Top 10 News: ରାଜ୍ୟରେ ଗଡିଲା ସୁଭଦ୍ରା ସଚେତନତା ରଥ, ୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2419751

Top 10 News: ରାଜ୍ୟରେ ଗଡିଲା ସୁଭଦ୍ରା ସଚେତନତା ରଥ, ୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ, ପଢ଼ନ୍ତୁ ଆଜିର ୧୦ ବଡ଼ ଖବର

Top 10 News Headlines: ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର। 

 

Top 10 News Headlines 7 September 2024

Top 10 News Headlines 7 September 2024: H1. CM Majhi flags off Subhadra Yojana Awareness Rath: ଆଗାମୀ ୧୭ ତାରିଖରେ ଆରମ୍ଭ  ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସୁଭଦ୍ରା ଯୋଜନା। ମହିଳା ସଶକ୍ତିକରଣ କ୍ଷେତ୍ରରେ ଏହା ଏକ ବିରାଟ ପରିବର୍ତ୍ତନ ଆଣିବ। ଏହି ଯୋଜନା ସମ୍ପର୍କରେ ରାଜ୍ୟବ୍ୟାପୀ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଆଜି ଭୁବନେଶ୍ବର ମହାତ୍ମା ଗାନ୍ଧୀ ମାର୍ଗଠାରେ ସୁଭଦ୍ରା ସଚେତନତା ରଥର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। 

H2. Vigilance Intercepts Nuapada MVI: ଭିଜିଲାନ୍ସ ଜାଲରେ ନୂଆପଡ଼ା ଏମ୍‌ଭିଆଇ ବିଜୟ ବେହୁରିଆ। ଏକ ଲକ୍ଷ ୩୨ ହଜାର ଟଙ୍କା ସହ ଭିଜିଲାନ୍ସ ହାତରେ ଶ୍ରୀ ବେହୁରିଆ ଧରାପଡ଼ିଛନ୍ତି। ନୂଆପଡ଼ାରୁ ଭୁବନେଶ୍ବର ଆସୁଥିବା ବେଳେ ଖୋର୍ଦ୍ଧାରେ ଧରାପଡ଼ିଲେ। ଧରାପଡ଼ିଥିବା ଟଙ୍କା ପିସି ଆକାରରେ ଆଦାୟ ହୋଇଥିବା ସନ୍ଦେହ। ଧରାପଡ଼ିବା ପରେ ଏମଭିଆଇଙ୍କ ୫ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ।

H3. Banks to remain shut in Odisha on Sept 9: ଆସନ୍ତା ୯ତାରିଖ ଅର୍ଥାତ୍‌ ସୋମବାର ରାଜ୍ୟରେ ସମସ୍ତ ବ୍ୟାଙ୍କ ବନ୍ଦ ରହିବ। ପଶ୍ଚିମ ଓଡ଼ିଶା ଗଣପର୍ବ ନୂଆଁଖାଇ ପାଳନ ପାଇଁ ରାଜ୍ୟ ସରକାର ଏହି ଦିନକୁ ଛୁଟି ଘୋଷଣା କରିଛନ୍ତି। ଏହାପୂର୍ବରୁ ରାଜ୍ୟ ସରକାର ନୂଆଁଖାଇ ପାଇଁ ରାଜ୍ୟର ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟଗୁଡିକ ଛୁଟି ଘୋଷଣା କରିଥିଲେ। 

H4. Ex Jail Superintendent arrested by Odisha Vigilance: ଝାରପଡ଼ା ଜେଲର ପୂର୍ବତନ ଅଧୀକ୍ଷକ ସତ୍ୟପ୍ରକାଶ ସ୍ବାଇଁଙ୍କୁ ଗିରଫ କରିଛି ପୁଲିସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ଜେଲ ବାବୁ। ସତ୍ୟ ପ୍ରକାଶ ସ୍ବାଇଁଙ୍କର ଭୁବନେଶ୍ବର ଝାରପଡ଼ାରେ ତାଙ୍କର ୪ମହଲା କୋଠା ରହିଛି। ୩୩ଶହ ବର୍ଗଫୁଟ ଜମିରେ ଥିବା ଏହି କୋଠାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ। ଭୁବନେଶ୍ବର, ଢେଙ୍କାନାଳ ଓ ବଲାଙ୍ଗିରରୁ ୪ ଟି ପ୍ଲଟ ଠାବ ହୋଇଛି। ୧୦ ଲକ୍ଷ ଟଙ୍କାର ସୁନା, ୬ ଲକ୍ଷ ୨୪ ହଜାର ବ୍ୟାଙ୍କ ଡିପୋଜିଟ୍ ମିଳିଛି। 

H5. Central Government Action On Pooja Khedkar: ଟ୍ରେନି ଆଇଏଏସ୍ ଅଧିକାରୀ ପୂଜା ଖେଡକରଙ୍କ ଅସୁବିଧା ସମାପ୍ତ ହେବାର କୌଣସି ନାମ ନେଉ ନାହିଁ। ତାଙ୍କ ବିରୋଧରେ କେନ୍ଦ୍ର ସରକାର ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସରକାର ତୁରନ୍ତ ପ୍ରଭାବ ସହିତ ପୂଜା ଖେଡକରଙ୍କୁ ଚାକିରିରୁ ବରଖାସ୍ତ କରିଛନ୍ତି। ତାଙ୍କର ସେବା ସମାପ୍ତ ହୋଇଛି।

H6. Lucknow Building Collapse: ରାଜଧାନୀ ଲକ୍ଷ୍ନୈର ପରିବହନ ନାଗରରେ ଅବସ୍ଥିତ ହରମିଲାପ ଟାୱାରର ଏକ ଅଂଶ ହଠାତ୍ ଆଜି ଅପରାହ୍ନ ପ୍ରାୟ ୫ ଟା ସମୟରେ ଭୁଶୁଡି ପଡିଲା। ଏହି ଦୁଃଖଦ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ୫ ଜଣଙ୍କର ମୃତ୍ୟୁ ଘଟିଛି ଓ ଏହି ଘଟଣାରେ ଆହତ ୨୪ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

H7. UAE President Visit India: ପଶ୍ଚିମ ଏସିଆରେ ବଢୁଥିବା ଉତ୍ତେଜନା ମଧ୍ୟରେ ଆବୁଧାବିର 'କ୍ରାଉନ୍ ପ୍ରିନ୍ସ' ଶେଖ ଖାଲିଦ ବିନ୍ ମହମ୍ମଦ ବିନ୍ ଜାଏଦ ଅଲ ନାହାନ ରବିବାର ଦିନ (୮ ସେପ୍ଟେମ୍ବର) ଦିନ ଦୁଇ ଦିନିଆ ଗସ୍ତରେ ଆସୁଛନ୍ତି। ଏହି ସମୟରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିବେ।

H8. Pakistani Army officially accepts role in 1999 Kargil War: ପ୍ରଥମ ଥର ପାଇଁ ପାକିସ୍ତାନ ଭାରତ ସହ ହୋଇଥିବା କାରଗିଲ ଯୁଦ୍ଧରେ ଷଡଯନ୍ତ୍ର କରିଥିବା ସ୍ୱୀକାର କରିଛି ଓ ଏହି ଯୁଦ୍ଧରେ ସେନାର ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିଛି। ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ପାକିସ୍ତାନ କାରଗିଲରେ ଅନୁପ୍ରବେଶରେ ପାକିସ୍ତାନର ସମ୍ପୃକ୍ତିକୁ ସର୍ବଦା ଅସ୍ୱୀକାର କରିଆସୁଥିଲା। ପାକିସ୍ତାନ ଦାବି କରିଛି ଯେ ଏହା କାଶ୍ମୀରର ସ୍ୱାଧୀନତା ସଂଗ୍ରାମୀଙ୍କ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ଥିଲା।

H9. Pakistani waters oil reserves: ପାକିସ୍ତାନର ସାମୁଦ୍ରିକ ସୀମାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସର ଏକ ବଡ଼ ଭଣ୍ଡାର ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି ରିଜର୍ଭ ଏତେ ବଡ ଯେ ଏହା ପଡୋଶୀ ଦେଶର ଭାଗ୍ୟ ବଦଳାଇପାରେ। ଡନ୍ ନ୍ୟୁଜ୍ ଟିଭି ଶୁକ୍ରବାର ଦିନ ଜଣେ ବରିଷ୍ଠ ସୁରକ୍ଷା ଅଧିକାରୀଙ୍କ ଉଦ୍ଧେଶ୍ୟରେ କହିଛି ଯେ ତୈଳ ଓ ଗ୍ୟାସ ଭଣ୍ଡାରର ସ୍ଥିତିକୁ ନିଶ୍ଚିତ କରିବା ପାଇଁ ଏକ ବନ୍ଧୁତ୍ୱପୂର୍ଣ୍ଣ ଦେଶ ସହଯୋଗରେ ତିନି ବର୍ଷର ସର୍ଭେ କରାଯାଇଥିଲା। 

H10. India Russia News: ଋଷର ସେନାରେ କାର୍ଯ୍ୟ କରୁଥିବା ପ୍ରାୟ ୭୦ ଜଣ ଭାରତୀୟଙ୍କୁ ମୁକ୍ତ କରିବାର ପ୍ରକ୍ରିୟା ଏପର୍ଯ୍ୟନ୍ତ ଅଟକି ରହିଛି। ଚୁକ୍ତିନାମା ଏହା ପଛର କାରଣ ବୋଲି କୁହାଯାଉଛି। କହିରଖୁଛୁ ଯେ ଋଷ କର୍ତ୍ତୃପକ୍ଷ ତାଙ୍କର ସାମରିକ ସେବା ଚୁକ୍ତିନାମାକୁ ବାତିଲ କରିନାହାଁନ୍ତି। ଏହି ମାମଲା ସହ ଜଡିତ ଲୋକମାନେ ଶନିବାର ଦିନ ଏହି ସୂଚନା ଦେଇଛନ୍ତି।