କାହିଁକି ସପିଂ କରୁନାହାନ୍ତି ଗ୍ରାହକ? ପାର୍ବଣ ପରେ ଫାଙ୍କା ମଲ୍ ଏବଂ ବଜାର
Advertisement
Article Detail0/zeeodisha/odisha1989252

କାହିଁକି ସପିଂ କରୁନାହାନ୍ତି ଗ୍ରାହକ? ପାର୍ବଣ ପରେ ଫାଙ୍କା ମଲ୍ ଏବଂ ବଜାର

Market News: ପାର୍ବଣ ଋତୁ ଶେଷ ହେବା ପରେ ମଲ୍ ଏବଂ ବଜାରରେ ଦେଖିବାକୁ ମିଳିଛି ଅଦ୍ଭୁତ ନୀରବତା । ବଜାରରେ ଭିଡ଼ ନବଢିବା କାରଣରୁ ବ୍ୟବସାୟୀମାନଙ୍କ ପାଖରେ ଥିବା କୋଟି କୋଟି ଟଙ୍କାର ସାମଗ୍ରୀ ଗଚ୍ଛିତ ହୋଇ ରହିଛି । ଯେଉଁଥିପାଇଁ ବ୍ୟବସାୟୀମାନେ ବର୍ତ୍ତମାନ କ୍ଷତି ସହୁଥିବା ଅଭିଯୋଗ ଆସିଛି । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ପାର୍ବଣ ପରେ ଲୋକମାନେ ସପିଂ ବନ୍ଦ କରିଦେଇଛନ୍ତି କି?

କାହିଁକି ସପିଂ କରୁନାହାନ୍ତି ଗ୍ରାହକ? ପାର୍ବଣ ପରେ ଫାଙ୍କା ମଲ୍ ଏବଂ ବଜାର

Market News: ସମଗ୍ର ଦେଶରେ ବର୍ତ୍ତମାନ ପାର୍ବଣ ଋତୁ ଶେଷ ହୋଇଛି ଏବଂ ବିବାହ ଋତୁ ଆରମ୍ଭ ହୋଇଯାଇଛି । ନବରାତ୍ରୀରୁ ଆରମ୍ଭ ହୋଇଥିବା ପାର୍ବଣ ଋତୁ ସବୁ ମଲ୍ ଏବଂ ବଜାରକୁ ବେଶ୍ ଗରମ କରିଥିଲା । ବ୍ୟବସାୟ ଅଧିକ ହେବା କାରଣ ପାଇଁ ବ୍ୟବସାୟୀମାନେ ଆବଶ୍ୟକତାଠାରୁ ଅଧିକ ଜିନିଷ ଠୁଳ କରିଥିଲେ । ଦୀପାବଳି ପରେ ବର୍ତ୍ତମାନ ମଲ୍ ଏବଂ ବଜାରରେ ଏକ ପ୍ରକାରର ନିରବତା ଦେଖିବାକୁ ମିଳିଛି । କୌଚିତ ଲୋକଙ୍କୁ ଛାଡିଦେଲେ ବଜାରରେ ଆଉ ଆଖିଦୃଶିଆ ଭିଡ ଦେଖିବାକୁ ମିଳୁନାହିଁ । ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ଲୋକମାନେ ପାର୍ବଣ ପରେ ସପିଂ ବନ୍ଦ କରି ଦେଇଛନ୍ତି କି?

ଜଣେ ବ୍ୟବସାୟୀ କହିଛନ୍ତି ଯେ, ବର୍ତ୍ତମାନ ଦିନ ଗୁଡିକରେ ସପିଂ ପାଇଁ ଟଙ୍କା ଖର୍ଚ୍ଚ କରିବାକୁ କେହି ପ୍ରସ୍ତୁତ ନୁହଁନ୍ତି । ଏହି କାରଣରୁ ବର୍ତ୍ତମାନ ଦେଶର ପ୍ରାୟ ସମସ୍ତ ବଜାରରେ ନିରବତା ଦେଖିବାକୁ ମିଳିଛି । ଏହାର ପ୍ରଭାବ ବିଶେଷ କରି ଖୁଚୁରା ବ୍ୟବସାୟୀଙ୍କ ଉପରେ ପଡିଛି । କେବେ ବଜାରରେ ପୁଣି ଭିଡ଼ ଦେଖିବାକୁ ମିଳିବ ଓ କାରବାର ହେବ ସେନେଇ ବ୍ୟବସାୟୀ ଚିନ୍ତାରେ ଅଛନ୍ତି । କାରଣ ବ୍ୟବସାୟ ଆରମ୍ଭ ହେଲେ ସେମାନଙ୍କର ଅଟକି ରହିଥିବା ଟଙ୍କା ସେମାନେ ପାଇବେ ।

ବିଶେଷଜ୍ଞଙ୍କ ଅନୁଯାୟୀ, ଚଳିତ ବର୍ଷ ପାର୍ବଣ ଋତୁରେ ଆଶା କରାଯାଉଥିବା ମୁତାବକ ସପିଂ ହୋଇନାହିଁ । ଖୁଚୁରା ବ୍ୟବସାୟୀ ଏବଂ ବିତରକମାନେ ଲାଭ ପାଇବା ଆଶାରେ ଅଧିକ ସାମଗ୍ରୀ କିଣିଥିଲେ । କିନ୍ତୁ ବର୍ତ୍ତମାନ ବିକ୍ରୟ ନହେବା କାରଣରୁ ଷ୍ଟକ୍ ଅଧିକ ରହିଛି ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଦୀପାବଳୀ ପର୍ଯ୍ୟନ୍ତ ଲୋକଙ୍କ ମଧ୍ୟରେ ସପିଂ କରିବାର ବେଶ୍ ଉତ୍ସାହ ରହିଥିଲା । କିନ୍ତୁ ତାପରେ ବଜାରରେ ନିରବତା ଦେଖିବାକୁ ମିଳିଛି ।

ପାର୍ବଣ ଋତୁ ପରେ ସୌନ୍ଦର୍ଯ୍ୟ ଏବଂ ପ୍ରସାଧନ ସାମଗ୍ରୀ ବହୁତ ଖରାପ ଅବସ୍ଥାରେ ଅଛି । ଏହା ବ୍ୟତୀତ ସାବୁନ ଏବଂ ଡିଟରଜେଣ୍ଟ ପରି ଜିନିଷପତ୍ରର ବ୍ୟବସାୟ ମଧ୍ୟ ଭଲ ନୁହେଁ। ସେମାନଙ୍କ ପାଖରେ ବହୁତ ଷ୍ଟକ୍ ଗଚ୍ଛିତ ଅଛି । ଲୋକମାନେ ପାର୍ବଣ ଋତୁ ପରେ ଲିପଷ୍ଟିକ୍, କ୍ରିମ୍, ପାଉଡର ଭଳି ଜିନିଷ କିଣିବା ବନ୍ଦ କରି ଦେଇଛନ୍ତି । ବର୍ତ୍ତମାନ ସେଥିରେ ଲାଗିଥିବା ଟଙ୍କା ଖୁଚୁରା ବ୍ୟବସାୟୀ ଏବଂ ବିତରକମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି । ବ୍ୟବସାୟୀଙ୍କ ଅନୁଯାୟୀ, ପୂର୍ବରୁ ଗୋଟିଏ କିମ୍ୱା ଦୁଇ ସପ୍ତାହ ମଧ୍ୟରେ ଯେଉଁ ସାମଗ୍ରୀ ବିକ୍ରୟ କରାଯାଉଥିଲା ତାହା ବର୍ତ୍ତମାନ ବିକ୍ରି କରିବାକୁ ମାସେରୁ ଅଧିକ ସମୟ ନେଉଛି।

ଅନ୍ୟପଟେ ଇ-କମର୍ସ ପ୍ଲାଟଫର୍ମ (E-commerce platform) ଏବଂ ଛୋଟ କମ୍ପାନୀ ମଧ୍ୟ ବ୍ୟବସାୟ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି ବୋଲି ବ୍ୟବସାୟୀ ବିଶ୍ୱାସ କରୁଛନ୍ତି । କେବଳ ସହରାଞ୍ଚଳ ନୁହେଁ ବରଂ ପାର୍ବଣ ପରେ ଗ୍ରାମାଞ୍ଚଳରେ ମଧ୍ୟ ଚାହିଦା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ବର୍ତ୍ତମାନ ଷ୍ଟକ ରହିଥିବା ଜିନିଷକୁ ବିକ୍ରି କରିବା ପାଇଁ କମ୍ପାନୀଗୁଡିକ ଶସ୍ତା ପ୍ୟାକ୍ ତଥା ଅଫର୍ ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି । ଏକଥା ମଧ୍ୟ ଆଶା କରାଯାଉଛି ଯେ, ଶସ୍ତା ପ୍ୟାକ୍ ସେମାନଙ୍କ ବ୍ୟବସାୟ ଉପରେ କିଛି ପ୍ରଭାବ ପକାଇପାରେ ।

Also Read- Air Service: ଖୁବଶୀଘ୍ର ଅଯୋଧ୍ୟାରୁ ଦିଲ୍ଲୀ ଏବଂ ଅହମ୍ମଦାବାଦକୁ ବିମାନସେବା

Also Read- Video: ନିଜ ଲଗେଜକୁ ନିଜେ ଉଠାଇ ଟ୍ରକରେ ଲଦିଲେ ପାକିସ୍ତାନୀ କ୍ରିକେଟର, ଭିଡିଓ ଭାଇରାଲ୍