Chhattisgarh New CM: ରମଣ ସିଂହଙ୍କ ସତ୍ତ୍ୱେ କାହିଁକି ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି?
Advertisement

Chhattisgarh New CM: ରମଣ ସିଂହଙ୍କ ସତ୍ତ୍ୱେ କାହିଁକି ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି?

Tribal Chief Minister in Chhattisgarh: ଛତିଶଗଡ଼ ବିଧାନସଭା ନିର୍ବାଚନରେ ବାଜିମାତ କରିବା ପରେ ଦଳର ଜଣେ ଆଦିବାସୀ ନେତାଙ୍କ ବିଜେପି ମୁଖ୍ୟମନ୍ତ୍ରୀ ଗାଦିରେ ବସାଇପାରେ ବୋଲି ଆରମ୍ଭ ହୋଇଯାଇଛି ଚର୍ଚ୍ଚା।

Chhattisgarh New CM: ରମଣ ସିଂହଙ୍କ ସତ୍ତ୍ୱେ କାହିଁକି ଆଦିବାସୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଚାହୁଁଛି ବିଜେପି?

Chhattisgarh Tribal CM Face: ୨୦୨୩ ଛତିଶଗଡ଼ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି। ଦଳ ରାଜ୍ୟର ମୋଟ ୯୦ ସିଟ୍ ମଧ୍ୟରୁ ୫୫ ଆସନ ଦଖଲ କରିଛି। ଛତିଶଗଡ଼ରେ ସରକାର ଗଠନ କରିବାକୁ ଯାଉଥିବା ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ତାହା ଉପରେ ରହିଛି ନଜର। ପ୍ରାୟ ୫ ବର୍ଷର ବ୍ୟବଧାନ ପରେ ଡକ୍ଟର ରମଣ ସିଂହ ପୁନର୍ବାର ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବେ ନାଁ ତାଙ୍କ ସ୍ଥାନରେ ଆଉ କାହାକୁ ସୁଯୋଗ ମିଳିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚ। ହେଲେ ଏସବୁ ମଧ୍ୟରେ ସବୁ ଠାରୁ ବଡ଼ ପ୍ରଶ୍ନ ହେଉଛି ଯେ ସ୍ୱତନ୍ତ୍ର ଛତିଶଗଡ଼ ରାଜ୍ୟ ଗଠନ ପରେ ପ୍ରଥମ ଥର ପାଇଁ ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ମିଳିବ କି?

ମଧ୍ୟ ପ୍ରଦେଶ ଏବଂ ରାଜସ୍ଥାନ ଭଳି ବିଜେପି ଛତିଶଗଡ଼ ପାଇଁ ଦଳର କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିନାହିଁ। ନିର୍ବାଚନ ପ୍ରଚାର ସମୟରେ କିମ୍ବା ଏହା ପୂର୍ବରୁ ଯେତେବେଳେ ଗଣମାଧ୍ୟମ ପକ୍ଷରୁ ବିଜେପି ନେତାଙ୍କୁ ପ୍ରଶ୍ନ କରାଯାଉଥିଲା ଯେ ଦଳୀୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ? ସେତେବେଳେ ଏହି ପ୍ରଶ୍ନର ଉତ୍ତର ରଖି ବିଜେପି ନେତା କହୁଥିଲେ ଯେ ଦଳରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ଅଭାବ ନାହିଁ। ବର୍ତ୍ତମାନ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ କେଉଁ ବିଜେପି ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦ ମିଳିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା। ଡକ୍ଟର ରମଣ ସିଂହଙ୍କୁ ସୁଯୋଗ ମିଳିବ ନା ଅନ୍ୟ କେହି ଆଲୋଚନା କରିବେ। ଯଦି ରମଣ ସିଂହଙ୍କ ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ରହିଛି, ତାହେଲେ ସେ ଆଦିବାସୀ ସମ୍ପ୍ରଦାୟରୁ କାହାକୁ ମୁଖ୍ୟମନ୍ତ୍ରୀ କରାଯିବ?

ଆଦିବାସୀ ବହୁଳ ସରଗୁଜା-ବସ୍ତର ଅଞ୍ଚଳରେ ଜବରଦସ୍ତ ପ୍ରଦର୍ଶନ କରିଛି ବିଜେପି 
ବର୍ତ୍ତମାନ ଛତିଶଗଡ଼ରେ କାହିଁକି ଆଦିବାସୀ ସମ୍ପ୍ରଦାୟର ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ଆଲୋଚନା ହେଉଛି ତାହାର କାରଣ ସାମ୍ନାକୁ ଆସିଛି। ତାହା ହେଉଛି ୨୦୨୩ ବିଧାନସଭା ନିର୍ବାଚନ ଫଳାଫଳ। ଛତିଶଗଡ଼ର ଉତ୍ତର ଭାଗରେ ଅବସ୍ଥିତ ସରଗୁଜା ଦକ୍ଷିଣ ଭାଗରେ ଅବସ୍ଥିତ ବସ୍ତର ଡିଭିଜନ ଅଧିନସ୍ଥ ଆସନରେ ଆଦିବାସୀ ମତଦାତାଙ୍କ ପ୍ରଭାବ ରହିଛି। ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ଛତିଶଗଡ଼ର ଆଦିବାସୀ ବହୁଳ ଆସନରେ ଚମତ୍କାର ପ୍ରଦର୍ଶନ କରିଛି। ଯେଉଁଠାରେ କଂଗ୍ରେସ ଗତ ୨୦୧୮ ବିଧାନସଭା ନିର୍ବାଚନରେ ​​ଚମତ୍କାର ପ୍ରଦର୍ଶନ କରିଥିଲା ଏବଂ ରାଜ୍ୟରେ ଗତ ୨୦୦୩ ମସିହାରୁ ଲଗାତାର ୧୫ ବର୍ଷ ଧରି ରାଜ୍ୟରେ କ୍ଷମତାସୀନ ରହିଥିବା ବିଜେପି ସରକାରକୁ ଗାଦିଚ୍ୟୁତ କରିଥିଲା। ଗତ ଥରର ବିଧାନସଭା ନିର୍ବାଚନରେ ​​କଂଗ୍ରେସ ଆଦିବାସୀ ବହୁଳ ୨୫ ଆସନ ଦଖଲ କରିଥିଲା। ହେଲେ ମୁଖ୍ୟମନ୍ତ୍ରୀ ହୋଇଥିଲେ ଜଣେ ଅଣ ଆଦିବାସୀଙ୍କ ସମ୍ପ୍ରଦାୟର ନେତା ଭୂପେଶ ବଘେଲ। ଯିଏ ପଛୁଆ ବର୍ଗରୁ ଆସୁଛନ୍ତି। ଯାହାକୁ ନେଇ ଦଳର ଆଦିବାସୀ ନେତା ତଥା ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ  ଦେଖା ଦେଇଥିଲା। ଏହି ଘଟଣାରୁ ଶିକ୍ଷା ଗ୍ରହଣ କରି ଦଳର ଜଣେ ଆଦିବାସୀଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବା ନେଇ ଚର୍ଚ୍ଚା ହେଉଛି। ୨୦୨୩ ବିଧାନସଭା ନିର୍ବାଚନରେ ବିଜେପି ଆଦିବାସୀ ବହୁଳ ସୁରଗୁଜା ଅଞ୍ଚଳର ୧୪ ଏବଂ ବସ୍ତର କ୍ଷେତ୍ରର ୮ ଆସନ ଦଖଲ କରିଛି। 

ଯଦି ଦଳର କୌଣସି ଆଦିବାସୀ ନେତାଙ୍କୁ ବିଜେପି ମୁଖ୍ୟମନ୍ତ୍ରୀ କରିବାକୁ ଚାହେଁ, ତାହେଲେ ଯାହାର ନାଁ ସବୁଠାରୁ ଆଗରେ ରହିଛି ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଷ୍ଣୁଦେଓ ସାଇ। ଯିଏ ରାଜ୍ୟର କୁନକୁରୀ ଆସନରୁ ବିଜୟୀ ହୋଇଛନ୍ତି। ସୁରଗୁଜା ଅଞ୍ଚଳରେ ସମସ୍ତ ୧୪ ଆଦିବାସୀ ସଂରକ୍ଷିତ ଆସନରେ ବିଜୟ ବାନା ଉଡ଼ାଇଛି ବିଜେପି। ସେହିପରି କେନ୍ଦ୍ରମନ୍ତ୍ରୀ ତଥା ଛତିଶଗଡ଼ର ସରଗୁଜା ଲୋକସଭା ଆସନର ସାଂସଦ ରେଣୁକା ସିଂହଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଯିଏ ଭରତପୁର-ସୋନହଟ ବିଧାନସଭା ଆସନରୁ ୨୦୨୩ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି। ଯଦି ଆମେ ପଛୁଆ ସମ୍ପ୍ରଦାୟ ବିଷୟରେ କହିବା, ତାହେଲେ ଏଥର ବିଜେପି ସାହୁ ସମ୍ପ୍ରଦାୟରୁ ଆସୁଥିବା ଦଳର ୧୧ ଜଣ ନେତାଙ୍କୁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନର ଛତିଶଗଡ଼ ବିଜେପି ଅଧ୍ୟକ୍ଷ ଅରୁଣ ସାଓ ସାହୁ ସମ୍ପ୍ରଦାୟରୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ପଦ ପାଇଁ ତାଙ୍କର ଦାବିଦାରୀ ମଧ୍ୟ ମଜବୁତ ରହିଛି। ଅରୁଣ ସାଓ ବିଳାଶପୁର ଜିଲ୍ଲାର ଲୋରମୀ ଆସନରୁ ବିପୁଳ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦୌଡ଼ରେ ରହିଥିବା ବିଜେପି ନେତା 

  • ବିଷ୍ଣୁଦେଓ ସାୟ-ଆଦିବାସୀ ସମାଜର ବଡ ଚେହେରା 
  • ରେଣୁକା ସିଂ ସରପୋଟା- ମହିଳା ଏବଂ ଆଦିବାସୀ ପରିଚୟ
  • ଅରୁଣ ସାଓ- ପଛୁଆ ବର୍ଗର ନେତା 

ଓପି ଚୌଧରୀ ମଧ୍ୟ ଦୌଡ଼ରେ ସମିଲ
ଏସବୁ ମଧ୍ୟରେ ଆଇଏଏସ୍ ଅଧିକାରୀରୁ ରାଜନୀତିରେ ପ୍ରବେଶ କରିଥିବା ଓପି ଚୌଧୁରୀଙ୍କୁ ନେଇ ମଧ୍ୟ ଆଲୋଚନା କରାଯାଉଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଛତିଶଗଡ଼ର ରାୟଗଡ଼ ଜିଲ୍ଲାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ଅବସରରେ  ତାଙ୍କୁ ସର୍ବସାଧାରଣରେ ପ୍ରଶଂସା କରିଥିଲେ। ସେ କହିଥିଲେ ଯେ ଆପଣ ତାଙ୍କୁ ବିଧାୟକ କରିବା ଆବଶ୍ୟକ।