Mosquito Bite: ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ କାମୁଡନ୍ତି ଅଧିକ ମଶା ?
Advertisement

Mosquito Bite: ଜାଣନ୍ତୁ କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ କାମୁଡନ୍ତି ଅଧିକ ମଶା ?

Mosquito Bite: ମଶା କାମୁଡିବା ଦ୍ବାର ଡେଙ୍ଗୁ, ମ୍ୟାଲେରିଆ, ଚିକୁଙ୍ଗୁନିଆ ଏବଂ ଜିକା ଜ୍ବରର ହୋଇଥାଏ। ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଆଖପାଖ ଲୋକଙ୍କ ଅପେକ୍ଷା ଆପଣଙ୍କୁ ଅଧିକ ମଶା କାମୁଡୁଛି । ତେବେ, ଏହା ଆପଣଙ୍କ ବ୍ଲକ ଗ୍ରୃପର କାରଣ ଥାଇପାରେ ।

ସୌଜନ୍ୟ : ସୋସିଆଲ ମିଡିଆ

Mosquito Bite: ମଶା କାମୁଡିବା ଦ୍ବାର ଡେଙ୍ଗୁ, ମ୍ୟାଲେରିଆ, ଚିକୁଙ୍ଗୁନିଆ ଏବଂ ଜିକା  ଜ୍ବରର ହୋଇଥାଏ। ଯଦି ଆପଣ ଭାବୁଛନ୍ତି ଆପଣଙ୍କ ଆଖପାଖ ଲୋକଙ୍କ ଅପେକ୍ଷା ଆପଣଙ୍କୁ ଅଧିକ ମଶା କାମୁଡୁଛି । ତେବେ, ଏହା ଆପଣଙ୍କ ବ୍ଲକ ଗ୍ରୃପର କାରଣ ଥାଇପାରେ । ତେବେ, କିଛି ବ୍ଲଡ୍ ଗ୍ରୃପ ଏପରି ରହିଛି । ଯାହା ଦ୍ବାରା ମଶା ମାନେ ସେହି ଲୋକଙ୍କୁ ଅଧିକ କାମୁଡିଥାନ୍ତି।  ସେନେଇ ଆଜି ଆମେ ଆପଣଙ୍କୁ ଏ ବିଷୟରେ ବିସ୍ତୁତ ଭାବରେ ବର୍ଣ୍ଣନା କରିବୁ । 

ଡେଙ୍ଗୁ, ମ୍ୟାଲେରିଆ, ଚିକୁଙ୍ଗୁନିଆ ଏବଂ ଜିକା ଭଳି ଅନେକ ବିପଜ୍ଜନକ ରୋଗ ମଶା କାମୁଡିବା ଦ୍ବାରା ହୋଇଥାଏ । ତେଣୁ ବୌଜ୍ଞାନିକମାନେ ଚିହ୍ନଟ କରିଛନ୍ତି ଯେ ମଶା ଅନ୍ୟମାନଙ୍କ ତୁଳନାରେ କେତେକ ବ୍ଲଡ ଗ୍ରୃପ ପ୍ରତି ଅଧିକ ଆକର୍ଷିତ ହୁଅନ୍ତି। ଏବଂ ସେମାନଙ୍କୁ କାମୁଡନ୍ତି ।

ଜଣେ ବ୍ୟକ୍ତିର ରକ୍ତ ପ୍ରକାର ପ୍ରତ୍ୟେକ ଲାଲ ରକ୍ତ କଣିକାରେ ଥିବା ପ୍ରୋଟିନ୍ (ଆଣ୍ଟିଜେନ୍ସ) ଦ୍ୱାରା ନିର୍ଣ୍ଣୟ କରାଯାଏ । 

ଚାରୋଟି ଭିନ୍ନ ରକ୍ତ ପ୍ରକାର ଅନ୍ତର୍ଭୁକ୍ତ;

A: ଲାଲ ରକ୍ତ କଣିକାର ପୃଷ୍ଠରେ କେବଳ ଗୋଟିଏ ଆଣ୍ଟିଜେନ୍ ଅଛି।
B:ଲାଲ ରକ୍ତ କଣିକା ପୃଷ୍ଠରେ କେବଳ ବି ଆଣ୍ଟିଜେନ୍ ଥାଏ । 
AB: ଉଭୟ ଏ ଏବଂ ବି ଆଣ୍ଟିଜେନ୍ ଲାଲ ରକ୍ତ କଣିକା ପୃଷ୍ଠରେ ଅଛି ।
O:  A କିମ୍ବା B ଆଣ୍ଟିଜେନ୍ ଲାଲ ରକ୍ତ କଣିକା ପୃଷ୍ଠରେ ନାହିଁ ।

ମଶା କାମୁଡ଼ିବା ସହିତ ବ୍ଲଡ ଗ୍ରୃପ କିପରି ଜଡିତ?
ରିସର୍ଚ୍ଚର ଏବଂ ବୌଜ୍ଞାନିକମାନେ ବର୍ଷ ବର୍ଷ ଧରି ଅଧ୍ୟୟନ କରିବା ପରେ କହିଛନ୍ତି ଯେ, ଅନ୍ୟ ବ୍ଲଡ ଗୃପ୍ ଅପେକ୍ଷା ମଶାମାନେ 'ଓ' (O) ବ୍ଲଡ ଗ୍ରୃପ ଲୋକଙ୍କୁ ଅଧିକ କାମୁଡିବାକୁ ପସନ୍ଦ କରନ୍ତି ।  ଏକ ଅଧ୍ୟୟନ ଅନୁଯାୟୀ, ନିର୍ଦ୍ଦିଷ୍ଟ ପ୍ରଜାତିର ମଶା 'ଓ' ପଜେଟିଭ ବ୍ଲଡ୍ ଗ୍ରୁପ ଲୋକଙ୍କ ଅପେକ୍ଷା ଦୁଇଗୁଣ (A)'ଏ' ବ୍ଲଡ ଗ୍ରୃପର ଲୋକଙ୍କୁ ଅଧିକ କାମୁଡି ରକ୍ତ ଶୋଷିଥାନ୍ତି । 

ତେବେ, ଏଠାରେ ଅନ୍ୟ କେତେକ କାରଣ ଅଛି, ଯାହା ଦ୍ବାରା ଆପଣଙ୍କୁ ମଶା ଅଧିକ କାମୁଡି ଥାନ୍ତି :

-ଶରୀରର ଦୁର୍ଗନ୍ଧ 

-ଜୀବାଣୁ

-ଜେନେଟିକ୍ସ

-ପୋଷାକ

-ଉଷ୍ମତା

ଅଙ୍ଗାରକାମ୍ଳ

-ମେଟାବୋଲିକ୍ ହାର

 ଏହାବି ପଢନ୍ତୁ : Vijay Diwas 2022: ୯୩ ହଜାର ସୈନିକଙ୍କ ଆତ୍ମସମର୍ପଣ, ୮୦୦୦ ସୈନିକଙ୍କ ମୃତ୍ୟୁ; ଜାଣନ୍ତୁ ୧୯୭୧ ଯୁଦ୍ଧର ସେହି ଅଭୁଲା ସ୍ମୃତି

 ଏହାବି ପଢନ୍ତୁ : Bareilly News: ନିଶାରେ ଚୁର ହୋଇ ମଦ୍ୟପ କୁକୁର ସହ କଲେ ଏମିତି କାଣ୍ତ , ଘଟଣା ଜାଣିଲେ ଆପଣଙ୍କର ଉଡିଯିବ ହୋସ୍

 ଏହାବି ପଢନ୍ତୁ : Cigarette News: ଦେଶରେ ସିଗାରେଟ ବ୍ୟବହାର ଉପରେ ଲାଗିପାରେ ରୋକ! ଜାଣନ୍ତୁ ଏହାର କାରଣ

ଏହାବି ପଢନ୍ତୁ : Alcohol Effect: ହଠାତ୍ ମଦ ପିଇବା ଛାଡି ଦେଲେ କ’ଣ ହୁଏ; ଏହା ଶରୀର ଉପରେ କେଉଁ ସବୁ ପ୍ରଭାବ ପକାଏ? ଜାଣନ୍ତୁ ଜବାବ