଥ୍ୟ ଦେଉ ନାହିଁ ।

ପୋଲିସ ସୁଚନା ଅନୁସାରେ କେବଳ ଅର୍ଚ୍ଚନା ଏକା ନୁହେଁ, ଏକ ଲେଡି ବ୍ଲାକମେଲର ଗ୍ୟାଙ୍ଗ ଏହାକୁ ଅପରେଟ୍ କରୁଥିବା ଜଣା ପଡିଛି, ଯାହାର ମୁଖିଆ ଅର୍ଚ୍ଚନା । ନିଜ ଗ୍ୟାଙ୍ଗରେ ଆଉ କିଛି ଯୁବତୀଙ୍କୁ ରଖି ସେ କେବଳ ବିତ୍ତଶାଳୀ, କ୍ଷମତାଶାଳୀ ଓ ପ୍ରଭାବଶାଳୀଙ୍କୁ ଟାର୍ଗେଟ୍ କରୁଥିଲେ । ବିଭିନ୍ନ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିବା ପରେ ଏମାନେ ଅଲଗା ଅଲଗା ହୋଇ ଦେହ ସୁଖ ମେଣ୍ଟାଇବା ପାଇଁ ଆମନ୍ତ୍ରଣ କରୁଥିଲେ । ଏପରିକି ବିଳମ୍ବିତ ରାତିରେ ଚାଟ୍ କରି ଆକର୍ଷିତ କରୁଥିଲେ । ଦୀର୍ଘ ବର୍ଷ ଧରି ଏମାନେ ଏପରି ଗ୍ୟାଙ୍ଗ କରି ଟାର୍ଗେଟ୍ କରି ଆସୁଥିଲେ । 

ହେଲେ ପୋଲିସ ଏବେ ଅର୍ଚ୍ଚନାଙ୍କ ସହଯୋଗୀମାନଙ୍କୁ ଗିରଫ କରିବ କି ନାହିଁ ସେ ସଂପର୍କରେ ଚିନ୍ତା କରୁଛି । ଏପରିକି ସିନେ ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଦେଇଥିବା ଏତଲା ଆଧାରରେ ଅର୍ଚ୍ଚନାଙ୍କ ସହଯୋଗୀ ବି ଏ ଯାଏଁ ଗିରଫ ହୋଇ ନାହିଁ । ସେପଟେ ଅର୍ଚ୍ଚନାଙ୍କ ସ୍ବାମୀଙ୍କ ଏ ଯାଏଁ ପତ୍ତା ମିଳୁନି। ସେ କେଉଁଠି ପୋଲିସ ବି ତଥ୍ୟ ଦେଉନି ।