Raw Meat: କଞ୍ଚା ମାଂସ ଖାଇଦେଲେ ଯୁବକ: କିଛି ସମୟ ପରେ ଚାଲିଗଲା ଜୀବନ
Advertisement
Article Detail0/zeeodisha/odisha1765817

Raw Meat: କଞ୍ଚା ମାଂସ ଖାଇଦେଲେ ଯୁବକ: କିଛି ସମୟ ପରେ ଚାଲିଗଲା ଜୀବନ

ଛତିଶଗଡ ସୁରଜପୁର ଅଞ୍ଚଳରେ କଞ୍ଚା ମାଂସ ଖାଇବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।  ବାଗର ସିଂ ନାମକ ବ୍ୟକ୍ତି ଜଣକ ସ୍ଥାନୀୟ ମଦନପୁର ଗାଁର ବାସିନ୍ଦା । ନିଜ ସାଙ୍ଗମାନଙ୍କ ସହିତ ବାଗର ପିକନିକ୍ ଭୋଜୀ (Picnic Party) କରିବା ପାଇଁ ସୁରଜପୁରକୁ ଆସିଥିଲେ। ଏକ ସ୍ଥାନରେ ସମସ୍ତ ସାଙ୍ଗମାନେ ମିଳିମିଶି ଖାଦ୍ୟ ରାନ

Raw Meat: କଞ୍ଚା ମାଂସ ଖାଇଦେଲେ ଯୁବକ: କିଛି ସମୟ ପରେ ଚାଲିଗଲା ଜୀବନ

Raw Meat: ଛତିଶଗଡ ସୁରଜପୁର ଅଞ୍ଚଳରେ କଞ୍ଚା ମାଂସ ଖାଇବା କାରଣରୁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏନଡି ଟିଭିର ରିପୋର୍ଟ ଅନୁସାରେ ବାଗର ସିଂ ନାମକ ବ୍ୟକ୍ତି ଜଣକ ସ୍ଥାନୀୟ ମଦନପୁର ଗାଁର ବାସିନ୍ଦା । ନିଜ ସାଙ୍ଗମାନଙ୍କ ସହିତ ବାଗର ପିକନିକ୍ ଭୋଜୀ (Picnic Party) କରିବା ପାଇଁ ସୁରଜପୁରକୁ ଆସିଥିଲେ। ଏକ ସ୍ଥାନରେ ସମସ୍ତ ସାଙ୍ଗମାନେ ମିଳିମିଶି ଖାଦ୍ୟ ରାନ୍ଧିବା ପାଇଁ ପ୍ରସ୍ତୁତ ହେଉଥିଲେ । ତେବେ ପିକନିକରେ ମଜା କରିବା ସମୟରେ ବାଗର ନାମକ ବ୍ୟକ୍ତି ଜଣକ କଞ୍ଚା ମାଂସ ଗିଳି ଦେଇଥିଲେ । ସେ ଗିଳିଥିବା ମାଂସ ଖଣ୍ଡରେ ଛେଳିର ଆଖି (Goat eye) ଥିଲା । ତାହା ବାଗରଙ୍କ ତଣ୍ଟିରେ ଲାଖି ରହିଗଲା । ତେଣୁ ବାଗର ଖୁବ୍ କଷ୍ଟ ଅନୁଭବ କରିଥିଲେ । ସାଙ୍ଗମାନେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାହା ଫଳପ୍ରଦ ହୋଇନଥିଲା । ଶ୍ୱାସ ରୁଦ୍ଧ (Breath problem) ହୋଇ ପଡିଥିଲେ ବାଗର । ତେଣୁ କିଛି ସମୟ ମଧ୍ୟରେ ତାଙ୍କର ଜୀବନ ଚାଲିଯାଇଥିଲା ।

ମୃତ ବାଗରଙ୍କ ସାଥୀମାନେ ବିଳମ୍ବିତ ରାତିରେ ତାଙ୍କୁ ଜିଲ୍ଲା ଡାକ୍ତରଖାନା (District Hospital)କୁ ଆଣିଥିଲେ । ସେଠାରେ ଡାକ୍ତର ବାଗରଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ସ୍ୱପ୍ନିଲ ଗୁପ୍ତା (Doctor swapnil gupta) କହିଛନ୍ତି ଯେ, ମୃତ ବ୍ୟକ୍ତିଙ୍କୁ ଡାକ୍ତରଖାନା ଅଣାଯିବା ପୂର୍ବରୁ ତାଙ୍କର ମୃତ୍ୟୁ ଘଟିସାରିଥିଲା। ଡାକ୍ତର ଏହା ମଧ୍ୟ କହିଛନ୍ତି ଯେ, କଞ୍ଚା ମାଂସ ହିସାବରେ ଛେଳିର ଆଖି ଖାଇବା ପରେ ତାହା ତାଙ୍କ ତଣ୍ଟିରେ ଅଟକି ରହିଯାଇଥିଲା । ଫଳରେ ଶ୍ୱାସରୁଦ୍ଧ ହୋଇ ବାଗର ସିଂଙ୍କର ମୃତ୍ୟୁ ଘଟିଛି। ଏହା ସହିତ ଡାକ୍ତର କଞ୍ଚା ମାଂସ ନ ଖାଇବାକୁ ବାଗରଙ୍କ ସାଥୀଙ୍କୁ ନିବେଦନ କରିଥିଲେ।

ଅନ୍ୟପଟେ ବାଗରଙ୍କ ପରିବାର ଲୋକଙ୍କୁ ଏ ସମ୍ପର୍କରେ ଖବର ଦିଆଯାଇଥିଲା । ଖବର ପାଇବା ପରେ ପରିବାର ସଦସ୍ୟଙ୍କୁ ପାଦ ତଳୁ ମାଟି ଖସିଯିବା ପରି ଅନୁଭବ ହେଲା । ତୁରନ୍ତ ପରିବାର ଲୋକେ ହସ୍ପିଟାଲରେ ପହଞ୍ଚିଥିଲେ । କିନ୍ତୁ ସେତେବେଳକୁ ଆଉ କିଛି ନଥିଲା । ପରେ ମୃତ ଦେହକୁ ଏକ ଗାଡିରେ ଘରକୁ ଅଣାଯାଇଥିଲା । କାନ୍ଦ ବୋବାଳିରେ ଫାଟିପଡୁଥିଲା ଘର । ଛାତିରେ ପଥର ରଖି ପରିବାର ଲୋକେ ପଡୋଶୀଙ୍କ ସହାୟତାରେ ବାଗରଙ୍କ ଅନ୍ତିମ ସଂସ୍କାର କରିଥିଲେ । ବାଗରଙ୍କ ସାଥୀମାନେ ମଧ୍ୟ ସମସ୍ତ ପ୍ରକାରର ସହଯୋଗ କରିଥିଲେ । ବାଗରଙ୍କ ଜଣେ ସାଙ୍ଗ କହିଛନ୍ତି ଯେ, କିଏ ଜାଣିଥିଲା ଏପରି ହେବ ବୋଲି । ସେ କଞ୍ଚା ମାଂସ ଖାଇବା ସମୟରେ ଆମେ ତାକୁ ବାରଣ କରିଥିଲେ ମଧ୍ୟ ସେ ଆମ କଥାକୁ କର୍ଣ୍ଣପାତ କରିନଥିଲା । କହିଥିଲେ କିଛି ହେବନି ମୁଁ ଆଗରୁ ମଧ୍ୟ କଞ୍ଚା ମାଂସ ଖାଇଛି । ଏହା କହି ସେ ଖାଇଦେଲା କିନ୍ତୁ ଭାଗ୍ୟ ଖରାପ ଏପରି ଅଘଟଣ ଘଟିବ ବୋଲି ଆମେ କେହି କଳ୍ପନା ମଧ୍ୟ କରିନଥିଲୁ । ଆମେ ଆମ ସାଙ୍ଗକୁ ହରାଇ ବହୁ ଦୁଖ ପ୍ରକାଶ କରୁଛୁ । ଏପରି କାମ ଆଉ କେହି ନକରନ୍ତୁ ବୋଲି ବାଗରଙ୍କ ସାଙ୍ଗ ପ୍ରକାଶ କରିଛନ୍ତି ।

କଞ୍ଚା ମାଂସ ଖାଇବାର ପାର୍ଶ୍ୱ ପ୍ରତିକ୍ରିୟା କ’ଣ?

ଅନେକ ଲୋକ ଏହାକୁ ରାନ୍ଧି କିମ୍ବା କଷା କରି ବିଭିନ୍ନ ଉପାୟରେ ମାଂସ ଖାଇବାକୁ ପସନ୍ଦ କରନ୍ତି । ଅନ୍ୟପକ୍ଷରେ, କଞ୍ଚା ମାଂସ ଖାଇବା ସମ୍ବନ୍ଧରେ ଡାକ୍ତରୀ ବିଶେଷଜ୍ଞମାନେ କୁହନ୍ତି ଯେ, କଞ୍ଚା ମାଂସରେ ଅନେକ ପ୍ରକାରର ଜୀବାଣୁ ରହିଥାଏ, ଯାହା ମାନବ ଶରୀର ଉପରେ ପାର୍ଶ୍ୱ ପ୍ରତିକ୍ରିୟା (Side effects) ପକାଇପାରେ । ଏହାସହ କଞ୍ଚା ମାଂଅସ ଖାଇଲେ ପେଟ ସମସ୍ୟା (Stomach problems) ମଧ୍ୟ ଦେଖାଯାଇଥାଏ ।

Also Read- Expensive Popcorn Bill: ସିନେପ୍ରେମୀଙ୍କ ହୋସ୍ ଉଡାଉଛି ଏହି ପପକର୍ଣ୍ଣ ବିଲ୍