duplicate medicine raket : ରାଜ୍ୟରେ ମାଡ଼ୁଛି ନକଲି ଔଷଧର ଚେର, ଧୃତରାଷ୍ଟ୍ର ରାଜ୍ୟ ସରକାର
Advertisement
Article Detail0/zeeodisha/odisha1355739

duplicate medicine raket : ରାଜ୍ୟରେ ମାଡ଼ୁଛି ନକଲି ଔଷଧର ଚେର, ଧୃତରାଷ୍ଟ୍ର ରାଜ୍ୟ ସରକାର

ଔଷଧ ନିର୍ମାତା କମ୍ପାନୀ ଯାହାର କୌଣସି ପଞ୍ଜିକରଣ ନାହିଁ ସେମାନେ ହିମାଚଳ ପ୍ରଦେଶରୁ ପ୍ରଥମେ ବିଭିନ୍ନ ଜେନେରିକ ଔଷଧ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ବଣ୍ଟନ କରୁଛନ୍ତି। ଯେଉଁଥିରୁ ତାଙ୍କୁ ଏକ ରାଶିର ଳାଭ ମିଳିଥାଏ।

duplicate medicine raket : ରାଜ୍ୟରେ ମାଡ଼ୁଛି ନକଲି ଔଷଧର ଚେର, ଧୃତରାଷ୍ଟ୍ର ରାଜ୍ୟ ସରକାର

duplicate medicine raket : ଭୁବନେଶ୍ୱର: ରାଜ୍ୟରେ ନକଲି ଔଷଧ କାରବାରରେ ସାମିଲ ଅଛନ୍ତି ବଡ଼ ବଡ଼ ଔଷଧ ଏଜେନ୍ସିର ମାଲିକମାନେ। ବଡ଼ ବଡ଼ ଅଫିସରଙ୍କ ଛତ୍ରଛାୟା ତଳେ ହେଉଛି କୋଟି କୋଟି ଟଙ୍କାର ବ୍ୟବସାୟ ! ତେବେ ସୂଚନା ଅନୁସାରେ କଟକ ଡିସିପି ପିନାକ ମିଶ୍ରଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଔଷଧ ଦୋକାନ ତଥା ଔଷଧ ଡିପୋ ଉପରେ ଚଢାଉ କରିଛି। ତେବେ ଔଷଧ ଭଳି ଜୀବନ ରକ୍ଷାକାରୀ ପଦାର୍ଥକୁ ଜୀବନହାନୀ ପଦାର୍ଥରେ ପରିଣତ କରୁଥିବା ବ୍ୟବସାୟୀ କୋଟି କୋଟି ଟଙ୍କା ଉପାର୍ଜନ କରୁଛନ୍ତି। କିଛି ଦିନ ତଳେ ରକ୍ତଚାପ ରୋଗର ନକଲି ଔଷଧ ମିଳିବା ପରେ ସାଧାରଣରେ ଏକ କୋକୁଆ ଭୟ ସୃଷ୍ଟି ହୋଇଥିଲା। ତେବେ ଏହି କଥା ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ପ୍ରଶାସନ ଆକ୍ସନ ମୋଡ଼ରେ ରହିଛି। ଏହି ଆଧାରରେ କଟକ ଡିସିପି ପିନାକ ମିଶ୍ରଙ୍କ ଦ୍ୱାରା ଅନେକ ଅନୁଷ୍ଠାନ ଓ ବ୍ୟବସାୟୀ ଏହି ନକଲି ଔଷଧ ସପ୍ଲାଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନେଇ ସୂଚନା ରହିଛି। କିଛି ବଡ଼ ବଡ଼ ଅସାଧୁ ଅଫିସର ଏହି ରାକେଟରେ ପୂର୍ଣ୍ଣ ସହଯୋଗ କରୁଥିବା କଥା ମଧ୍ୟ ବିଭିନ୍ନ ସୂତ୍ରରୁ ଜଣା ପଡ଼ିଛି। 

ତେବେ ଆମର ଅନୁଧ୍ୟାନରୁ ଜଣାପଡ଼ିଛି ବିଭିନ୍ନ ଔଷଧ ନିର୍ମାତା କମ୍ପାନୀ ଯାହାର କୌଣସି ପଞ୍ଜିକରଣ ନାହିଁ ସେମାନେ ହିମାଚଳ ପ୍ରଦେଶରୁ ପ୍ରଥମେ ବିଭିନ୍ନ ଜେନେରିକ ଔଷଧ ପ୍ରସ୍ତୁତ କରି ବିଭିନ୍ନ ରାଜ୍ୟକୁ ବଣ୍ଟନ କରୁଛନ୍ତି। ଯେଉଁଥିରୁ ତାଙ୍କୁ ଏକ ରାଶିର ଳାଭ ମିଳିଥାଏ। ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଆଦି ଜଙ୍ଗଲ ତଥା ଓଡ଼ିଶା ସୀମାବର୍ତ୍ତି ଅଞ୍ଚଳରେ ଏହି ବେନାମୀ କମ୍ପାନୀର ଉତ୍ପାଦନ କରାଯାଉଥିବା ନେଇ ଆଲୋଚନା ହୁଏ। ତେଣୁ ଔଷଧ ଭଳି ଏକ ଜରୁରୀ ତଥା ଗୁରୁତ୍ତ୍ୱପୂର୍ଣ୍ଣ ସାମଗ୍ରୀରେ ଯଦି ନକଲି ବା ଜେନେରିକ ଔଷଧ ବଜାରରେ ଉପଲବ୍ଧ ହୁଏ ତେବେ ସ୍ଥିତି କେତେ ବିପଦପୂର୍ଣ୍ଣ ହେବ ତାହା ଆକଳନ କରିବା ମଧ୍ୟ କାଠିକର ପାଠ। ବିଭିନ୍ନ ଔଷଧ ଦୋକାନୀମାନେ ରଖୁଥିବା ଏକପାଏରୀ ଔଷଧ କିଛି ଅସାଧୁ ଅଫିସରଙ୍କ ତତ୍ତ୍ୱାବଧାନରେ କଳାକୁ ଧଳା କରାଯାଉଥିବା ନେଇ ଅଭିଯୋଗ ହୁଏ। ତେଣୁ ସ୍ୱାସ୍ଥ୍ୟ ଭଳି ଏକ ଗୁରୁତ୍ତ୍ୱପୂର୍ଣ୍ଣ ସମସ୍ୟା ଯାହାକି ପ୍ରତ୍ୟେକ ମନୁଷ୍ୟ ପାଇଁ ଏକ ଚିନ୍ତାର କାରଣ ଥାଏ। ଏହିପରି ସ୍ଥଳରେ ଯଦି ଔଷଧଗୁଡ଼ିକ ନକଲି ହୋଇ ବଜାରରେ ଉପଲବ୍ଧ ହୁଏ ଏଥିପାଇଁ ଦାୟୀ କିଏ ରହିବ। 

ସୁତରାଂ କଟକ ଡିସିପିଙ୍କ ଦ୍ୱାରା ହୋଇଥିବା କେତୋଟି ଚଢାଉରୁ ଜଣାପଡ଼ିଛି ଯେ କଟକର ଦୁଇ ଔଷଧ ମାଲିକଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଠାବ ହୋଇଥିବା ଦୁଇଟି ଆକାଉଣ୍ଟ ସହିତ ଏବେ ଗିରଫ ହୋଇଥିବା ଦୁଇ ଏଜେନ୍ସିର ମାଲିକଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକସନ ତଥ୍ୟ ପୋଲିସ ହାତରେ ଲାଗିଛି। ଏଥି ସହିତ ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟଙ୍କୁ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଛି। ଏହା ସହିତ ଦୁଇ ଅଭିଯୁକ୍ତଙ୍କର ଏଜେନ୍ସିରୁ ନକଲି ଔଷଧ ଆଣି ଏହି ସ୍ଥାନରେ ଦେଉଥିଲା ନା ଅନ୍ୟ କେଉଁଠି ତାଙ୍କର ଚେର ବ୍ୟାପିଛି ତାକୁ ପୋଲିସ ତଦନ୍ତ କରିବା ଉଚିତ। ଆଜିର ଦିନରେ ସ୍ୱାସ୍ଥ୍ୟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଡାକ୍ତରଖାନା ଓ ଡାକ୍ତରୀ ଔଷଧରେ ମହାଘୋଟାଲା ହେଉଥିବା ପୂର୍ବ ସୂଚନା ମିଳୁଛି। କିନ୍ତୁ ସରକାର ଏହା ପ୍ରତି ଧ୍ୟାନ ଦେଉ ନଥିବାରୁ ଲୋକମାନଙ୍କର ଦିନକୁ ଦିନ କ୍ୟାନସର ରୋଗର ପ୍ରତିଶତ ୩୦ ଗୁଣା ବଢିବାରେ ଲାଗିଛି। ଯାହାକି ଏକ ସମାଜ ପାଇଁ ପ୍ରମୁଖ ସମସ୍ୟା ପାଲଟିଛି।