How to Become Crorepati: ସରକାରୀ ଯୋଜନା ମାଧ୍ୟମରେ ମଧ୍ୟ ଆପଣ ହୋଇପାରିବେ କୋଟିପତି! ପଢନ୍ତୁ ପୂରା ଖବର
Advertisement

How to Become Crorepati: ସରକାରୀ ଯୋଜନା ମାଧ୍ୟମରେ ମଧ୍ୟ ଆପଣ ହୋଇପାରିବେ କୋଟିପତି! ପଢନ୍ତୁ ପୂରା ଖବର

ଅନେକ ବ୍ୟକ୍ତି କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି ସେଥିପାଇଁ ଭିନ୍ନ ଭିନ୍ନ ପଦକ୍ଷପ ଗ୍ରହଣ କରୁଛନ୍ତି । ତେବେ ବର୍ତ୍ତମାନ ଆପଣ ନିଜ ସ୍ୱପ୍ନକୁ ପୂରଣ କରିପାରିବେ । ଆପଣ ଯଦି ସଠିକ୍ ସୁତ୍ର (Correct formula) ପାଇପାରିବେ ତେବେ ଆପଣଙ୍କ ଲକ୍ଷ ପୂରଣ ଆପଣଙ୍କ ପାଇଁ ସହଜ ହୋଇପାରିବ । ସଠିକ୍ ସମୟରେ ସଠିକ୍ ଯୋଜନା ମାଧ୍ୟମରେ ଆପଣ ଭବି

How to Become Crorepati: ସରକାରୀ ଯୋଜନା ମାଧ୍ୟମରେ ମଧ୍ୟ ଆପଣ ହୋଇପାରିବେ କୋଟିପତି! ପଢନ୍ତୁ ପୂରା ଖବର

How to become crorepati: ଅନେକ ବ୍ୟକ୍ତି କୋଟିପତି ହେବାର ସ୍ୱପ୍ନ ଦେଖୁଛନ୍ତି ସେଥିପାଇଁ ଭିନ୍ନ ଭିନ୍ନ ପଦକ୍ଷପ ଗ୍ରହଣ କରୁଛନ୍ତି । ତେବେ ବର୍ତ୍ତମାନ ଆପଣ ନିଜ ସ୍ୱପ୍ନକୁ ପୂରଣ କରିପାରିବେ । ଆପଣ ଯଦି ସଠିକ୍ ସୁତ୍ର (Correct formula) ପାଇପାରିବେ ତେବେ ଆପଣଙ୍କ ଲକ୍ଷ ପୂରଣ ଆପଣଙ୍କ ପାଇଁ ସହଜ ହୋଇପାରିବ । ସଠିକ୍ ସମୟରେ ସଠିକ୍ ଯୋଜନା ମାଧ୍ୟମରେ ଆପଣ ଭବିଷ୍ୟତ ପାଇଁ ଏକ ବଡ଼ ପାଣ୍ଠି ପ୍ରସ୍ତୁତ କରିପାରିବେ । ବର୍ତ୍ତମାନ ଏପରି ଅନେକ ସଂସ୍ଥା ରହିଛନ୍ତି ଯେଉଁମାନେ ଆପଣଙ୍କୁ କୋଟିପତି ହେବାର ସ୍ୱପ୍ନ ଦେଖାନ୍ତି । ଏଥିସହ କିଛି ବ୍ୟକ୍ତି ଉକ୍ତ ସଂସ୍ଥା ଗୁଡିକରେ ନିବେଶ ମଧ୍ୟ କରିଥାନ୍ତି । ତେବେ ସେପରି ବ୍ୟବସ୍ଥାରେ ଅନେକ ବିପଦ ମଧ୍ୟ ରହିଥାଏ । ଏପରିକି ଆପଣଙ୍କ କଷ୍ଟ ଉପାର୍ଜିତ ଅର୍ଥ ବ୍ୟର୍ଥ ମଧ୍ୟ ହୋଇଯାଏ । ଏପରି ପରିପେକ୍ଷୀରେ ଆମେ ଆପଣଙ୍କୁ ଏକ ସରକାରୀ ଯୋଜନା (Government scheme) ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ କୌଣସି ବିପଦ ନାହିଁ । ଆପଣ ଯଦି କୋଟିପତି ହେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣଙ୍କୁ ଯୌଗିକର ଶକ୍ତି ବୁଝିବାକୁ ହେବ । ଯେଉଁଥିରେ ଆପଣ ନିଜର ମୂଳ ରାଶି ସହିତ ଏହାର ସୁଧ ମଧ୍ୟ ପାଇପାରିବେ । ଆପଣ ଯେତେ ଶୀଘ୍ର ଏବଂ ଅଧିକ ସମୟ ବିନିଯୋଗ କରିବେ ସେଥିରେ ଆପଣଙ୍କୁ ସେତେ ଅଧିକ ଲାଭ ମିଳିବ ।

PPF ଏକ ମାଧ୍ୟମ
ପବ୍ଲିକ୍ ପ୍ରୋଭିଡେଣ୍ଟ୍ ପାଣ୍ଠି (Public Provident Fund) (ପିପିଏଫ୍)କୁ ଭାରତର ଏକ ଦୀର୍ଘକାଳୀନ ସଞ୍ଚୟ ଯୋଜନା ଭାବରେ ବିବେଚନା କରାଯାଇଥାଏ । ବର୍ତ୍ତମାନ ଏହାର ସୁଧ ହାର ରହିଛି ୭.୧% । ଯଦି ଆପଣ ଏଠାରେ ନିବେଶ କରିବାକୁ ଚାହୁଁଛନ୍ତି ତେବେ ଆପଣ ଯେକୈଣସି ବ୍ୟାଙ୍କ କିମ୍ବା ନିକଟ ଡାକ ବିଭାଗ (Post office) ଦ୍ୱାରା ପିପିଏଫ୍ ଆକାଉଣ୍ଟ ଖୋଲିପାରିବେ । ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, PPF ଆକାଉଣ୍ଟରେ ପ୍ରତିବର୍ଷ ସର୍ବନିମ୍ନ ମାତ୍ର ୫୦୦ ଟଙ୍କା ଜମା କରିବା ଆବଶ୍ୟକ । ପିପିଏଫ ଆକାଉଣ୍ଟ (PPF Account)ରେ ସର୍ବାଧିକ ଆପଣ ୧.୫ ଲକ୍ଷ ଟଙ୍କା ବିନିଯୋଗ କରିପାରିବେ ।  PPF ଆକାଉଣ୍ଟ୍ ମାଚ୍ୟୁରିଟି ହେବା ପାଇଁ ୧୫ ବର୍ଷ ନେଇଥାଏ ।

କିପରି ହେବେ କୋଟିପତି ?
କିଛି ଅର୍ଥ ବିଶେଷଜ୍ଞମାନଙ୍କ କହିବା ଅନୁସାରେ, ଯୌଗିକ ଶକ୍ତି ସହିତ ପିପିଏଫ୍ ଏହା କରିପାରିବ । ଯଦି ଜଣେ ରୋଜଗାର କରୁଥିବା ବ୍ୟକ୍ତି ୧୫ ବର୍ଷ ପୂରଣ କରିବା ପରେ ଦୁଇଥର ନିଜର PPF ଆକାଉଣ୍ଟକୁ ବଢାନ୍ତି, ତେବେ ସେ ମାତ୍ର ୨୫ ବର୍ଷରେ ଏକ ବଡ଼ ପୁଞ୍ଜି ସଞ୍ଚୟ କରିପାରିବେ । ଏଥିସହ ସେ କୋଟିପତି ହୋଇପାରିବେ । ଯଦି ଆପଣ ଏହି ସ୍କିମ୍ ମାଧ୍ୟମରେ କୋଟିପତି ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହି ଯୋଜନା ମାଧ୍ୟମରେ ବାର୍ଷିକ ମାତ୍ର ୧.୫ ଲକ୍ଷ ଟଙ୍କା ଜମା କରିବାକୁ ପଡିବ । ଏଥିପାଇଁ ଆପଣଙ୍କୁ ପ୍ରତି ମାସରେ ମାତ୍ର ୧୨,୫୦୦ ଟଙ୍କା ସଞ୍ଚୟ କରିବାକୁ ହେବ ।

PPF ହିସାବ
ପିପିଏଫ୍ ହିସାବ ବିଷୟରେ ଆପଣଙ୍କର ଜାଣିବା ନିହାତି ଆବଶ୍ୟକ । ରିପୋର୍ଟ ଅନୁଯାୟୀ, ୨୫ ବର୍ଷ ପରେ ଆପଣଙ୍କ ନିବେଶ ପରିମାଣ ୩୭,୫୦,୦୦୦ ଟଙ୍କା ହେବ । ପିପିଏଫର ସୁଧ ୭.୧୦ ପ୍ରତିଶତ ହାର ଅନୁଯାୟୀ ଜମା ହୋଇଥିବା ଟଙ୍କା ଉପରେ ସୁଧ ୬୫,୫୮,୦୧୫ ଟଙ୍କା ହେବ। ଏହି ଉପାୟରେ ଆପଣ ନିଜ ପିପିଏଫ ଆକାଉଣ୍ଟ ପରିପକ୍ୱତା ଉପରେ ପାଖାପାଖି ୧,୦୩,୦୮,୦୧୫ ଟଙ୍କା ପାଇ ପାରିବେ । ଆଉ ଏକ ଖୁସିର କଥା ଏହା ଯେ, ପିପିଏଫରେ ବିନିଯୋଗ କରିବା ଦ୍ୱାରା ଆପଣଙ୍କୁ ପରିପକ୍ୱତା ରାଶି ଉପରେ ଟିକସ ଦେବାକୁ ପଡିବ ନାହିଁ । ଆୟକରର ଧାରା ୮୦ସି ଅନୁଯାୟୀ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ ସୁବିଧା ଉପଲବ୍ଧ ରହିଛି ।

Also Read- Bollywood News: ୨୫ ବର୍ଷ ପରେ କରଣ ଜୋହରଙ୍କ ସହ କାମ କରିବେ ସଲମାନ

Also Read- Ollywood News: ବହୁଚର୍ଚ୍ଚିତ ଓଡ଼ିଆ ଚଳଚ୍ଚିତ୍ର ମାଇଣ୍ଡ ଗେମ୍ ଅକ୍ଟୋବର ୬ରେ ମୁକ୍ତିଲାଭ