Odisha Crime: ପ୍ରେମିକା ପାଇଁ ଅନ୍ତଃବସ୍ତ୍ର କରୁଥିଲା ଚୋରି, ହେଲେ....
Advertisement

Odisha Crime: ପ୍ରେମିକା ପାଇଁ ଅନ୍ତଃବସ୍ତ୍ର କରୁଥିଲା ଚୋରି, ହେଲେ....

ପାଠୁଆ ପ୍ରେମର ଅଜବ ନିଶା। ରାଜଧାନୀରେ ଯୁବତୀମାନଙ୍କ ଅନ୍ତବସ୍ତ୍ର ଚୋରି କରି ପ୍ରେମିକାକୁ ଦେବାକୁ ଯୋଜନା କରୁଥିଲା ଏହି ଶିକ୍ଷିତ ଚୋର। 

Odisha Crime: ପ୍ରେମିକା ପାଇଁ ଅନ୍ତଃବସ୍ତ୍ର କରୁଥିଲା ଚୋରି, ହେଲେ....

Odisha Crime: ଭୁବନେଶ୍ୱର: ରାଜଧାନୀରେ ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସଞ୍ଜ ନଇଁଲେ ରାତି ବଢିଲେ ଚୋର, ଲୁଟେରାଙ୍କ ଉତ୍ପାତ ବଢିବାରେ ଲାଗିଥାଏ। ଲୋକଙ୍କ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥା ଦାମୀ ସାମଗ୍ରୀକୁ ଚୋରାଇ ନିଅନ୍ତି ଏହି ଲୁଟେରାମାନେ। କିନ୍ତୁ ଆପଣ କେବେ ଶୁଣିଛନ୍ତି କି ନିଜ ପ୍ରେମିକାକୁ ଉପହାର ଦେବା ପାଇଁ କିଛି ପାଠୁଆ ଯୁବକ ଏହି ପନ୍ଥାକୁ ଆପଣାଇ ନେଇଥାନ୍ତି। ଏମିତି ଏକ ଯୁବକକୁ ଚୋରି ଅଭିଯୋଗରେ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ। ଏହି ଯୁବକଙ୍କ ନାଁ ହେଉଛି ସଞ୍ଜୟ ନିଶାଙ୍କ। 

ନିଶାଙ୍କକୁ ଗିରଫ କରିବା ପରେ ପୋଲିସ ଯେଉଁ ତଥ୍ୟ ସାମ୍ନାରେ ରଖିଛି ତାହା ସମସ୍ତଙ୍କୁ ତାଜୁବ କରିଦେଇଛି। ପୋଲିସ ସୂଚନା ମୁତାବକ ନିଶାଙ୍କର ଝିଅ ତଥା ଯୁବତୀମାନଙ୍କର ଅନ୍ତଃବସ୍ତ୍ର ଓ ଅଳଙ୍କାର ଚୋରି କରିବାର ନିଶା ରହିଥିଲା। ତାହା ପୁଣି କେବଳ ଜଣଙ୍କ ପାଇଁ। ପୋଲିସ ଏହି ତଥ୍ୟ ଦେବା ପରେ ଏବେ ସାଧାରଣରେ ଏହାକୁ ନେଇ ବେଶ ଚର୍ଚ୍ଚା ଲାଗି ରହିଛି। 

ପୋଲିସ ଆହୁରି ମଧ୍ୟ କହିଛି ଯେ ନିଶାଙ୍କ ତାର ପ୍ରେମିକାକୁ ଖୁସି କରିବାକୁ ଏହି ସବୁ କାମ କରୁଥିଲା। ଯୁବତୀଙ୍କ ଅନ୍ତଃବସ୍ତ୍ର ଓ ଅଳଙ୍କାର ଚୋରି କରି ଘରେ ରଖିଥିଲା। ବାହାଘର ପାଇଁ ଏସବୁ କରୁଥିଲା ବୋଲି ପୋଲିସ କହିଛି। ପୋଲିସ ଆହୁରି ମଧ୍ୟ ସୂଚନା ଦେଇଛି କି ୨୦୧୮ ପରଠାରୁ ନିଶାଙ୍କ ଏହି କାର୍ଯ୍ୟରେ ଲିପ୍ତ ରହିଥିଲା। ବିଶେଷ କରି ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଚୋରି କରି ଆସୁଥିଲା। ବିଗତ ୬ରୁ ୮ ମାସ ମଧ୍ୟରେ ୨୫ରୁ ୩୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିଥିବା ନେଇ ସୂଚନା ଦେଇଥିଲେ ପୋଲିସ। ସେହିପରି ନିଶାଙ୍କ ନାଁରେ ପୂର୍ବରୁ ୫ଟି ମାମଲା ଥାନାରେ ରହିଛି। ୨୦୧୮ ପରଠାରୁ ଏହି ସବୁ ସାମଗ୍ରୀ ଚୋରି କରି ଆଣି ନିଜ ଘରେ ରଖୁଥିଲା। ତେବେ ତାକୁ ଭୁବନେଶ୍ୱରରୁ ପୋଲିସ ଗିରଫ କରିଥିବା ନେଇ ସୂଚନା ଦେଇଛି। 

ସେହିପରି ନିକଟରେ ଏକ ଦମ୍ପତ୍ତି ଅନଲାଇନରେ ଲୋକମାନଙ୍କୁ ଠକି ଆସୁଥିଲେ। ଅନଲାଇନ ସାଇବର ଠକଙ୍କ ଟଙ୍କା ଲୁଟର ନୂଆ ତରିକା। ଅନଲାଇନ ଦେହ ବ୍ୟବସାୟ ସେବା ଯୋଗାଇ ଦେବା ନାମରେ ସାଂଘାତିକ ଠକେଇ। ଯାହାକୁ ଅତ୍ୟାଧୁନିକ ମେଟ୍ରୋ ସିଟି ଭାଷାରେ ଏସ୍କର୍ଟସ ସର୍ଭିସ୍ କୁହଯାଏ। ଏପରି ଅନଲାଇନ ଦେହ ବ୍ୟବସାୟ ଚଳାଇବା ଅଭିଯୋଗରେ ଜଣେ ଯୁବ ଦମ୍ପତ୍ତିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କର ୨୦ ଲକ୍ଷ ଟଙ୍କାର ବ୍ଯାଙ୍କ ଆକାଉଣ୍ଟ୍ ଜବତ କରିବା ସହ ନଗଦ ୮୭ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୧୦୨ ଟି ସିମକାର୍ଡ ଓ ପେମେଣ୍ଟ ପାଇଁ ବ୍ୟବହାର ହୋଇଥିବା QR କୋଡ୍ ଜବତ କରିଛି ପୋଲିସ। 

ଆପଣ ନିଷିଦ୍ଧ ଏସ୍କର୍ଟସ ସର୍ଭିସ୍ ଚାହୁଁଛନ୍ତି କି ? ଯଦି ହଁ ତେବେ ସାବଧାନ । ଆପଣ ସର୍ଭିସ୍ ତ ପାଇବେ ନାହିଁ,  କିନ୍ତୁ ସାଇବର ଠକ ଆପଣଙ୍କ ଠାରୁ ନିଷିଦ୍ଧ ସେବା ଯୋଗାଇ ଦେବା ନାମରେ ଲୁଟି ନେବ ଟଙ୍କା।  ଆଉ ଲୋକ ଲଜ୍ଜାରେ ଆପଣ ଅଭିଯୋଗ କରିବାକୁ ଚାହିଁଲେ ବି କରି ପାରିବେ ନାହିଁ। ହେଲେ ଭୁବନେଶ୍ଵରର ଜଣେ ଯୁବକ ଲୋକ ଲଜ୍ଜାକୁ ପଛରେ ପକାଇ ଏପରି ଏକ ଅନଲାଇନ ସାଇବର ଠକ ଗ୍ୟାଙ୍ଗକୁ ଧରାଇବାରେ ସଫଳ ହୋଇଛନ୍ତି । 

ଅଧିକ ପଢନ୍ତୁ: Babar Azam IND vs PAK T20 World Cup 2022: ଭାରତଠୁ ହାରିବା ପରେ ଡ୍ରେସିଂ ରୁମରେ ବାବର ଆଜମଙ୍କ ଜୋରଦାର ସ୍ପିଚ୍, ମ୍ୟାଚର ଭିଲେନ ପାଲଟିଥିବା ଏହି ଖେଳାଳିଙ୍କୁ କହିଲେ ଏସବୁ କଥା