Bajaj Auto Freedom 125: ବିଶ୍ୱର ପ୍ରଥମ ପେଟ୍ରୋଲ+ସିଏନଜି ମୋଟରସାଇକେଲ ହେଲା ଲଞ୍ଚ, ୧ କେଜିରେ ଚାଲିବ ୧୧୫କିମି
Advertisement
Article Detail0/zeeodisha/odisha2322909

Bajaj Auto Freedom 125: ବିଶ୍ୱର ପ୍ରଥମ ପେଟ୍ରୋଲ+ସିଏନଜି ମୋଟରସାଇକେଲ ହେଲା ଲଞ୍ଚ, ୧ କେଜିରେ ଚାଲିବ ୧୧୫କିମି

Bajaj Freedom CNG Bike Launched: ବଜାଜ ଆଜି ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ଲଞ୍ଚ କରିଛି। କମ୍ପାନୀ ଏହାର ନାମ ଫ୍ରିଡମ୍ 125 CNG ରଖିଛି। କମ୍ପାନୀ ପୁଣେର ଏହାର ଚାକାନ ପ୍ଲାଣ୍ଟରେ ଏହାକୁ ଲଞ୍ଚ କରିଛି। ଏହି ସମୟରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ। 

 

Bajaj Freedom CNG Bike Launched (Photo credit- CNBC)

Bajaj Auto Freedom 125: ବଜାଜ ଆଜି ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ଲଞ୍ଚ କରିଛି। କମ୍ପାନୀ ଏହାର ନାମ ଫ୍ରିଡମ୍ ୧୨୫ CNG ରଖିଛି। କମ୍ପାନୀ ପୁଣେର ଏହାର ଚାକାନ ପ୍ଲାଣ୍ଟରେ ଏହାକୁ ଲଞ୍ଚ କରିଥିଲା। ଏହି ଅବସରରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ମଧ୍ୟ ଉପସ୍ଥିତ ଥିଲେ। ଏହା ମଧ୍ୟ ଦେଶ ତଥା ବିଶ୍ୱରେସର୍ବୋଚ୍ଚ ମାଇଲେଜ୍ ପ୍ରଦାନ କରୁଥିବା ମୋଟରସାଇକେଲ ଅଟେ। କମ୍ପାନୀ ଏଥିରେ ହାଇବ୍ରିଡ୍ CNG ଟେକ୍ନୋଲୋଜି ବ୍ୟବହାର କରିଛି। ୧ କିଲୋଗ୍ରାମ CNG ରେ ଏହା ୧୧୫ କିଲୋମିଟର ପର୍ଯ୍ୟନ୍ତ ଚାଲିବ ବୋଲି କମ୍ପାନୀ ଦାବି କରିଛି। ଏହି ମୋଟରସାଇକେଲର ପ୍ରାରମ୍ଭିକ ଏକ୍ସ-ସୋରୁମ୍ ମୂଲ୍ୟ ହେଉଛି ୯୫,୦୦୦ ଟଙ୍କା।

ବଜାଜ ଫ୍ରିଡମ୍ରେ ୧୨୫cc ସିଙ୍ଗଲ୍ ସିଲିଣ୍ଡର ଇଞ୍ଜିନ୍ ଅଛି ଯାହା ଉଭୟ ପେଟ୍ରୋଲ ଏବଂ ସିଏନଜିରେ ଚାଲିପାରିବ। ସିଏନଜି ଟ୍ୟାଙ୍କକୁ ସିଟ୍ ତଳେ ସୁନ୍ଦର ଭାବରେ ରଖାଯାଇଛି। ଇଞ୍ଜିନ୍ ୯.୫ PS ଏବଂ ୯.୭ Nm ପିକ୍ ଟର୍କ ଦେଇଥାଏ। କେବଳ CNG ସିଲିଣ୍ଡର ଭରିବା ପରେ, ଏହାକୁ ୨୩୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇହେବ। ଏହାର ଅର୍ଥ ଏହା ୧ କେଜିରେ ୧୧୫ କିଲୋମିଟର ମାଇଲେଜ୍ ଦେବ। ପେଟ୍ରୋଲ ମାଇଲେଜ୍ ସବିଶେଷ ତଥ୍ୟ ପ୍ରକାଶ କରାଯାଇ ନାହିଁ।

ଏହି ମୋଟରସାଇକେଲରେ ସିଏନ୍ଜି ସିଲିଣ୍ଡର ସିଟ୍ ତଳେ ଲଗାଯାଇଛି। ଏହି CNG ସିଲିଣ୍ଡର ଏପରି ଫିଟ୍ ହୋଇଛି ଯେ ଯାହା ଆଦୌ ଦୃଶ୍ୟମାନ ହୁଏ ନାହିଁ। ଏଥିରେ ୨ କେଜି CNG ସିଲିଣ୍ଡର ଓ ୨ ଲିଟର ପେଟ୍ରୋଲ ଟାଙ୍କି ଅଛି। ଏହି ମୋଟରସାଇକେଲର ୧୧ଟି ସେଫ୍ଟି ଟେଷ୍ଟ କରାଯାଇଛି।

fallback
କମ୍ପାନୀ ଅନୁଯାୟୀ ୧୨୫cc ସେଗମେଣ୍ଟରେ ଏହାର ସବୁଠାରୁ ବଡ ସିଟ୍ ଅଛି। ଯାହାର ଉଚ୍ଚତା ୭୮୫ ମିମି। ଏହି ସିଟ୍ ଏତେ ଲମ୍ବା ଯେ ୨ ଜଣ ବହୁତ ଆରାମରେ ବସିପାରିବେ। ଏହାର ଏକ ଶକ୍ତିଶାଳୀ ରୋବସ ଟ୍ରେଲିସ୍ ଫ୍ରେମ୍ ଅଛି। ମୋଟରସାଇକେଲରେ ଏଲଇଡି ହେଡଲ୍ୟାମ୍ପ ସହିତ ଡୁଆଲ୍ ରଙ୍ଗ ଗ୍ରାଫିକ୍ସ ଅଛି। ଯେଉଁଥିପାଇଁ ଏହା ଦେଖିବା ଅତ୍ୟନ୍ତ ଆକର୍ଷଣୀୟ ହୋଇଯାଏ।

ଏହି ମୋଟରସାଇକେଲକୁ ୩ ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ଏଥିରେ NG04 ଡିସ୍କ ଏଲଇଡି, NG04 ଡ୍ରମ୍ ଏଲଇଡି ଏବଂ NG04 ଡ୍ରମ୍ ଏଲଇଡି ଅନ୍ତର୍ଭୁକ୍।| ଏହାର NG04 ଡିସ୍କ ଏଲଇଡିର ଏକ୍ସ-ସୋରୁମ୍ ମୂଲ୍ୟ ୧.୧୦ ଲକ୍ଷ ଟଙ୍କା, NG04 ଡ୍ରମ୍ ଏଲଇଡିର ଏକ୍ସ-ସୋରୁମ୍ ମୂଲ୍ୟ ୧.୦୫ ଲକ୍ଷ ଏବଂ NG04 ଡ୍ରମ୍ ର ଏକ୍ସ-ସୋରୁମ୍ ମୂଲ୍ୟ ୯୫ ହଜାର ଟଙ୍କା।

କମ୍ପାନୀ ଏହାକୁ ୭ଟି ରଙ୍ଗରେ ଏହି ମୋଟର ସାଇକଲ୍ ଲଞ୍ଚ କରିଛି। ଏହାର ବୁକିଂ ମଧ୍ୟ ଲଞ୍ଚ ସହିତ ଆରମ୍ଭ ହୋଇଛି। ଆପଣ ଏହାକୁ ଅନଲାଇନ୍ କିମ୍ବା କମ୍ପାନୀର ଡିଲର ଭିଜିଟ୍ କରି ବୁକ୍ କରିପାରିବେ। ପ୍ରଥମେ ଏହାର ଡେଲିଭରି ମହାରାଷ୍ଟ୍ର ଏବଂ ଗୁଜୁରାଟରେ ଆରମ୍ଭ ହେବ। ଏଥି ସହିତ ଆସନ୍ତା ତ୍ରୈମାସିକରୁ ଏହା ସମଗ୍ର ଦେଶରେ ଉପଲବ୍ଧ ହେବ।