ପତ୍ନୀ ବାହାର କଲେ ବିଜ୍ଞାପନ; ମୋ ସ୍ୱାମୀ ଆଉ ତିନି ଝିଅ ଆବଶ୍ୟକ
Advertisement
Article Detail0/zeeodisha/odisha1288026

ପତ୍ନୀ ବାହାର କଲେ ବିଜ୍ଞାପନ; ମୋ ସ୍ୱାମୀ ଆଉ ତିନି ଝିଅ ଆବଶ୍ୟକ

ବିଜ୍ଞାପନରେ ଏହା ମଧ୍ୟ କୁହାଯାଇଛି ଯେ ସେ କେଉଁ ପ୍ରକାର ଝିଅ ଚାହୁଁଛନ୍ତି ଓ ଏହି ବିଜ୍ଞାପନ କାହିଁକି ବାହାର କରାଯାଇଛି ତାହା ମଧ୍ୟ କୁହାଯାଇଛି । କୌତୁହଳର ବିଷୟ ହେଉଛି ସେ ମଧ୍ୟ ଏକ ଝିଅ ପାଇସାରିଛନ୍ତି ।

ସାଙ୍କେତିକ ଫଟୋ

ସମଗ୍ର ବିଶ୍ୱରୁ ପ୍ରାୟତଃ ବିବାହ ଓ ସମ୍ପର୍କକୁ ନେଇ ଅନେକ ଅଦ୍ଭୁତ ମାମଲା ସବୁ ସାମ୍ନାକୁ ଆସିଥାଏ । ବେଳେବେଳେ ଏପରି ଘଟଣା ସାମ୍ନାକୁ ଆସିଥାଏ ଯେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ତୃତୀୟ ବ୍ୟକ୍ତି ପ୍ରବେଶ କରନ୍ତି । ଏହି କାରଣରୁ, ଅନେକ ଥର ଆଶ୍ଚର୍ଯ୍ୟଜନକ ଖୁଲାସା ହୋଇଥାଏ । କିନ୍ତୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ପତ୍ନୀ ନିଜେ ତାଙ୍କ ସ୍ୱାମୀଙ୍କ ପାଇଁ ଝିଅ ଖୋଜୁଛନ୍ତି । କେବଳ ଏତିକି ନୁହେଁ, ସେ ନିଜ ସ୍ୱାମୀଙ୍କ ପାଇଁ ତିନିଟି ଝିଅ ଆବଶ୍ୟକ କରୁଛନ୍ତି ଓ ଏଥିପାଇଁ ସେ ଏକ ବିଜ୍ଞାପନ ମଧ୍ୟ ବାହାର କରିଛନ୍ତି ।

ବାସ୍ତବରେ, ଡେଲି ଷ୍ଟାରର ଏକ ରିପୋର୍ଟ ଅନୁଯାୟୀ, ଥାଇଲ୍ୟାଣ୍ଡରେ ରହୁଥିବା ଏହି ମହିଳାଙ୍କ ନାମ ପାଥିମା । ସେ ନିଜ ସ୍ୱାମୀଙ୍କ ପାଇଁ ତିନିଟି ଝିଅ ଆବଶ୍ୟକ ବୋଲି ବିଜ୍ଞାପନ ଦେଇଛନ୍ତି । ଏହି ବିଜ୍ଞାପନରେ ଏହା ମଧ୍ୟ କୁହାଯାଇଛି ଯେ ସେ କେଉଁ ପ୍ରକାର ଝିଅ ଚାହୁଁଛନ୍ତି ଓ ଏହି ବିଜ୍ଞାପନ କାହିଁକି ବାହାର କରାଯାଇଛି ତାହା ମଧ୍ୟ କୁହାଯାଇଛି । କୌତୁହଳର ବିଷୟ ହେଉଛି ସେ ମଧ୍ୟ ଏକ ଝିଅ ପାଇସାରିଛନ୍ତି ।

ମହିଳା ଜଣକ କହିଛନ୍ତି ଯେ ସେ ଅନେକ ରୋଗରେ ପୀଡିତ ଓ ଏହି କାରଣରୁ ସେ ତାଙ୍କ ସ୍ୱାମୀଙ୍କ ଯତ୍ନ ନେବାକୁ ଅସମର୍ଥ । ମୁଁ ମୋ ସ୍ୱାମୀଙ୍କୁ ପୂରା ଅଧିକାର ଦେଇଛି, ସେ ଯାହା ସହିତ ରହିବାକୁ ଚାହୁଁଛନ୍ତି ଓ ମୁଁ ତାଙ୍କୁ ଏଥିରେ ସାହାଯ୍ୟ କରୁଛି । ତାଙ୍କୁ ଏପରି ମହିଳାମାନେ ଆବଶ୍ୟକ, ଯେଉଁମାନେ ତାଙ୍କ ସ୍ୱାମୀଙ୍କୁ ଖୁସି ରଖିପାରିବେ ଓ ତାଙ୍କ କାର୍ଯ୍ୟରେ ମଧ୍ୟ ସାହାଯ୍ୟ କରିପାରିବେ । ଏହାର ପ୍ରତିବଦଳରେ ଝିଅମାନଙ୍କୁ ମଧ୍ୟ ମାସିକ ଟଙ୍କା ମଧ୍ୟ ଦିଆଯିବ ।

ରିପୋର୍ଟ ଅନୁଯାୟୀ, ଏହି ମହିଳା ନିଜ ସୋସିଆଲ ମିଡିଆ ସ୍ପେସରେ ଏହି ବିଜ୍ଞାପନ ବାହାର କରିଛନ୍ତି । ମହିଳା ଲେଖିଛନ୍ତି ଯେ ଏଥିପାଇଁ ଆବେଦନ କରୁଥିବା ମହିଳାଙ୍କ ଏଚ୍‌ଆଇଭି ପରୀକ୍ଷା ଆବଶ୍ୟକ ହେବ । ସେମାନେ ୩୦-୩୫ ବର୍ଷ ମଧ୍ୟରେ ହେବା ଉଚିତ ଓ ଏକ ଉଚ୍ଚ ବିଦ୍ୟାଳୟ କିମ୍ବା ସ୍ନାତକ ଡିଗ୍ରୀ ହାସଲ କରିବା ଉଚିତ୍ । ମହିଳାଙ୍କ ରହିବା , ଖାଈବା ମଧ୍ୟ ମାଗଣା ରହିବ । ବର୍ତ୍ତମାନ ମହିଳାଙ୍କ ଏହି ବିଜ୍ଞାପନ ଭାଇରାଲ ହେବାରେ ଲାଗିଛି ଓ ଲୋକମାନେ ମଧ୍ୟ ଏହାଉପରେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି ।

ଏହା ବି ପଢ଼ନ୍ତୁ: ଗାନ୍ଧୀ ପରିବାରଠାରୁ ବଡ କେହି ଦେଶଦ୍ରୋହୀ ନାହାଁନ୍ତି, ରାହୁଲଙ୍କ ଉପରେ ବିଜେପିର ଟାର୍ଗେଟ

ଏହା ବି ପଢ଼ନ୍ତୁ: ଉଦ୍ଧବଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି; ନିର୍ବାଚନ କମିଶନକୁ ଏହି ନିର୍ଦ୍ଦେଶ ଦେଲେ SC