108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା
Advertisement

108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା

କିଛି ଦୁର୍ବୃତ୍ତ ନିଜର ଖୁସି ପାଇଁ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଏଣୁତେଣୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି।

108 Ambulance Service: କାହିଁକି ବ୍ୟାହାତ ହେଉଛି ୧୦୮ ସେବା, ପଦାକୁ ଆସିଲା ଭୟଙ୍କର କଥା

108 Ambulance Service:  ଭୁବନେଶ୍ୱର: ଜରୁରୀ ସେବା ପାଇଁ ସରକାର (State Government) ଆରମ୍ଭ କରିଥିଲେ ୧୦୮ ଆମ୍ବୁଲାନ୍ସ ସେବା (108 Ambulance Service)। ଗୋଟିଏ ଫୋନ କଲରେ (Fake Phone Call) ହିଁ ରୋଗୀଙ୍କ ନିକଟରେ ପହଞ୍ଚିବ ଆମ୍ବୁଲାନ୍ସ । କିଛି ଏଭଳି ଲକ୍ଷ୍ୟ ନେଇ ରୋଗୀଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ଏହି ସେବା ଆରମ୍ଭ କରିଥିଲେ ସରକାର। ଏଥିପାଇଁ ସରକାର ଏକ କଲ ସେଣ୍ଟର (Call center) ଖୋଲିଥିଲେ। ଏଠାରେ ୨୪ ଘଣ୍ଚା କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଯେଉଁଠାକୁ ରୋଗୀଙ୍କ ସମ୍ପର୍କୀୟ ଯୋଗାଯୋଗ କରି ଆମ୍ବୁଲାନ୍ସର (Free Ambulance Service) ବ୍ୟବସ୍ଥା କରିପାରିବେ। କିନ୍ତୁ ବର୍ତ୍ତମାନ କିଛି ଦୁର୍ବୃତ୍ତ ଏହାର ଫାଇଦା ଉଠାଉଥିବା ଦେଖିବାକୁ ମିଳିଛି। 

କିଛି ଦୁର୍ବୃତ୍ତ ନିଜର ଖୁସି ପାଇଁ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲୋକଙ୍କୁ ଯେଉଁଠି ସହାୟତା ମିଳିବା କଥା ସେଠି କିଛି ଲୋକେ ଜାଣିଶୁଣି ୧୦୮ ନମ୍ବରକୁ କଲ୍‌ କରି ଟେଲି କଲର୍‌ଙ୍କ ସହ ଏଣୁତେଣୁ ଗପିବା ସହ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ୍ କରୁଛନ୍ତି। ବିଶେଷ ଭାବେ ଯୁବତୀ ଟେଲି କଲର୍‌ଙ୍କୁ ବାରମ୍ବାର ନିର୍ଦ୍ଧିଷ୍ଟ ଫୋନ୍‌ ନମ୍ବରରୁ କଲ୍ ଆସୁଛି। ପ୍ରତିଦିନ ୧୦ ହଜାର ମୋଟ୍‌ କଲ୍‌ ଆସିଥିବା ବେଳେ ସେଥିରୁ ପ୍ରାୟ ୭ ଶହ କଲ୍ ଏପରି ଫେକ୍ ଆସୁଛି। ବାରମ୍ବାର ଏନେଇ ପୋଲିସ୍‌କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି।

ଏ ନେଇ ପ୍ରୋଜେକ୍ଟ ହେ଼ଡ଼ ସବ୍ୟସାଚୀ ବିଶ୍ୱାଳ କହିଛନ୍ତି କି କିଛି ଅସାମାଜିକ ଲୋକ ଏଭଳି କାର୍ଯ୍ୟ ବାରମ୍ବାର କରୁଛନ୍ତି। ଜରୁରୀ ସେବାର ଆକ୍ଷରିକ ଅର୍ଥ ସେମାନେ ବୁଝି ନାହାନ୍ତି। ଅସାମାଜିକ ଲୋକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ଆଳ ଦେଖାଇ ଜରୁରୀ ନମ୍ବରକୁ ବାରମ୍ବାର ଫୋନ କଲ କରୁଛନ୍ତି। ଏହି ଜରୁରୀ ନମ୍ବରକୁ ଅଯଥା କଲ କରି ବ୍ୟସ୍ତ ରଖାଯାଉଛି। ଅନେକ ସମୟରେ ଏମିତି ବି ହୋଇଛି ଯେ ଆମ୍ବୁଲାନ୍ସକୁ ଡକାଯାଉଛି। କିନ୍ତୁ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ସେଠାରେ ରୋଗୀ ନାହାନ୍ତି। 

ସେ ଆହୁରି ମଧ୍ୟ କହିଛନ୍ତି କି ଜରୁରୀସେବା ପାଇଁ ଉପଲ୍ଲବ୍ଧ ନମ୍ବରକୁ ଏଭଳି ଭାବେ ଫୋନ୍‌ କରି ଅଯଥାରେ ଟେଲି କଲର୍‌ଙ୍କୁ ହଇରାଣ କରିବା ଓ ସେମାନଙ୍କୁ ଗାଳିଗୁଲଜ କରିବା ଘଟଣା ସଭ୍ୟ ସମାଜ ପାଇଁ ଅନେକ ପ୍ରଶ୍ନ ସୃଷ୍ଟି କରିଛି। ଯେଉଁଠି ଲୋକଙ୍କୁ ସହାୟତା ପାଇଁ ଏହି କଲ୍ ବ୍ୟବସ୍ଥା ହୋଇଛି ସେଠି ଏଭଳି ବ୍ୟବହାର କେତେ ଦୂର ଠିକ୍ ବୋଲି ସେ କହିଛନ୍ତି। 

ଅଧିକ ପଢନ୍ତୁ: Gujarat Elections 2022: ଗୁଜୁରାଟର ରାଜନୈତିକ ଚିତ୍ର ବଦଳାଇ ପାରନ୍ତି ୧୫ ପ୍ରତିଶତ ଆଦିବାସୀ, ଜାଣନ୍ତୁ କାହାକୁ ମିଳିବ ସମ୍ପ୍ରଦାୟର ଭୋଟ?

ଅଧିକ ପଢନ୍ତୁ: MCD Election 2022: ଖାରଜ ହୋଇଗଲା ଅଧା ନାମାଙ୍କନ, ୨୫୦ ୱାର୍ଡପାଇଁ ପଡିଥିଲା ୨୫୮୫ ପତ୍ର