Love affair: ନିଜ ବୟସରୁ ୪୦ ବର୍ଷ ବଡ଼ ପ୍ରେମିକ ବାଛିଲେ ଯୁବତୀ, ଲୋକେ କହିଲେ ଜେଜେବାପା-ନାତୁଣୀ
Advertisement

Love affair: ନିଜ ବୟସରୁ ୪୦ ବର୍ଷ ବଡ଼ ପ୍ରେମିକ ବାଛିଲେ ଯୁବତୀ, ଲୋକେ କହିଲେ ଜେଜେବାପା-ନାତୁଣୀ

Love affair: ୱିଲୋ ନାମକ ଜଣେ ୨୩ ବର୍ଷୀୟା ଯୁବତୀ ନିଜ ବୟସ ଠାରୁ ୪୦ ବର୍ଷ ଅଧିକ ବୟସ୍କର ବ୍ୟକ୍ତି ଡେଭିଡଙ୍କୁ ଭଲପାଇଥିଲେ । ଡେଟିଂ ଆପ୍ ଟିଣ୍ଡର ମାଧ୍ୟମରେ ଉଭୟଙ୍କର ସାକ୍ଷାତ ହୋଇଥିଲା । କିନ୍ତୁ ଉଭୟଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ଲୋକମାନେ ଜେଜେବାପା ଓ ନାତୁଣୀ ବୋଲି କହି ମଜାକ ଉଡାଇଥିଲେ ।

Love affair: ନିଜ ବୟସରୁ ୪୦ ବର୍ଷ ବଡ଼ ପ୍ରେମିକ ବାଛିଲେ ଯୁବତୀ, ଲୋକେ କହିଲେ ଜେଜେବାପା-ନାତୁଣୀ

Love affair: କୁହାଯାଏ ପ୍ରେମ ଶାଶ୍ୱତ ଓ ଚିରନ୍ତନ । ପ୍ରେମରେ ଜାତିଭେଦ ଓ ବୟସ ଦେଖାଯାଏ ନାହିଁ । ସବୁଠୁ ଉର୍ଦ୍ଧରେ କେବଳ ଦୁଇଟି ମନର ମିଳନକୁ ପ୍ରେମ କୁହାଯାଏ । ଏପରି ଅନେକ ପ୍ରେମ କାହାଣୀ ରହିଛି ଯେଉଁଥିରେ ପ୍ରେମିକ ଓ ପ୍ରେମିକାଙ୍କର ବୟସରେ ଖୁବ୍ ପାର୍ଥକ୍ୟ ଦେଖିବାକୁ ମିଳିଛି । ବୟସର ପାର୍ଥକ୍ୟ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଛି । ଆଜି ଆପଣଙ୍କୁ ସେମିତି ଏକ ପ୍ରେମ କାହାଣୀ (Love story) ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଆପଣ ଉଭୟଙ୍କ ବୟସ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ପ୍ରକାଶ କରିବେ ।

ଏ ପ୍ରେମ କାହାଣୀଟି ହେଉଛି ହେଉଛି ୨୩ ବର୍ଷିୟ ୱିଲୋ ଏବଂ ୬୨ ବର୍ଷିୟ ଡେଭିଡଙ୍କ ପ୍ରେମ କାହାଣୀ । ପ୍ରଥମେ ଡେଟିଂ ଆପ୍ (Dating app) ଟିଣ୍ଡର ମାଧ୍ୟମରେ ଉଭୟେ ଉଭୟଙ୍କ ବିଷୟରେ ଜାଣିଥିଲେ । ୪୦ ବର୍ଷର ବୟସ ବ୍ୟବଧାନ ସତ୍ୱେ ମଧ୍ୟ ସେମାନେ ପରସ୍ପରଙ୍କ ପ୍ରେମରେ ପଡିଯାଇଥିଲେ । ବର୍ତ୍ତମାନ ଦୁହେଁ ଏକାଠି ରହୁଛନ୍ତି ଏବଂ ସେମାନେ ଯେତେବେଳେ ବାହାରକୁ ବୁଲିବାକୁ ଯାଆନ୍ତି ସେତେବେଳେ ଲୋକମାନେ ଡେଭିଡଙ୍କୁ ୱିଲୋଙ୍କ ଜେଜେବାପା ବୋଲି ଭାବନ୍ତି । ଏଥିସହ ଅନେକ ପ୍ରକାରର ପରିହାସର ସାମ୍ନା କରିବାକୁ ପଡେ ଉଭୟଙ୍କୁ ।

ୱିଲୋ ମଡେଲିଂ ଭାବରେ କ୍ୟାରିୟର ଗଢିଥିବାବେଳେ ଡେଭିଡ୍ ଉତ୍ତର କାରୋଲିନାରେ ରିଏଲ୍ ଇଷ୍ଟେଟରେ କାମ କରନ୍ତି । ଦୁହେଁ ଟିଣ୍ଡରରେ ପ୍ରଥମ ଥର କଥା ହେବା ପରେ ସେମାନେ ଦେଖା ହେବାକୁ ଚାହିଁଥିଲେ । ପରେ ଉଭୟେ ଡେଟରେ ଯାଇଥିଲେ । ପରସ୍ପର ଅତି ନିକଟତର ହେବା ପରେ ନିଜ ସମ୍ପର୍କକୁ ସର୍ବସାଧାରଣରେ ପ୍ରକାଶ କରିଥିଲେ । ଅନେକ ଦୂର ସ୍ଥାନକୁ ସେମାନେ ଏକାଠି ବୁଲିବାକୁ ଯାଇଥିଲେ । ୱିଲୋ କହିଛନ୍ତି ଯେ, ଡେଭିଡ ସିନା ବୟସରେ ବଡ କିନ୍ତୁ ୧୫ ବର୍ଷର ବାଳକର ଯେପରି ଶକ୍ତି ଥାଏ ତାଙ୍କର ମଧ୍ୟ ସେତିକି ଶକ୍ତି ରହିଛି ।

ଲୋକଙ୍କ ପ୍ରତିକ୍ରିୟା
ଯେତେବେଳେ ୱିଲୋ ଏବଂ ଡେଭିଡ ଟ୍ରୁଲିଙ୍କ କାର୍ଯ୍ୟକ୍ରମରେ ଲଭ୍ ଡୋଣ୍ଟ୍ ଜଜ୍ (Love Don’t Judge)ରେ ପହଞ୍ଚିଥିଲେ ସେତେବେଳେ ସେମାନେ ସାକ୍ଷାତକାରରେ କହିଥିଲେ ଯେ, ବୟସ କେବଳ ଗୋଟିଏ ସଂଖ୍ୟା । ବୟସର ବ୍ୟବଧାନରେ କୌଣସି ଫରକ ପକାଇନଥାଏ । କିନ୍ତୁ ଲୋକମାନେ ସେମାନଙ୍କ ବିଷୟରେ ଆଲୋଚନା କରି ଅନେକ ନକାରାତ୍ମକ କଥା କହିବା ସହ ସେମାନଙ୍କ ସମ୍ପର୍କ ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରନ୍ତି । ଲୋକମାନେ ସେମାନଙ୍କର ମଜାକ୍ ଉଡାଇ ଉଭୟଙ୍କୁ ଜେଜେବାପା ଓ ନାତୁଣୀ ଭାବରେ ସମ୍ୱୋଦନ କରନ୍ତି । ଅନ୍ୟପଟେ ୱିଲୋ ଏବଂ ଡେଭିଡଙ୍କ ବିବାହକୁ ନେଇ ମଧ୍ୟ ଅନେକ ଚର୍ଚ୍ଚା ଆଲୋଚନା କରାଯାଉଛି ।

Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Also Read- ମହଙ୍ଗା ପଡିଲା ଅନଲାଇନ୍ ପ୍ରେମ, ବାଂଲାଦେଶରୁ ବାଲେଶ୍ୱର ଆସିଲେ ଯୁବତୀ