Cyclone Sitrang: ଓଡ଼ିଶା ଉପକୂଳ ହୋଇ ଚାଲିଯିବ ବାତ୍ୟା, କିନ୍ତୁ ପ୍ରବଳ ଛେଚିବ
Advertisement
Article Detail0/zeeodisha/odisha1404579

Cyclone Sitrang: ଓଡ଼ିଶା ଉପକୂଳ ହୋଇ ଚାଲିଯିବ ବାତ୍ୟା, କିନ୍ତୁ ପ୍ରବଳ ଛେଚିବ

ସମୁଦ୍ର ମଧ୍ୟରେ ବଳ ଗୋଟାଇବ। ଓଡ଼ିଶା ଉପକୂଳ ଦିଗରେ ଗତି କରିବ। କିନ୍ତୁ ଓଡ଼ିଶାରେ ମାଡ ହେବନି। ବଂଲାଦେଶ ଦିଗରେ ଗତି କରିବ ବାତ୍ୟା ସିତ୍ରାଙ୍ଗ। 

ପ୍ରତିକାତ୍ମକ ଫଟୋ

Cyclone Sitrang: ଭୁବନେଶ୍ୱର: ଚାଲିଯିବ ସମ୍ଭାବ୍ୟ ବାତ୍ୟା ସିତ୍ରାଙ୍ଗ (Sitrang)। ଓଡ଼ିଶା (Odisha) ଉପକୂଳରେ ସିଧାସଳଖ ମାଡ଼ ହେବନି। କିନ୍ତୁ ଛାପ ଛାଡ଼ିଯିବ। ବାତ୍ୟା ସିତ୍ରାଙ୍ଗ ପ୍ରଭାବରେ ପ୍ରବଳ ବର୍ଷା ହେବ। ସମୁଦ୍ର ମଧ୍ୟରେ ବାତ୍ୟା ଓଡ଼ିଶା ଉପକୂଳ ପର୍ଯ୍ୟନ୍ତ ଆସିବ। କିନ୍ତୁ ଓଡ଼ିଶାରେ ସ୍ଥଳଭାଗ ଛୁଇଁବନି। ବାଂଲାଦେଶ ମୁହାଁ ହୋଇ ଗତି କରିବ। ଏଭଳି କିଛି ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର। 

ସେପଟେ ରାଜ୍ୟରୁ ବାତ୍ୟା ପରେ ପରେ ଫେରିଯିବ ମୌସୁମୀ। ଓଡ଼ିଶାରୁ ମୌସୁମୀ ଫେରିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଆଗାମୀ କିଛି ଦିନ ମଧ୍ୟରେ ସାରା ରାଜ୍ୟରୁ ମୌସୁମୀ ଫେରିଯିବ। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ଅବପାତର ରୂପ ନେଇଛି। ଏହା ସହିତ ଉକ୍ତ ଅବପାତ ବାତ୍ୟାର ରୂପ ନେବା ପରେ ସମୁଦ୍ର ମଧ୍ୟରେ ଗତି କରିବ। ପ୍ରାଥମିକ ପର୍ଯ୍ୟାୟରେ ତାହା ଓଡ଼ିଶା ମୁହାଁ ହେବ। ଓଡ଼ିଶା ଉପକୂଳ ପର୍ଯ୍ୟନ୍ତ ତାହା ଗତି କରିବ। ଏହା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆକାଶ ମେଘାଚ୍ଛନ ରହିବ। 

ସେପଟେ ବାତ୍ୟାକୁ ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ଶ୍ରୀ ମହାପାତ୍ର କହିଛନ୍ତି କି ଲଘୁଚାପଟି ୨୨ ଅର୍ଥାତ ଆସନ୍ତାକାଲି ଅବପାତର ରୂପ ନେବ। ୨୩ ତାରିଖରେ ଗଭୀର ଅବପାତ ରୂପ ନେଇ ୨୪ରେ ବାତ୍ୟାରେ ପରିଣତ ହୋଇ ଦିଗ ପରିବର୍ତ୍ତନ କରିବ। ଦିଗ ପରିବର୍ତ୍ତନ କରି ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ। ବାତ୍ୟା ଓଡ଼ିଶା ଉପକୂଳ ପାଖାପାଖି ଗତି କରି ପଶ୍ଚିମ ବଙ୍ଗ ବାଂଲାଦେଶ ଆଡ଼କୁ ମୁହାଁଇବ। ୨୫ ସୁଦ୍ଧା ବାତ୍ୟା ପଶ୍ଚିମବଙ୍ଗ-ବାଂଲାଦେଶ ଉପକୂଳରେ ପହଞ୍ଚିବ। ପଶ୍ଚିମବଙ୍ଗ-ବାଂଲାଦେଶ ଉପରେ ଏହାର ସର୍ବାଧିକ ପ୍ରଭାବ ରହିବ। ତେବେ ବାତ୍ୟାର ତୀବ୍ରତା କେତେ ରହିବ ବର୍ତ୍ତମାନ ଯାଏଁ ଆକଳନ କରାଯାଇନାହିଁ ବୋଲି ଶ୍ରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି।

ସେପଟେ ବାତ୍ୟା ପ୍ରଭାବରେ ଓଡ଼ିଶାରେ ୨୪ ଓ ୨୫ରେ ଉପକୂଳ ଅଞ୍ଚଳରେ ବର୍ଷା ହେବ। କିଛି ଜାଗାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ଓଡ଼ିଶା ଉପକୂଳରେ ୨୩ରୁ ସମୁଦ୍ର ଅଶାନ୍ତ ରହିବ। ୨୩ରେ ଓଡ଼ିଶା ଉପକୂଳ ସମୁଦ୍ରରେ ୪୦ରୁ ୫୦ କିମି ପବନ ବହିପାରେ । ଓଡ଼ିଶା ଉପରେ ସିଧା ମାଡ଼ ହେଉନଥିବାରୁ ପବନ ଓ ବର୍ଷା ବେଶି ହେବନି ବୋଲି କହିଛନ୍ତି IMD ଡିଜି।

ବର୍ଷା ଓ ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟର ଚାଷୀକୂଳ ବର୍ତ୍ତମାନ ଚିନ୍ତାରେ ରହିଛନ୍ତି। ପ୍ରଭାବରେ ଧାନ ଚାଷ ଜମି ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ଚାଷୀମାନେ ବହୁ କ୍ଷୟକ୍ଷତି ହେବେ ଚିନ୍ତାରେ  ଚାଷୀ କୂଳ। କାରଣ କେଉଁଠି ଅମଳ ସମୟ ତ କେଉଁଠି ଧାନ ମଥା ନଇଁଲାଣି। ଆଉ କେଉଁଠି ଫୁଲ ଉଡାଉଛୁ ଧାନ। ଯଦି ଏ ସମୟରେ ବର୍ଷା, ପବନ ହେଲା ତେବେ କଥା ସରିଲା ।

ସେପଟେ ଏ ସମ୍ଭାବ୍ୟ ବର୍ଷା ଓ ବାତ୍ୟାକୁ ନେଇ ଚାଷୀ ସେମାନେ ଫସଲକୁ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗି ପଡ଼ିଛି। କିଏ କ୍ଷେତରୁ ଖଳାକୁ ବୋହି ନେଉଛି ଧାନ କଳେଇ ତ କିଏ ତରବରରେ ବିଲ ମୁଣ୍ଡରେ ଗଦା ଦେବାରେ ବ୍ୟସ୍ତ । ଅଦିନିଆ ବର୍ଷାକୁ ନେଇ ଏବେ ରାଜ୍ୟର ଅଧିକାଂଶ ଜିଲ୍ଲାର ଚାଷୀ ଚିନ୍ତାରେ ରହିଛି।