Flight Service: ସ୍ମାର୍ଟ ସିଟିରୁ ଷ୍ଟିଲସିଟିକୁ ଉଡିଲା ବିମାନ, ଜାଣନ୍ତୁ କେତେ ରହିଛି ଟିକେଟ୍ ଦାମ ?
Advertisement
Article Detail0/zeeodisha/odisha1517894

Flight Service: ସ୍ମାର୍ଟ ସିଟିରୁ ଷ୍ଟିଲସିଟିକୁ ଉଡିଲା ବିମାନ, ଜାଣନ୍ତୁ କେତେ ରହିଛି ଟିକେଟ୍ ଦାମ ?

Flight Service: ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ । ଏହି ସେବା ଆଜିଠୁ ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭିସି ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି। ଏଟିଆର-୭୨ ବିମାନ ଉଡାଣ ଆରମ୍ଭ କରିଛି (ATR-72 Alliance Air plane) । ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Flight Service: ସ୍ମାର୍ଟ ସିଟିରୁ ଷ୍ଟିଲସିଟିକୁ ଉଡିଲା ବିମାନ, ଜାଣନ୍ତୁ କେତେ ରହିଛି ଟିକେଟ୍ ଦାମ ?

Flight Service: ଭୁବନେଶ୍ବରରୁ ରାଉରକେଲାକୁ ଉଡିଲା ବିମାନ । ଏହି ସେବା ଆଜିଠୁ ଆରମ୍ଭ ହୋଇଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ  ଭିସି ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି। ଏଟିଆର-୭୨ ବିମାନ  ଉଡାଣ ଆରମ୍ଭ କରିଛି (ATR-72 Alliance Air plane) । ପତାକା ଦେଖାଇ ଉଡାଣର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଭୁବନେଶ୍ବର ସାଂସଦ ଅପରାଜିତା ସଡଙ୍ଗୀ,ମନ୍ତ୍ରୀ ଟୁକୁନି ସାହୁ ଓ ମନ୍ତ୍ରୀ ଅଶୋକ ପଣ୍ଡା ମଧ୍ୟ ଉପସ୍ଥିତ ରହିଥିଲେ।  

ତେବେ, ଆଜି ୧୦ଟା ୪୫ରେ ବିମାନ ଭୁବନେଶ୍ବରେ ଏହି ବିମାନ ଛାଡିବା ପରେ ରାଉରକେଲାରେ ୧୧ଟା ୪୦ ମିନିଟ୍‌‌ରେ ପହଞ୍ଚିଛି। ଏହାପରେ ୧୨ ଟା ୫ ମିନିଟରେ ରାଉରକେଲା ବିମାନବନ୍ଦରରୁ ବାହାରି ଭୁବନେଶ୍ୱରରେ ଅପରାହ୍ଣ ୧ଟାରେ ପହଞ୍ଚିବ।
ତେବେ ଆଲାଏନ୍ସ ଏୟାର ଦ୍ଵାରା ଚଳାଚଳ ଆରମ୍ଭ କରିଥିବା ଏହି ବିମାନରେ ଏକକାଳୀନ ୭୨ ଜଣ ଯାତ୍ରୀ ଯାତାୟାତ କରି ପାରିବେ । ଚଳିତ ମାସ  ୧୨ ତାରିଖରୁ ଭୁବନେଶ୍ଵରରୁ ରାଉରକେଲା ରୁଟିନ ଉଡାଣ ଆରମ୍ଭ ହେବ । ପ୍ରତିଦିନ ବିମାନ ଭୁବନେଶ୍ବରରୁ ୨ଟା ୫୫ରେ ଛାଡ଼ିବ ଓ ରାଉରକେଲାରେ ୩ଟା ୫୦ରେ ପହଞ୍ଚିବ । ଏହା ରାଉରକେଲାରୁ ୪ଟା ୧୫ରେ ବାହାରି ଭୁବନେଶ୍ବରରେ ୫ଟା ୧୦ରେ ପହଞ୍ଚିବ । ପ୍ରାରମ୍ଭିକ ଭାବେ ଭୁବନେଶ୍ବରରୁ ରାଉରକେଲା ବିମାନ ଭଡ଼ା ୨୮୦୩ ଟଙ୍କା ଥିବା ବେଳେ ରାଉରକେଲାରୁ ଭୁବନେଶ୍ଵର ବିମାନ ଭଡ଼ା ୨୭୨୧ ଟଙ୍କା ରହିଛି ।

ଏହାବି ପଢନ୍ତୁ : Lovers Death: ପୁଣି ପ୍ରେମ ନେଲା ଜୀବନ, ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ଏହାବି ପଢନ୍ତୁ : Birsa Munda Hockey Stadium: ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ ସତରେ କ'ଣ ବିଶ୍ୱର ସର୍ବବୃହତ? ଜାଣନ୍ତୁ ଏହାର ସଠିକ୍ ଉତ୍ତର

ଚଳିତ ବର୍ଷ ଆୟୋଜିତ ହେଉଥିବା ପୁରୁଷ ହକି ବିଶ୍ୱକପର (Hockey Word Cup 2023) ଅନେକ ମ୍ୟାଚ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ (Birsa Munda Hockey Stadium) ଠାରେ ଖେଳାଯିବ। ହକି ବିଶ୍ୱକପ ପୂର୍ବରୁ ଭୁବନେଶ୍ୱର-ରାଉରକେଲା ମଧ୍ୟରେ ବିମାନ ସେବା ଆରମ୍ଭ କରିବା ପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଓଡ଼ିଶା ସରକାର (Odisha Govt) କେନ୍ଦ୍ର ସରକାରଙ୍କୁ ନିକଟରେ ଅନୁରୋଧ ଜଣାଇଥିଲେ। ତେବେ, ବିମାନ ସେବା ଦ୍ବାରା ଅନେକ ହକିପ୍ରେମୀ ସହଜରେ ରାଉରକେଲାରେ ମ୍ୟାଚ ଦେଖିବା ପାଇଁ ପହଞ୍ଚି ପାରିବେ ।

ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହକି ବିଶ୍ୱକପ ହେବାକୁ ଯାଉଛି  । ସେଥିପାଇଁ ନେଦରଲ୍ୟାଣ୍ଡସ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିଛି । ୨୦୧୮ରେ ନେଦରଲ୍ୟାଣ୍ଡସ ସିଲଭର ମେଡାଲ ପାଇଥିଲା । ଏହା ସହ ଏପର୍ଯ୍ୟନ୍ତ ୩ଥର ବିଶ୍ୱବିଜେତା ହୋଇଥିବା ବେଳେ ମୋଟ ୬ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ନେଦରଲ୍ୟାଣ୍ଡସ । ତେଣୁ ଏଥର କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଗ୍ରୁପ ସି'ରେ ନେଦରଲ୍ୟାଣ୍ଡସ ସହ ନ୍ୟୁଜିଲାଣ୍ଡ, ଚିଲି ଓ ମାଲେସିଆ ଅଛନ୍ତି ।