ପାସପୋର୍ଟ ଭେରିଫିକେସନ ପାଇଁ ଥାନାକୁ ଯାଇଥିଲେ ମହିଳା, ମୁଣ୍ଡରେ ବାଜିଲା ପୋଲିସ ଗୁଳି
Advertisement

ପାସପୋର୍ଟ ଭେରିଫିକେସନ ପାଇଁ ଥାନାକୁ ଯାଇଥିଲେ ମହିଳା, ମୁଣ୍ଡରେ ବାଜିଲା ପୋଲିସ ଗୁଳି

Aligarh News: ଜଣେ ମହିଳା ନିଜର ପାସପୋର୍ଟ ଭେରିଫିକେସନ କରିବା ପାଇଁ ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ପରିସ୍ଥିତି ଏପରି ହେଲା ଯେ, ପୋଲିସ ଇନିସପେକ୍ଟରଙ୍କ ବନ୍ଧୁକରୁ ଗଳି ଫୁଟି ମହିଳାଙ୍କ ମୁଣ୍ଡରେ ବାଜିଥିଲା । ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି ।

ପାସପୋର୍ଟ ଭେରିଫିକେସନ ପାଇଁ ଥାନାକୁ ଯାଇଥିଲେ ମହିଳା, ମୁଣ୍ଡରେ ବାଜିଲା ପୋଲିସ ଗୁଳି

Aligarh News: ଆଲିଗଡ ପୋଲିସ ଷ୍ଟେସନ କୋଟୱାଲିରେ ଜଣେ ସବ୍-ଇନ୍ସପେକ୍ଟରଙ୍କ ଅସାବଧାନତା କାରଣରୁ ତାଙ୍କ ପିସ୍ତଲରୁ ଫୁଟିଛି ଗୁଳି । ପରିସ୍ଥିତି ଏପରି ହୋଇଛି ଯେ, ଜଣେ ସାଧାରଣ ମହିଳାଙ୍କ ମୁଣ୍ଡରେ ଗୁଳି ବାଜି ସେ ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି ।  ମହିଳା ଇଶରାତ ନିଜର ପାସପୋର୍ଟ ଭେରିଫିକେସନ (Passport Verification) ପାଇଁ ନିକଟସ୍ଥ ଥାନାରେ ପହଞ୍ଚିଥିଲେ । ସେହି ସମୟରେ ହଠାତ୍ ମହିଳାଙ୍କ ମୁଣ୍ଡରେ ଏକ ଗୁଳି ବାଜିଥିଲା । ଇନ୍ସପେକ୍ଟର ମନୋଜ ଶର୍ମାଙ୍କ ସରକାରୀ ପିସ୍ତଲରୁ ତାହା ଫୁଟିଥିବା ସିସିଟିଭି ଭିଡିଓରେ ଦେଖିବାକୁ ମିଳିଛି ।

ଘଟଣା ପ୍ରଘଟ ହେବା ପରେ ପୋଲିସ ବିଭାଗର ଅନେକ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିଲେ । ଅସାବଧାନତା କାରଣରୁ ଏପରି କାଣ୍ଡ ଘଟାଇଥିବା ଇନ୍ସପେକ୍ଟରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳିଛି ଯେ, ଇନ୍ସପେକ୍ଟର ମନୋଜ ଶର୍ମାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଇନ୍ସପେକ୍ଟରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଏସପି ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ମୁତାବକ ପାସପୋର୍ଟ ଭେରିଫିକେସନ ପାଇଁ ମହିଳା ଇଶରାତ ତାଙ୍କ ପୁଅଙ୍କ ସହିତ କୋଟୱାଲି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । ଉକ୍ତ ସମୟରେ ଇନ୍ସପେକ୍ଟର ମନୋଜ କୁମାର ଶର୍ମା ତାଙ୍କ ପିସ୍ତଲକୁ ପରୀକ୍ଷା କରୁଥିଲେ । ସେହି ସମୟରେ ହଠାତ୍ ତାଙ୍କ ପିସ୍ତଲରୁ ଏକ ଗୁଳି ଆଖି ପିଛୁଳାକେ ସିଧାସଳଖ ଇଶରାତଙ୍କ ମୁଣ୍ଡରେ ବାଜିଥିଲା । ଗୁଳି ବାଜିବା କ୍ଷଣି ଇଶରାତ ତଳେ ପଡ଼ିଯାଇଥିଲେ । ଏହି ଘଟଣାର ସିସିଟିଭି ଭିଡିଓ ପଦାକୁ ଆସିବା ପରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି । ଘଟଣା ଘଟିବା ପରେ ଅଭିଯୁକ୍ତ ଇନ୍ସପେକ୍ଟର ଥାନାରୁ ଫେରାର ଅଛନ୍ତି । ମହିଳାଙ୍କୁ ସ୍ଥାନୀୟ ମେଡିକାଲ କଲେଜରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ମହିଳା ଜଣକ ବର୍ତ୍ତମାନ ଗୁରୁତର ଅଛନ୍ତି ଓ ତାଙ୍କ ପରିବାର ସଦସ୍ୟମାନେ ଖୁବ ଚିନ୍ତିତ ଥିବା ସୂଚନା ମିଳିଛି ।

Post- 

ଆଲିଗଡ ଏସପି କଳାନିଧି ନାଇଥାନିଙ୍କ କହିବା ମୁତାବକ, ଏହି ଘଟଣାଟି ଆଜି ଦିନ ୨ଟା୫୦ ସମୟରେ କୋଟୱାଲି ଥାନାରେ ଘଟିଛି । ପୋଲିସ ଷ୍ଟେସନର CCTNS ଅଫିସରେ ସବ୍-ଇନ୍ସପେକ୍ଟର ମନୋଜ କୁମାରଙ୍କ ସରକାରୀ ବନ୍ଧୁକରୁ ଗୁଳି ଫୁଟି ଯାଇଥିଲା । ଫଳରେ ଥାନାରେ ଉପସ୍ଥିତ ଥିବା ମହିଳାଙ୍କ ପଛପଟ ମୁଣ୍ଡରେ ଗୁଳି ବାଜିଥିଲା । ଏସପି କହିଛନ୍ତି ଯେ, ବର୍ତ୍ତମାନ ମହିଳାଙ୍କୁ ସର୍ବୋତ୍ତମ ଚିକିତ୍ସା ସେବା ଯୋଗାଇ ଦିଆଯାଉଛି । ମହିଳାଙ୍କ ପରିବାର ସଦସ୍ୟ ଯାହା ଅଭିଯୋଗ କରିବେ ତାକୁ ଗୁରୁତର ସହିତ ନିଆଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବନ୍ଧୁକରୁ କିପରି ଗୁଳି ବାହାରିଲା ତାହା ସ୍ପଷ୍ଟ ହୋଇନାହିଁ । ହୁଏତ ଅଜାଣତରେ ଏହା ହୋଇଥାଇପାରେ । ବର୍ତ୍ତମାନ ଘଟଣାର ତଦନ୍ତ ଚାଲିଛି ।

Also Read- ଚାକିରି ବର୍ଷା କରିବ ଟାଟା! ଖୋଲିବ ଦେଶର ବୃହତ୍ତମ ଆଇଫୋନ୍ କାରଖାନା

Also Read- ଦୁନିଆର ସବୁଠୁ ବଡ଼ ଘରୋଇ ଜେଟ୍ 'ଫ୍ଲାଇଙ୍ଗ୍ ପ୍ୟାଲେସ', ରହିଛି ବିଳାସପୂର୍ଣ୍ଣ ସୁବିଧା