ନାମାଙ୍କନ ଦାଖଲ କରି ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ କି ରାଜେନ୍ଦ୍ର
Advertisement
Article Detail0/zeeodisha/odisha1395281

ନାମାଙ୍କନ ଦାଖଲ କରି ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ କି ରାଜେନ୍ଦ୍ର

ସେପଟେ ବିଜେଡିର ଏଭଳି ଗୋଳିଆ ପାଣିର ଫାଇଦା ନେବାକୁ ବିଜେପି ଓ କଂଗ୍ରେସ ଚାହିଁ ବସିଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଯୁବ ପ୍ରାର୍ଥୀ ହୋଇଥିବା ବେଳେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଯୋଗୁ ଲୋକଙ୍କ ସିମ୍ପାଥି ମଧ୍ୟ ମିଳିବ ବୋଲି ଆଶା ରଖିଛି ଦଳ।

ନାମାଙ୍କନ ଦାଖଲ କରି ନବୀନଙ୍କୁ ଚ୍ୟାଲେଞ୍ଜ ଦେଲେ କି ରାଜେନ୍ଦ୍ର

ଭଦ୍ରକ/ଭୁବନେଶ୍ୱର: ଦୀର୍ଘ ବର୍ଷର ଶାସନ ମଧ୍ୟରେ ନବୀନଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ରାଜେନ୍ଦ୍ର ଦାସ। ଖୋଦ ଦଳର ପୂର୍ବତନ ବିଧାୟକ ହୋଇ ଦଳୀୟ ନିଷ୍ପତ୍ତି ବିରୋଧରେ ଗଲେ ରାଜୁ ଦାସ। ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ ପରେ ଧାମନଗର ରାଜନୈତିକ ପାଣିପାଗ ବଦଳିଛି। ଏପରିକି ବିଜେଡିର କିଛି କର୍ମୀଙ୍କୁ ମଧ୍ୟ ରାଜୁ ଶିବିରରେ ଦେଖିବାକୁ ମିଳିଛି। ସେପଟେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ। ବିରୋଧୀ ଏଭଳି ସ୍ଥିତିର ଫାଇଦା ନେବାକୁ କରୁଛନ୍ତି ଯୋଜନା।

ବିଜେଡି ସୁପ୍ରିମୋଙ୍କ ନିଷ୍ପତ୍ତି ବିରୋଧରେ କେହି ଯାଆନ୍ତି ନାହିଁ। ଏଭଳି ଏକ ଧାରଣାକୁ ଭୁଲ ପ୍ରମାଣିତ କରି ଆଗକୁ ବଢ଼ିଛନ୍ତି ଖୋଦ ଦଳର ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ। ବିଜେଡି ନିଷ୍ପତ୍ତି ବିରୋଧରେ ଯାଇ ସେ ଧାମନଗର ଉପନିର୍ବାଚନ ପାଇଁ ସ୍ୱାଧିନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହାକୁ ନେଇ ସେ ଧାମନଗର ସମେତ ପୁରା ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚାର ମୁଖ୍ୟ କାରଣ ସାଜିଛନ୍ତି। ଯେତେ ବୁଝାସୁଝା ପରେ ମଧ୍ୟ ରାଜେନ୍ଦ୍ର ପ୍ରାର୍ଥୀପତ୍ର ଦାଖଲ କରିବା ସ୍ଥିତିକୁ ଜଟିଳ କରିଛି। ଏପରିକି ବିଜେଡିର ବହୁ କର୍ମୀଙ୍କୁ ରାଜେନ୍ଦ୍ରଙ୍କ ଶିବିରରେ ଦେଖିବାକୁ ମିଳିଛି। ବିଭିନ୍ନ ନିର୍ବାଚନ କିମ୍ବା ଉପନିର୍ବାଚନରେ ବିଜେଡିର ବହୁ ଆଶାୟୀ ଥିଲେ ମଧ୍ୟ ଦଳୀୟ ମୁଖ୍ୟ ଯାହାକୁ ପ୍ରାର୍ଥୀ କରନ୍ତି ତା ବିରୋଧରେ କେହି ଯାଆନ୍ତି ନାହିଁ। ଯିଏ ବି ମନଉନା କରନ୍ତି ତାକୁ ଦଳୀୟ ନେତା ବୁଝାଇବାରେ ସକ୍ଷମ ହୁଅନ୍ତି। କିନ୍ତୁ ଏଠି ଏ ଯାଏ ସେଭଳି ହୋଇନି। କିନ୍ତୁ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ତାରିଖ ଆଗକୁ ଥିବାରୁ ରାଜେନ୍ଦ୍ରଙ୍କ ଆଭିମୁଖ୍ୟ ଉପରେ ନଜର ରହିଛି। ସେପଟେ ବିଜେଡିର କହିବା କଥା ଯିଏ ବିଜେଡିର ବିଧାୟକ ପ୍ରାର୍ଥୀ ସେ ହିଁ ଜିତିବ ଏହାର କିଛି ପ୍ରଭାବ ପଡିବନି।

ସେପଟେ ବିଜେଡିର ଏଭଳି ଗୋଳିଆ ପାଣିର ଫାଇଦା ନେବାକୁ ବିଜେପି ଓ କଂଗ୍ରେସ ଚାହିଁ ବସିଛନ୍ତି। ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ ଯୁବ ପ୍ରାର୍ଥୀ ହୋଇଥିବା ବେଳେ ବିଷ୍ଣୁ ସେଠୀଙ୍କ ଦେହାନ୍ତ ଯୋଗୁ ଲୋକଙ୍କ ସିମ୍ପାଥି ମଧ୍ୟ ମିଳିବ ବୋଲି ଆଶା ରଖିଛି ଦଳ। ସେପଟେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠି ମଧ୍ୟ ଧାମନଗର ର ବାସିନ୍ଦା ହୋଇଥିବାରୁ ଲୋକଙ୍କ ସମର୍ଥନ ଓ ବିଜେଡି କଲି ର ଫାଇଦା ନେବାକୁ ଚାହିଁ ବସିଛନ୍ତି।

ରାଜେନ୍ଦ୍ରଙ୍କ ପ୍ରାର୍ଥୀପତ୍ର ଦାଖଲ ଧାମ ନଗର ଉପନିର୍ବାଚନର ଭାଗ୍ୟକୁ ଅନିଶ୍ଚିତତା କୁ ଠେଲି ଦେଇଛି। ସବୁବେଳେ ବିଜୟ ବାନା ଉଡାଉ ଥିବା ବିଜେଡି ଏଥର କଣ କରିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।