Lok Sabha Election 2024: ବିଜେପିରେ କିଏ ହେବ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ? ସର୍ଭେରେ ହେଲା ବଡ଼ ଖୁଲାସା
Advertisement

Lok Sabha Election 2024: ବିଜେପିରେ କିଏ ହେବ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ? ସର୍ଭେରେ ହେଲା ବଡ଼ ଖୁଲାସା

PM Narendra Modi Modi Successor: ଦେଶରେ ୨୦୨୪ ଲୋକସଭା ନିର୍ବାଚନକୁ ନେଇ ଲୋକଙ୍କ ମନରେ କ'ଣ ଚାଲିଛି ତାକୁ ନେଇ ଏକ ସର୍ଭେ କରାଯାଇଛି । ଏହା ସହ ପିଏମ ମୋଦିଙ୍କ ଉତ୍ତରାଧିକାରୀ ଭାବରେ ଦେଶର ଜନସାଧାରଣ କାହାକୁ ଅଧିକ ପସନ୍ଦ କରନ୍ତି ତାହା ମଧ୍ୟ ଜଣାପଡିଛି । ଆସନ୍ତୁ ଜାଣିବା ବର୍ତ୍ତମାନ ଲୋକଙ୍କ ମୁଡ଼ କ'ଣ ରହିଛି ।

ସୌ: ସୋସିଆଲ ମିଡିଆ

PM Modi Modi Successor: ପିଏମ ମୋଦୀଙ୍କ ଲୋକପ୍ରିୟତା କାହାପାଖରେ ଅଛପା ନାହିଁ । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ନରେନ୍ଦ୍ର ମୋଦୀଙ୍କର (Narendra Modi ) ବହୁମାତ୍ରାରେ ଲୋକପ୍ରିୟତା ରହିଛି । ଯଦିଓ ପ୍ରଧାନମନ୍ତ୍ରୀ ମୋଦି ବର୍ତ୍ତମାନ ରାଜନୀତିରୁ ସନ୍ୟାସ ନେବାକୁ ନେଇ କୌଣସି ଇଚ୍ଛା ପ୍ରକଟ କରିନାହାଁନ୍ତି, ତଥାପି ଏକ ସର୍ଭେରେ ପିଏମ ମୋଦିଙ୍କ ଉତ୍ତରାଧିକାରୀ (PM Modi Modi Successor) କିଏ ହେଲେ ସବୁଠାରୁ ଉପଯୁକ୍ତ ହେବ ତାହା ଜାଣିବାକୁ ଚେଷ୍ଟା କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ସର୍ଭେରେ କେଉଁ କେଉଁ ନେତାଙ୍କ ନାମ ସାମ୍ନାକୁ ଆସିଛି । ଇଣ୍ଡିଆ ଟୁଡେ ଓ ସି ଭୋଟର ଏକ ସର୍ଭେରେ ଦେଶର ଲୋକଙ୍କ ମୁଡ଼ ଜାଣିବାକୁ ଚେଷ୍ଟା କରିଛି । ଏହି ସର୍ଭେରେ ପିଏମ ମୋଦିଙ୍କ ଉତ୍ତରାଧିକାରୀଙ୍କ ସମ୍ପର୍କରେ ଲୋକଙ୍କ ମୁଡ଼ କ'ଣ ରହିଛି ଥାହା ମଧ୍ୟ ଜଣା ପଡିଛି । 

ପିଏମ ନରେନ୍ଦ୍ର ମୋଦିଙ୍କ ଉତ୍ତରାଧିକାରୀ ସର୍ଭେରେ କଡ୍ଡା ଟକ୍କର ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ଭାବରେ ବହୁ ସଂଖ୍ୟକ ଲୋକ ପିଏମ ମୋଦୀଙ୍କୁ ନମ୍ବର -1 ରେ ରଖିଛନ୍ତି।  ୫୨.୫ ପ୍ରତିଶତ ଲୋକ ଅଛନ୍ତି, ଯେଉଁମାନେ ୨୦୨୪ ପାଇଁ ପ୍ରଧାନମନ୍ତ୍ରୀ ପଦ ପାଇଁ ନରେନ୍ଦ୍ର ମୋଦିଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୋଲି କହିଛନ୍ତି । ପିଏମ ମୋଦିଙ୍କ ଉତ୍ତରାଧିକାରୀ ରେସରେ ଥିବା ନେତାଙ୍କ ମଧ୍ୟରେ ଅମିତ ଶାହା ନମ୍ବର ୱାନ ସ୍ଥାନରେ ରହିଛନ୍ତି । ଏଥି ସହ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଙ୍କୁ କଡ଼ା ଟକ୍କର ମଧ୍ୟ ଦେଉଛନ୍ତି । ୨୬ ପ୍ରତିଶତ ଲୋକ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତ୍ତରାଧିକାରୀ ଭାବରେ ସମର୍ଥନ କରିଛନ୍ତି । ୨୫ ପ୍ରତିଶତ ଲୋକ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କ ଉତ୍ତରାଧିକାରୀ ଭାବରେ ପସନ୍ଦ କରିଛନ୍ତି ।

ଏହି ରେସରେ ନିତିନ ଗଡକରୀ ମଧ୍ୟ ଅଛନ୍ତି । ତାଙ୍କୁ ପ୍ରାୟ ୧୬ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀଙ୍କ ଉତ୍ତରାଧିକାରୀ ଭବରେ ଠିକ୍ ଭାବନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଉତ୍ତରାଧିକାରୀ ଭାବରେ ୬ ପ୍ରତିଶତ ଲୋକଙ୍କ ପସନ୍ଦ ହେଉଛି ଦେଶର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ କିଏ ସରକାର ଗଠନ କରିବ? ଏହି ପ୍ରଶ୍ନର ଉତ୍ତରରେ ସଂଖ୍ୟାଗରିଷ୍ଠତା ଏନଡିଏ ସରକାରଙ୍କ ସପକ୍ଷରେ ଆସିଛି । ସର୍ଭେ ଅନୁଯାୟୀ, ଲୋକସଭାର ୫୪୩ଟି ସିଟ୍ ମଧ୍ୟରୁ ଏନଡିଏ ମିଳିତ ମଞ୍ଚ ୨୯୮ ଟି ସିଟ୍ ପାଇଛି । ଏଥି ସହିତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ୧୫୩ ଟି ଆସନ ପାଇଛି । ଅନ୍ୟଦଳ ମାନେ ୯୨ ଟି ସିଟ୍ ପାଇଛନ୍ତି । ଶତକଡ଼ା କଥା କହିବାକୁ ଗଲେ ଏନଡିଏ ୪୩ ପ୍ରତିଶତ, ୟୁପିଏ ୩୦ ପ୍ରତିଶତ ପାଇଥିବାବେଳେ ଅନ୍ୟମାନେ ୨୭ ପ୍ରତିଶତ ଭୋଟ୍ ପାଇଛନ୍ତି ।

ଏହା ବି ପଢ଼ନ୍ତୁ: OYO ହୋଟେଲର ମାଲିକ ରିତେଶ ଅଗ୍ରୱାଲଙ୍କ ମାର୍ଚ୍ଚରେ ବାହାଘର, ୨୯ ବର୍ଷ ବୟସରେ ଏତେ ହଜାର କୋଟି ଟଙ୍କାର ମାଲିକ