TVS BIKE: ମାତ୍ର ୨ ହଜାର ଟଙ୍କାରେ ମିଳୁଛି ଏହି ବାଇକ୍: ମାଇଲେଜ୍ ୮୩ କିମି
Advertisement

TVS BIKE: ମାତ୍ର ୨ ହଜାର ଟଙ୍କାରେ ମିଳୁଛି ଏହି ବାଇକ୍: ମାଇଲେଜ୍ ୮୩ କିମି

ବର୍ତ୍ତମାନ ଯୁଗରେ କମ୍ ମାଇଲେଜ୍ ଦେଖାଉଥିବା ଗାଡି ଚଳାଇବା ଅନେକ କଷ୍ଟକର ହୋଇ ପଡିଲାଣି । କାରଣ ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ ଦର (Petrol price) ଏକ ବଡ଼ ସମସ୍ୟା । ଅଧିକାଂଶ ବ୍ୟକ୍ତି କମ ଖର୍ଚ୍ଚରେ ଭଲ ମାଇଲେଜ୍ ଦେଖାଉଥିବା ଗାଡି କିଣିବାକୁ ଚାହୁଁଛନ୍ତି । ଯାହାଦ୍ୱାରା କମ ତେଲ ଖର୍ଚ୍ଚରେ ସଠିକ ସ୍ପିଡରେ ରାସ୍ତାରେ ଗାଡି ଚଳାଇବା ସ

TVS BIKE: ମାତ୍ର ୨ ହଜାର ଟଙ୍କାରେ ମିଳୁଛି ଏହି ବାଇକ୍: ମାଇଲେଜ୍ ୮୩ କିମି

TVS Star City Plus: ବର୍ତ୍ତମାନ ଯୁଗରେ କମ୍ ମାଇଲେଜ୍ ଦେଖାଉଥିବା ଗାଡି ଚଳାଇବା ଅନେକ କଷ୍ଟକର ହୋଇ ପଡିଲାଣି । କାରଣ ସାଧାରଣ ଲୋକଙ୍କ ପାଇଁ ପେଟ୍ରୋଲ ଦର (Petrol price) ଏକ ବଡ଼ ସମସ୍ୟା । ଅଧିକାଂଶ ବ୍ୟକ୍ତି କମ ଖର୍ଚ୍ଚରେ ଭଲ ମାଇଲେଜ୍ ଦେଖାଉଥିବା ଗାଡି କିଣିବାକୁ ଚାହୁଁଛନ୍ତି । ଯାହାଦ୍ୱାରା କମ ତେଲ ଖର୍ଚ୍ଚରେ ସଠିକ ସ୍ପିଡରେ ରାସ୍ତାରେ ଗାଡି ଚଳାଇବା ସହଜ ହେବ । ଯଦି ଏପରି ଏକ ବାଇକ କିଣିବାକୁ ଆପଣଙ୍କ ମନରେ ଇଚ୍ଛା ରହିଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । କାରଣ ବଜାରରେ ଏପରି ଏକ ବାଇକ୍ ରହିଛି ଯାହାର ନାମ ଟିଭିଏସ୍ ଷ୍ଟାର୍ ସିଟି ପ୍ଲସ୍ । ଆମେ ଆପଣଙ୍କୁ ଏହି ବାଇକର ମୂଲ୍ୟ ସହ ବାଇକରେ ଥିବା ଫିଚର ଓ ଅନ୍ୟାନ୍ୟ ଜିନିଷ ଉପରେ ଜଣାଇବୁ ।

ଟିଭିଏସ ଷ୍ଟାର ସିଟି ୨ ପ୍ରକାରର
ଏହି ଜବରଦସ୍ତ ବାଇକରେ ରହିଛି 7350 rpm । ଯାହା ଏହାକୁ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ବାଇକ୍ କରିଛି । ଏହି ଡ୍ୟାସିଂ ବାଇକ୍ ସମୁଦାୟ ୨ଟି ପ୍ରକାରରେ ଆସେ । ତେବେ ଟିଭିଏସ୍ ଷ୍ଟାର୍ ସିଟି ପ୍ଲସ୍ ଏକ୍ସ ସୋରୁମ ଦର ରହିଛି ମାତ୍ର ୭୬,୮୨୦ ଟଙ୍କା । ଏହି ବାଇକର ଉପର ଭାରିଆଣ୍ଟର ଏକ୍ସ ସୋରୁମ ମୂଲ୍ୟ ରହିଛି ୭୯,୯୭୦ ଟଙ୍କା ।

ଏଲଇଡି ହେଡଲାଇଟ୍ ସହ ୟୁଏସବି ଚାର୍ଜିଂ ପୋର୍ଟ
କମ୍ପାନୀ ଟିଭିଏସ୍ ଷ୍ଟାର୍ ସିଟି ପ୍ଲସର ଲୁକ୍କୁ ଏକ ଜବରଦସ୍ତ ଲୁକ୍ ଦେବାକୁ କମ୍ପାନୀ (company) ଚେଷ୍ଟା କରିଛି । ବାଇକରେ USB ଚାର୍ଜିଂ ପୋର୍ଟ, ସେଗମେଣ୍ଟ-ପ୍ରଥମ ଏଲଇଡି ହେଡଲାଇଟ୍ ଭଳି ଫିଚର । ଏହି ମୋଟରସାଇକେଲରେ ୧୦୯.୭ ସିସିର ଏକ ଶକ୍ତିଶାଳୀ ଇଞ୍ଜିନ (powerful engine) ରହିଛି । ଯାହା ରାସ୍ତାରେ ୮.୧୯ PS ଏବଂ ଟର୍କ ୮.୭ Nm ଦେଇଥାଏ । ଆପଣଙ୍କୁ କହିରଖୁଛୁ ଯେ, ଏହି ବାଇକର ଗିଅର ବକ୍ସ ଖୁବ୍ ଶକ୍ତିଶାଳୀ । ବାଇକଟିକୁ ଆପଣ ସର୍ବାଧିକ ୯୦ କିମି ସ୍ପିଡରେ ଚଲାଇପାରିବେ । ଟିଭିଏସ୍ ଷ୍ଟାର୍ ସିଟି ପ୍ଲସରେ ଏକକ ସିଲିଣ୍ଡର ଇଞ୍ଜିନ୍ ଦିଆଯାଇଛି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କୁ ଏହି ବାଇକଟି ଏକ ଲିଟର ପେଟ୍ରୋଲରେ ସର୍ବାଧିକ ୮୩ କିଲୋମିଟର ମାଇଲେଜ୍ ଦେବ ।

ଏହି ବାଇକରେ ୧୦୯.୭ ସିସି ଇଞ୍ଜିନ ପାଇବା ସହ ୧୦ ଲିଟର ପର୍ଯ୍ୟନ୍ତ ପେଟ୍ରୋଲ ଭରି ପାରିବେ । ତେବେ କହିବାକୁ ଗଲେ ଆପଣ ଥରୁଟିଏ ଟାଙ୍କି ଫୁଲ କରି ଏକ ଲମ୍ୱା ଦୂର ଯାତ୍ରା କରିପାରିବେ । ଯାହା ଆପଣଙ୍କୁ ଦୀର୍ଘ ସମୟ ପାଇଁ ପେଟ୍ରୋଲ ଭରିବା ଚିନ୍ତାରୁ ଦୂର ରଖିବ । ଟିଭିଏସ୍ ଷ୍ଟାର୍ ସିଟି ପ୍ଲସର ବ୍ରେକ ବିଷୟରେ ମଧ୍ୟ ଆପଣ ଜାଣିରଖିବା ନିହାତି ଆବଶ୍ୟକ । ଏଥିରେ ଆପଣ ଡିସ୍କ୍ ବ୍ରେକ୍ ସହ ଟ୍ୟୁବଲେସ୍ ଟାୟାର ପାଇବେ । ଏହି ଡ୍ୟାସିଂ ବାଇକ୍ ୨ ପ୍ରକାର ଏବଂ ୮ଟି ରଙ୍ଗରେ ବଜାରରେ ଉପଲବ୍ଧ । ଆପଣ ଆପଣଙ୍କ ମନ ପସନ୍ଦର ରଙ୍ଗ ବାଛି କିଣିପାରିବେ । ଏହି ବାଇକରେ ଇକୋନୋମିଟର ସହିତ ଏକ ଟ୍ୱିନ୍-ପୋଡ୍ ଆନାଗଲ୍ କ୍ଲଷ୍ଟର ରହିଛି । ବଜାରରେ, ଏହି ବାଇକ୍ ହିରୋ ପାସନ ପ୍ରୋ, ବଜାଜ ପ୍ଲାଟିନା ୧୧୦ ଏବଂ ହୋଣ୍ଡା ଲିଭୋ ସହିତ ଜୋରଦାର ପ୍ରତିଦ୍ୱନ୍ଦ୍ୱିତା କରୁଛି ।

ତେବେ ବାଇକର ଦର ବିଷୟରେ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ । ତେଣୁ ଏ ସମ୍ପର୍କରେ ଆମେ ଆପଣଙ୍କୁ କହିରଖୁଛୁ । ଏହି ବାଇକ କିଣିବା ପାଇଁ ସର୍ବ ପ୍ରଥମେ ଆପଣଙ୍କୁ ମାତ୍ର ୯ ହଜାର ଟଙ୍କା ଡାଉନପେମେଣ୍ଟ୍ ଦେବାକୁ ପଡିବ ।  ଅବଶିଷ୍ଟ ଟଙ୍କାକୁ ତାପରେ ପ୍ରତି ମାସରେ ମାତ୍ର ୨୫୭୫ ଟଙ୍କା ଆପଣ କିସ୍ତି ଦେଇପାରିବାର ସୁବିଧା ରହିଛି । ମାତ୍ର ୯.୭ ପ୍ରତିଶତ ସୁଧ ହାରରେ ୩ ବର୍ଷ ମଧ୍ୟରେ ଆପଣ କିସ୍ତି ଦେଇପାରିବେ । ଆପଣ ଚାହିଁଲେ ଡାଉନପେମେଣ୍ଟ ଅଧିକ ଦେଇ କିସ୍ତି ହାର ପରିବର୍ତ୍ତନ ମଧ୍ୟ କରିପାରିବେ । ଯଦି ଆପଣ ଏହି ବାଇକ ବିଷୟରେ ଆହୁରୀ ଅଧିକ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଅଞ୍ଚଳରେ ଥିବା ଟିଭିଏସ ସୋରୁମ ଯାଇ ସମ୍ପୂର୍ଣ୍ଣ ତଥ୍ୟ ହାସଲ କରିପାରିବେ ।

Also read- ଓଲିଉଡ଼ରେ କାଷ୍ଟିଂ କାଉଚ, ନିର୍ଦ୍ଦେଶକ ଟୁଟୁ ନାୟକଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ପ୍ରକୃତି ମିଶ୍ର