ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: 'ବିଶ୍ୱସ୍ତରୀୟ' ସରକାରଙ୍କ ମୁଖା ଖୋଲିଦେଲା ନିଆଳିର ବିକଳ ଚିତ୍ର
Advertisement

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: 'ବିଶ୍ୱସ୍ତରୀୟ' ସରକାରଙ୍କ ମୁଖା ଖୋଲିଦେଲା ନିଆଳିର ବିକଳ ଚିତ୍ର

ସ୍ୱାସ୍ଥ୍ୟସେବାକୁ ନେଇ ଏକ ବିକଳ ଚିତ୍ର ଆସିଛି କଟକ ଜିଲ୍ଲାର ନିଆଳିରୁ। କଟକରେ ରହିଛି ବିଶ୍ୱସ୍ତରୀୟ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ କଲେଜ ଆଣ୍ଡ ହସପିଟାଲ। ଯାହା ରାଜ୍ୟର ଏକ ବଡ଼ ଡାକ୍ତରଖାନା ଭାବେ ପରିଚିତ। 

ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା: 'ବିଶ୍ୱସ୍ତରୀୟ' ସରକାରଙ୍କ ମୁଖା ଖୋଲିଦେଲା ନିଆଳିର ବିକଳ ଚିତ୍ର

ନିଆଳି: ରାଜ୍ୟର ଚେହେରା ହେବ ବିଶ୍ୱସ୍ତରୀୟ। ସବୁ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ସେବା ଯୋଗାଇ ଦିଆଯିବ। ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ସବୁ କ୍ଷେତ୍ରରେ ରାଜ୍ୟବାସୀଙ୍କୁ ଏହି ବିଶ୍ୱସ୍ତରୀୟ ସେବା ଯୋଗାଇ ଦିଆଯିବାକୁ ପଣ କରିଛନ୍ତି ରାଜ୍ୟ ସରକାର। କିନ୍ତୁ ଉପାନ୍ତ କଥା ଛାଡ଼ନ୍ତୁ, ରାଜ୍ୟ ରାଜଧାନୀ ଠାରୁ କେଇ କିଲୋମିଟର ଦୂରରେ ମଧ୍ୟ ଏ ସବୁ ଏକ ପ୍ରକାର ସ୍ୱପ୍ନ ପାଲଟିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସ୍ୱାସ୍ଥ୍ୟ ବିଭାଗର ବିକଳ ଚିତ୍ର ସବୁ ସେହି ସବୁ ସ୍ଥାନରୁ ଏବେ ଆସିବାରେ ଲାଗିଛି ଯାହା ରାଜଧାନୀର କେଇ କିଲୋମିଟର ଦୂରରେ ରହିଛି। ତେବେ ସାମ୍ନାକୁ ଆସୁଥିବା ଏହି ଚିତ୍ର ସବୁ ବିଶ୍ୱସ୍ତରୀୟ ନାଁରେ ଡେଙ୍ଗୁରା ପିଟୁଥିବା ସରକାରଙ୍କୁ ଏକ ଶକ୍ତ ଚାପୁଡ଼ା ଦେଇଛି। 

ସ୍ୱାସ୍ଥ୍ୟସେବାକୁ ନେଇ ଏକ ବିକଳ ଚିତ୍ର ଆସିଛି କଟକ ଜିଲ୍ଲାର ନିଆଳିରୁ। କଟକରେ ରହିଛି ବିଶ୍ୱସ୍ତରୀୟ ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ କଲେଜ ଆଣ୍ଡ ହସପିଟାଲ। ଯାହା ରାଜ୍ୟର ଏକ ବଡ଼ ଡାକ୍ତରଖାନା ଭାବେ ପରିଚିତ। କିନ୍ତୁ ଏହି ଜିଲ୍ଲାର ନିଆଳି ବ୍ଲକର ସରକାରୀ ଡାକ୍ତରଖାନା ପରିସରରେ ଜଣେ ରୋଗୀଙ୍କୁ ଅଟୋ ଭିତରେ ମୋବାଇଲ ଲାଇଟରେ ଚିକିତ୍ସା କରିବାର ଚିତ୍ର ଆଜି ସାମ୍ନାକୁ ଆସିଛି। ଯାହା ସରକାରଙ୍କୁ ସମାଲୋଚନା କରିବାକୁ ଏକ ପ୍ରକାର ବାଧ୍ୟ କରୁଛି। 

ସାମ୍ନାକୁ ଆସିଥିବା ଚିତ୍ରରେ ଜଣେ ରୋଗୀଙ୍କୁ ଅଟୋ ମଧ୍ୟରେ ମୋବାଇଲ ଟର୍ଚ୍ଚରେ ଇଂଜେକ୍ସନ ଓ ସାଲାଇନ ଦେଇ ଚିକିତ୍ସା କରାଯାଉଥିବାର ଦୃଶ୍ୟ ଏବେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାର ଅପରଗତାକୁ ପଦାରେ ପକାଇଛି । ଏହି ଭାଇରାଲ ହେବା ପରେ ସତ ସାମ୍ନାକୁ ଆସିଛି।‌ ମିଳିଥିବା ସୂଚନା ଅନୁଯାୟୀ ନିଆଳି ପୂର୍ବ ଖଣ୍ଡ ବସ୍ତିର ଶେଖ ସାଜିଦ ତାଙ୍କ ବାପାଙ୍କୁ ଚିକିତ୍ସା ନିମନ୍ତେ ସୋମବାର ଦିନ ରାତିରେ ନିଆଳି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଯାଇଥିଲେ। କେନ୍ଦ୍ରରେ ମାତ୍ର ଦୁଇଟି ବେଡ୍ ଥିବାରୁ ଏବଂ ତାହା ରୋଗୀ ଥିବା ଦର୍ଶାଇ ତାଙ୍କୁ ଆସିଥିବା ଅଟୋ ଭିତରେ ମୋବାଇଲ ଲାଇଟ୍ ରେ ଇଞ୍ଜେକସନ ଓ ସାଲାଇନ ଲଗାଇ ଚିକିତ୍ସା କରିଥିଲେ ଦାୟିତ୍ୱରେ ଥିବା ଡାକ୍ତର ଓ ନର୍ସ। ଏହି ଘଟଣାକୁ ନେଇ ରୋଗୀଙ୍କ ଅଭାବକ ଅସନ୍ତୋଷ ପ୍ରକାଶ କରିଥବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣାରେ ଦୁଃଖ ପ୍ରକାଶ ସହ ଭୁଲ ସ୍ୱିକାର କରିଛନ୍ତି । ଆଗକୁ ଏପରି ନ କରିବାକୁ ଡାକ୍ତର ଓ ନର୍ସମାନଙ୍କୁ ତାଗିଦ୍ ମଧ୍ୟ କରିଛନ୍ତି।

ଡାକ୍ତରଖାନାର ନୂତନ ଗୃହ ନିର୍ମାଣ ପାଇଁ ରୋଗି ସେବା ବାଧାପ୍ରାପ୍ତ ହେଉଥିବା କହିଥିଲେ ଅଧିକାରୀ । ଗତ କିଛି ଦିନ ହେବ କୋଟି କୋଟି ଟଙ୍କା ବିନିମୟରେ ନୂତନ ଗୃହ ନିର୍ମାଣ ଚାଲିଛି ତେବେ କେବେ ନିର୍ମାଣ ସରିବ ଏବେ ନିଆଳିବାସୀ ଆଶା ଓ ଆଶାଙ୍କାରେ। ଫଳରେ ରୋଗୀ ସେବା ବାଧାପ୍ରା ହେବା ସହ ରାଜ୍ଯ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା ହୋଇନଥିବା କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି। ସେପଟେ ରୋଗୀଙ୍କ ପାଇଁ ଆସିଥିବା ଖଟିଆ ଖତ ହେଉଥିବା ଦେଖିବାକୁ ମିଳିଛି।

ଅଧିକ ପଢନ୍ତୁ: ଦିଗ ବଦଳାଇବ ସିତ୍ରାଙ୍ଗ, ଓଡ଼ିଶା ନୁହେଁ ଏହି ରାଜ୍ୟରେ ଛୁଇଁପାରେ ସ୍ଥଳଭାଗ