Richest Temple: ଜାଣନ୍ତୁ କେଉଁଠାରେ ଅଛି ବିଶ୍ବର ସବୁଠୁ ଧନୀ ମନ୍ଦିର ,କେତେ କୋଟିର ରହିଛି ସମ୍ପତ୍ତି?
Advertisement
Article Detail0/zeeodisha/odisha1535416

Richest Temple: ଜାଣନ୍ତୁ କେଉଁଠାରେ ଅଛି ବିଶ୍ବର ସବୁଠୁ ଧନୀ ମନ୍ଦିର ,କେତେ କୋଟିର ରହିଛି ସମ୍ପତ୍ତି?

Richest Temple: ବିଶ୍ବର ସବୁଠୁ ଧନୀ ମନ୍ଦିର ହେଉଛି ଭେଙ୍କେଟେଶ୍ବର ମନ୍ଦିର(The Sri Venkateshwara Temple, the world's richest temple) । ଯେଉଁଠାରେ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଏ ।  ମନ୍ଦିରର ସମ୍ପତି ମୂଲ୍ୟ ପ୍ରାୟ ୨.୫ କୋଟିରୁ ଅଧିକ ହୋଇଥିବା ବେଳେ ୧୦.୨୫ ଟନର ସୁନାଗହଣା ମନ୍ଦିରରେ ରହିଛି।  (Tirumala Tirupati Devasthanams) ତିରୁମାଳା ତିରୁପତି ଦେବସ୍ମାନମ୍  ମନ୍ଦିରର ସମସ୍ତ କାର୍ଯ୍ୟ ପରିଚାଳନା କରିଥାଏମ।  ମନ୍ଦିରରକୁ ଦାନ ସୂରୁପ ଆସୁଥିବା ଟଙ୍କା ଓ ଜମି ଓ ସୁନା ହେତୁ ମନ୍ଦିରର ରାଜସ୍ବ ବୃଦ୍ଧି ପାଇଥାଏ ।

ମନ୍ଦିରର ସମ୍ପତ୍ତି କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି : ମନ୍ଦିରକୁ ଦାନ ସୂରୁପ ଆସୁଥିବା ଟଙ୍କା ଓ ସୁନା କୁ ମନ୍ଦିର କର୍ତ୍ତୃପକ୍ଷ  ବ୍ୟାଙ୍କରେ ଜମା କରିଥାନ୍ତି । ବ୍ୟାଙ୍କରେ ଜମା ଟଙ୍କା ଓ ସୁନା ଜମା ହେତୁ ସୁଧ ହାର ବୃଦ୍ଧି ପାଇଥାଏ । ନିକଟରେ ସ୍ଥିର ଜମା ଏବଂ ସୁନା ଜମା ସମେତ ଟିଟିଡି (TTD) ଏହାର ସମସ୍ତ ସମ୍ପତ୍ତିର ତାଲିକା ଘୋଷଣା କରିଥିଲା ​​। ଯେଉଁଥିରେ ଟିଟିଡି ଟ୍ରଷ୍ଟ ବୋର୍ଡ ସୋସିଆଲ ମିଡିଆ ରିପୋର୍ଟକୁ ଅସ୍ୱୀକାର କରି କହିଛି ଯେ ସେମାନେ ଅତିରିକ୍ତ ପାଣ୍ଠି ଆନ୍ଧ୍ରପ୍ରଦେଶ ସରକାର ଏବଂ ଭାରତ ସରକାର ବଣ୍ଡର ସିକ୍ୟୁରିଟିରେ ବିନିଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଟିଟିଡି କହିଛି ଯେ ବକେୟା ରାଶି ନିର୍ଦ୍ଧାରିତ ବ୍ୟାଙ୍କଗୁଡିକରେ ବିନିଯୋଗ ହୋଇଛି।

Also Read : Health Tips: ଥଣ୍ତା ଓ କାଶ ପାଇଁ ଆପଣନ୍ତୁ ଏହି ସବୁ ଘରୋଇ ଉପଚାର,ମିଳିବ ଆଶ୍ଚର୍ଯ୍ୟଜନକ ଫାଇଦା!

ମନ୍ଦିରକୁ ଆସୁଥିବା ସୁନା ଏହି ବ୍ୟାଙ୍କ ଗୁଡିକରେ ଜମା ହୋଇଥାଏ : ବ୍ୟାଙ୍କଗୁଡିକରେ ମନ୍ଦିର ସୁନା ୨୦୨୨ ମସିହାରେ ୭.୩ ଟନ୍ ରୁ ୧୦.୨୫ ଟନକୁ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏବଂ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଜମା ହୋଇଥିବା ସୁନା ଉପରେ ମଧ୍ୟ ଟ୍ରଷ୍ଟ ଭଲ ରୋଜଗାର କରୁଛି। ଏସବିଆଇରେ ୯.୮ ଟନ୍ ସୁନା ଜମା ହୋଇଛି ଏବଂ ବାକି ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରେ ଅବଶିଷ୍ଟ ସୁନା ଜମା ରହିଛି । ୨୦୨୨ ମସିହା ୩୦ ସେପ୍ଟେମ୍ବର ସୁଦ୍ଧା,ଟିଡିଡି ପ୍ରାୟ ୨୪ଟି ବେସରକାରୀ କ୍ଷେତ୍ର ଓ ଘରୋଇ ବ୍ୟାଙ୍କରେ ୧୫,୯୩୮ କୋଟିରୁ ଅଧିକ ମନ୍ଦିରର ଟଙ୍କା ଫିକ୍ସ ଡିପୋଜିଟ କରାଯାଇଛି । ଏହି ପରିପ୍ରେକ୍ଷୀରେ, ତିନି ବର୍ଷ ମଧ୍ୟରେ ସେହି ଫିକ୍ସ ଡିପୋଜିଟ ଟଙ୍କାର ସୁଧ ୨,୯୩୧  କୋଟିକୁ ବୃଦ୍ଦି ପାଇଛି । 

୭୦୦୦ ଏକରରୁ ଅଧିକ ସ୍ଥାବର ଅସ୍ତାବର  ସମ୍ପତି ରହିଛି : ଟିଟିଡି ଅନୁସାରେ ୭୦୦୦ ଏକରରୁ ଅଧିକ ସ୍ଥାବର ଅସ୍ଥାବର ସମ୍ପତି ଅର୍ଥାତ ୯୦୦ ସ୍ଥାବର ସମ୍ପତି ରହିଛି । ସେଥିମଧ୍ୟରୁ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଓଡିଶା, ହରିୟାଣା, ମହାରାଷ୍ଟ୍ର ଏବଂ ଦିଲ୍ଲୀରେ ବହୁ ସଂଖ୍ୟକ ମନ୍ଦିର ରହିଛି। ୨୦୨୨-୨୩ ପାଇଁ ଟିଟିଡି ୩,୧୦୦ର କୋଟି ଟଙ୍କା ବଜେଟ୍ ଉପସ୍ଥାପନ କରିଛି । ଟିଟିଡି ଅନୁଯାୟୀ, ବ୍ୟାଙ୍କଗୁଡିକରେ ନଗଦ ଜମାରୁ ସୁଧ ଆୟ ହିସାବରେ ୬୬୮ କୋଟିରୁ ଅଧିକ ଟଙ୍କା ରହିଛି ବୋଲି ଆକଳନ କରାଯାଇଛି। କେବଳ ହୁଣ୍ଡିରେ ୧୦୦୦ କୋଟି ଟଙ୍କା ରୋଜଗାର କରାଯିବ ବୋଲି ଆକଳନ କରାଯାଇଛି ।