କଣ ସବୁଦିନ ଦହି ଖାଇବା ଠିକ୍ । ଆସନ୍ତୁ ଜାଣିବା ଉତ୍ତର ।
Advertisement

କଣ ସବୁଦିନ ଦହି ଖାଇବା ଠିକ୍ । ଆସନ୍ତୁ ଜାଣିବା ଉତ୍ତର ।

ଦହି ଏକ ସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ । ଯାହା ଶରୀରରେ କ୍ଲ୍ୟାସିୟମ ଏବଂ ପ୍ରୋଟିନର ମାତ୍ରାରେ ବୃଦ୍ଧି ଘଟାଇଥାଏ । ଖାଇବା ଦ୍ବାରା ପେଟ ଭଲ ରହିଥାଏ । ହେଲେ ପ୍ରଶ୍ନ ଯେ କଣ ସବୁଦିନ ଦହି ଖାଇବା ଠିକ୍ । ଆସନ୍ତୁ ଜାଣିବା ଉତ୍ତର ।   ଦହି ସ୍ବାସ୍ଥ୍ୟ ପାଇଁ ଅତି ଉତ୍ତମ । ଶରୀରରେ କ୍ୟାଲସିୟମ ଏବଂ ପ୍ରୋଟିନର ବୃଦ୍ଧି ଘଟାଇଥାଏ । ତେଣୁ କିଛି ଲୋକ ଏହା

SOCIAL MEDIA

ଦହି ଏକ ସ୍ବାସ୍ଥ୍ୟକର ଖାଦ୍ୟ ପଦାର୍ଥ । ଯାହା ଶରୀରରେ କ୍ଲ୍ୟାସିୟମ ଏବଂ ପ୍ରୋଟିନର ମାତ୍ରାରେ ବୃଦ୍ଧି ଘଟାଇଥାଏ । ଖାଇବା ଦ୍ବାରା ପେଟ ଭଲ ରହିଥାଏ । ହେଲେ ପ୍ରଶ୍ନ ଯେ କଣ ସବୁଦିନ ଦହି ଖାଇବା ଠିକ୍ । ଆସନ୍ତୁ ଜାଣିବା ଉତ୍ତର ।

ଦହି ସ୍ବାସ୍ଥ୍ୟ ପାଇଁ ଅତି ଉତ୍ତମ । ଶରୀରରେ କ୍ୟାଲସିୟମ ଏବଂ ପ୍ରୋଟିନର ବୃଦ୍ଧି ଘଟାଇଥାଏ । ତେଣୁ କିଛି ଲୋକ ଏହାକୁ ଦ୍ବିପ୍ରହର ସମୟରେ ଖାଇଥାନ୍ତି ତ ଆଉ କିଛି ଲୋକ ସକାଳୁ ଖାଲି ପେଟରେ ଦହି ଖାଇଥାନ୍ତି । ଆମ ଶରୀରରେ ଅନେକ ଗୁଡ଼ିଏ ପୋଷକ ତତ୍ତ୍ବ ଆବଶ୍ୟକ କରେ । ଯାହା ଦହି ଖାଇବା ଦ୍ବାରା ପୂରଣ ହୋଇଥାଏ । ହେଲେ କଣ ସବୁଦିନ ଦହି ଖାଇବା ଠିକ୍ ?

ପେଟ ପାଇଁ ଭଲ ଭାବି ସବୁଦିନ ଦହି ଖାଇବା ପୂର୍ବରୁ ଜାଣନ୍ତୁ ଏହା ଠିକ୍ ନା ଭୁଲ୍ । ବିଶେଷଜ୍ଞଙ୍କ ମତ ଅନୁସାରେ ଯଦି ଆପଣ ସୁସ୍ଥ ଅଛନ୍ତି ଏବଂ ଆପଣ ପ୍ରତ୍ୟେକ ଦିନ ସାମାନ୍ୟ ପରିମାଣର ଦହି ଖାଉଛନ୍ତି  ତାହେଲେ ତାହା ଠିକ୍ । କିନ୍ତୁ ରାତିରେ ଏବଂ କଫ ଜମି ରହୁଥିବା ଲୋକଙ୍କ କ୍ଷେତ୍ରରେ ସବୁଦିନ ଦହି ଖାଇବା ପାଇଁ ଡ଼ାକ୍ତର ମନା କରୁଛନ୍ତି । ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ଦହି ଖାଇବା ଦ୍ବାରା କଣ ଲାଭ ମିଳିଥାଏ ।

ପ୍ରୋଟିନ୍

ପ୍ରତ୍ୟେକ ସେଲ୍ ବଢ଼ିବା ପାଇଁ ଶରୀରରେ ଏମିନୋ ଏସିଡ଼ର ଆବଶ୍ୟକତା ରହିଛି, ଯାହା ପ୍ରୋଟିନରୁ ମିଳିଥାଏ । ଆପଣଙ୍କ ମସଲ୍ସ, ସ୍କିନ, ବାଳ, ନଖ, ଏସବୁ ପ୍ରୋଟିନରୁ ତିଆରି ହୁଏ । ଏଥିପାଇଁ ସବୁଦିନ ପ୍ରୋଟିନ ନେବା ଆବଶ୍ୟକ ।  USDA ଅନୁସାରେ ୧୦୦ ଗ୍ରାମର ଦହିରେ ୧୧.୧ ଗ୍ରାମର ପ୍ରୋଟିନ ଥାଏ ।

ପ୍ରୋବାୟୋଟିନ୍

ଆମ ଶରୀରରେ ଅନେକ ଗୁଡ଼ିଏ ବ୍ୟାକ୍ଟେରିଆ ଜୀବିତ ଅବସ୍ଥାରେ ଥାଆନ୍ତି । ଯାହା ଖାଇବା ହଜମ କରିବା ଠାରୁ ଆରମ୍ଭ କରି ପୋଷଣ ସୃଷ୍ଟି କରିବାରେ ସାହାଯ୍ୟ କରନ୍ତି । ତେବେ ଦହି ଖାଇବା ଦ୍ବାରା ଗ୍ୟାସ ସମସ୍ୟା, କୋଷ୍ଠକାଠିନ୍ୟ ଏବଂ ପେଟ ଗରମରୁ ମୁକ୍ତି ମିଳିଥାଏ ।

କ୍ୟାଲସିୟମ୍

ହାଡ଼ ପାଇଁ କ୍ୟାଲସିୟମର ଆବଶ୍ୟକତା ଅଧିକ । କ୍ୟାଲସିୟମ କମ ହେଲେ ହାଡ଼ରେ ସମସ୍ୟା ଆସେ । ଏଥିରୁ ମୁକ୍ତି ପାଇବା ପାଇଁ ଦହି ଖାଇବା ଆବଶ୍ୟକ । ଏଥିରୁ ଅନେକ ପରିମାଣର କ୍ୟାଲସିୟମ ଆମକୁ ମିଳିଥାଏ ।

ଭିଟାମିନ୍ ବି ୧୨

ଭିଟାମିନ୍ ବି ୧୨ ଶିରା, ମସ୍ତିଷ୍କ ଏବଂ ରକ୍ତ ପାଇଁ ଜରୁରୀ । ଏହି ଭିଟାମିନ୍ ବହୁତ କମ୍ ଖାଦ୍ୟ ପଦାର୍ଥରୁ ମିଳିଥାଏ । ଏବଂ ଏହାର ଅଭାବ ମଧ୍ୟ ଅନେକ ଲୋକଙ୍କ ଠାରେ ଦେଖିବାକୁ ମିଳୁଛି । କ୍ଷୀରରୁ ଦହି ପ୍ରସ୍ତୁତ ହେଉଥିବାରୁ କିଛି ମାତ୍ରାରେ ଭିଟାମିନ୍ ବି ୧୨ ମଧ୍ୟ ଦହିରୁ ମିଳେ ।

ଏନର୍ଜି

ଯଦି ଆପଣ ଦୁର୍ବଳ ବା ଥକ୍କା ମନେ କରୁଛନ୍ତି ତାହେଲେ ଦହି ଖାଆନ୍ତୁ । ଏହାକୁ ଖାଇବା ଦ୍ବାରା ଶରୀର ସତେଜ ଲାଗେ । ଆପଣ ପ୍ରତ୍ୟେକ ଦିନ ସୀମିତ ପରିମାଣର ଦହି ଖାଇ ଏଭଳି ଲାଭ ପାଇ ପାରିବେ । 