FIFA U-17 World Cup: ୧୭ ବର୍ଷରୁ କମ ଫିପା ବିଶ୍ୱକପର କାଉଣ୍ଟଡାଉନ ଆରମ୍ଭ, ଲଞ୍ଚ ହେଲା ଲୋଗୋ
Advertisement
Article Detail0/zeeodisha/odisha1345128

FIFA U-17 World Cup: ୧୭ ବର୍ଷରୁ କମ ଫିପା ବିଶ୍ୱକପର କାଉଣ୍ଟଡାଉନ ଆରମ୍ଭ, ଲଞ୍ଚ ହେଲା ଲୋଗୋ

ପୁଣି ଥରେ ଭୁବନେଶ୍ୱର ଦେଖିବ ଅନ୍ତର୍ଜାତୀୟ ବିଶ୍ୱକପ। ମହିଳା ବିଶ୍ୱକପର ଆଜି ହୋଇଛି ଲୋଗୋ ଲଞ୍ଚ। 

FIFA U-17 World Cup: ୧୭ ବର୍ଷରୁ କମ ଫିପା ବିଶ୍ୱକପର କାଉଣ୍ଟଡାଉନ ଆରମ୍ଭ, ଲଞ୍ଚ ହେଲା ଲୋଗୋ

ଫିଫା U-17 ମହିଳା ବିଶ୍ୱକପର ପାଇଁ ଆରମ୍ଭ ହୋଇଯାଇଛି କାଉନଡାଉନ। ପୁଣି ଥରେ ଭୁବନେଶ୍ୱର (Bhubaneswar) ଦେଖିବ ଅନ୍ତର୍ଜାତୀୟ ବିଶ୍ୱକପ (Fifa World Cup)। ମହିଳା ବିଶ୍ୱକପର (Women World Cup) ଆଜି ହୋଇଛି ଲୋଗୋ ଲଞ୍ଚ। କଳିଙ୍ଗ ଷ୍ଟାଡିଅମରେ (Kalinga Stadium) ମୁଖ୍ୟମନ୍ତ୍ରୀ (Chief Minister) ଏହି ଲୋଗକୁ ଲଞ୍ଚ କରିଛନ୍ତି। ଏହାସହ ସ୍କୁଲ ଫୁଟବଲ (Football) କାର୍ନିଭାଲକୁ ମଧ୍ୟ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ (Chief Minister)। ମହିଳା ବିଶ୍ୱକପର (Women World Cup) ଏହା ହେଉଛି ସପ୍ତମ  ସସ୍କରଣ। ଏହି ବିଶ୍ୱକପକୁ (World Cup) ହୋଷ୍ଟ କରୁଛି ଭାରତ (India)। ୧୬ଟି ଦେଶ ଏହି ବିଶ୍ୱକପରେ (World Cup) ଅଂଶ ଗ୍ରହଣ କରିବେ।

ଏହି ଦେଶ ଗୁଡ଼ିକ ମଧ୍ୟରେ ଭାରତ (India), ଜାପାନ (Japan), ସ୍ପେନ (Spain), ଜର୍ମାନୀ (Germany), ମେକ୍ସିକୋ (Mexico), କାନାଡ଼ା (Canada), ବ୍ରାଜିଲ (Brazil), ନିୟୁଜିଲାଣ୍ଡ (New Zeland), ୟୁଏସଏ (USA), ନାଇଜେରିଆ, ଫ୍ରାନ୍ସ (France), ଚାଇନା (China), କଲୋମ୍ବିଆ (Colombia), ଚିଲି (Chile), ମାର୍କୋ,ତାଂଜ଼ାନିଆ ଭଲି ଦେଶର ଖେଳାଳିଙ୍କ ମଧ୍ୟ ରେ ହେବ ମହାଲଢେଇ। ଅକ୍ଟୋବର ୧୧ ତାରିଖରୁ ଆରମ୍ଭ ହେବ ମହିଳା ବିଶ୍ୱକପ । ଭୁବନେଶ୍ୱରରେ ଅନୁଷ୍ଠିତ ହେବ ୩ଟି ମ୍ୟାଚ ଖେଳାଯିବାର ବ୍ୟବସ୍ଥା ରହିଛି। 

ସେପଟେ ଫିଫା ପକ୍ଷରୁ ଜର୍ସି ଗ୍ରହଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଭାରତୀୟ ଟିମ୍‌ ସହ ଫଟୋ ଉଠାଇ କରମର୍ଦ୍ଦନ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଫିଫା ଅଣ୍ଡର ୧୭ ବିଶ୍ବକପ୍ ମ୍ୟାଚ୍ ଷ୍ଟାଡିୟମରେ ବସି ଦେଖିପାରିବେ ଦର୍ଶକ । ଖୁବଶୀଘ୍ର ଆରମ୍ଭ ହେବ ଟିକେଟ୍ ବିକ୍ରି ।

କଳିଙ୍ଗ ଷ୍ଟାଡିୟମରେ ଅକ୍ଟୋବର ୧୧, ୧୪ ଏବଂ ୧୭ରେ ଫିଫା ବିଶ୍ବକପ୍ ମ୍ୟାଚ୍ ଅନୁଷ୍ଠିତ ହେବ । ଚଳିତ ମାସ ଶେଷ ଆଡ଼କୁ ଟିକେଟ ବିକ୍ରି ଆରମ୍ଭ ହେବ। ଏଥିସହ ମ୍ୟାଚ୍ ସମୟରେ ଷ୍ଟାଡିମୟରେ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଉପଲବ୍ଧ କରାଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କ ସହ ଫୁଟବଲ କାର୍ନିଭାଲରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।

ନବୀନଙ୍କ ସହ ଏହି କାର୍ଯ୍ୟକ୍ରମରେ ୫ଟି ସଚିବ ଭିକେ ପାଣ୍ଡିଆନ, କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ ସଚିବ ଭିନିଲ କ୍ରିଷ୍ଣା ଯୋଗ ଦେଇଛନ୍ତି। ଏଥିସହ କଳିଙ୍ଗ ଷ୍ଟାଡିୟମରେ ସ୍କୁଲ ଫୁଟବଲ କାର୍ନିଭାଲ ମଧ୍ୟ ଆୟୋଜିତ ହେବ।

ଅଧିକ ପଢନ୍ତୁ: ରାସନ ଡିଲର ହେବା ପାଇଁ ଏପରି କରନ୍ତୁ ଆବେଦନ, ହେବ ମୋଟା ଅଙ୍କର ରୋଜଗାର; ଜାଣନ୍ତୁ ପୂରା ପ୍ରକ୍ରିୟା

ଅଧିକ ପଢନ୍ତୁ: 'ନୀତିଶ କୁମାର ସାହସ ଦେଖାଇଛନ୍ତି', ଜାଣନ୍ତୁ କାହିଁକି ବିଜେପି ନେତ୍ରୀ ବିହାର CMଙ୍କ କଲେ ପ୍ରଶଂସା

ଅଧିକ ପଢନ୍ତୁ: Vande Bharat: ବିଶ୍ୱରେ ମେକ୍ ଇନ୍ ଇଣ୍ଡିଆର କମାଲ: ଏଣିକି ଆମଦାନୀ ନୁହେଁ ରପ୍ତାନୀ କରିବ ଭାରତୀୟ

ଅଧିକ ପଢନ୍ତୁ: ମହଙ୍ଗା ଭତ୍ତା ବୃଦ୍ଧି ପୂର୍ବରୁ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର, ୨୦୨୩ରେ ବଢ଼ିବ ଦରମା!