Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...
Advertisement
Article Detail0/zeeodisha/odisha1893506

Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...

Most Expensive Tree: ଜଣେ ବ୍ୟକ୍ତି ଇଣ୍ଟରନେଟରେ ସର୍ଚ୍ଚ କରୁଥିଲେ ଦୁନିଆରେ ସବୁଠୁ ଦାମୀ ଗଛ ବିଷୟରେ । ତେବେ ହୁଏତ ଆପଣ ମଧ୍ୟ ଜାଣିନଥିବେ କେଉଁ ଗଛକୁ ଦୁନିଆର ସବୁଠୁ ଦାମୀ ଗଛ କୁହାଯାଏ । ଆସନ୍ତୁ ଜାଣିବା ସେ ବିଷୟରେ ।

Most Expensive Tree: କେଉଁ ଗଛ ଦୁନିଆର ସବୁଠୁ ଦାମୀ? ତାହାର ଦାମ କେତେ ? ଜାଣନ୍ତୁ...

Most Expensive Tree: ପୃଥିବୀ ପୃଷ୍ଠରେ ଲକ୍ଷ ଲକ୍ଷ ଗଛ ଲତା ରହିଛି । ପ୍ରକୃତିର ଏକ ନିଆରା ସୃଷ୍ଟି ଗଛ । ଅଧିକ ଗଛ ରହିଥିବା ସ୍ଥାନର ପରିବେଶ ଖୁବ ମନମୁଗ୍ଧକର । କେବଳ ସେତିକି ନୁହେଁ ଆପଣମାନେ ଜାଣନ୍ତି ଯେ, ଆମ ପାଇଁ ଗଛର ଆବଶ୍ୟକତା କେତେ । ଆମେ ବଞ୍ଚିବା ପାଇଁ ଯେଉଁ ଅମ୍ଳଜାନ (Oxygen) ଆବଶ୍ୟକ ତାହା ମଧ୍ୟ ଗଛରୁ ଆସିଥାଏ । ଗଛ କେବଳ ଆମକୁ ବଞ୍ଚିବାରେ ସାହାଯ୍ୟ କରେ ତାହା ନୁହେଁ ଗଛରୁ ମିଳୁଥିବା କାଠ ଆମ ମାନଙ୍କର ଅନେକ କାର୍ଯ୍ୟରେ ଆସିଥାଏ । ସେଥିପାଇଁ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ବୋଲି ଜାଣିଛନ୍ତି । କିନ୍ତୁ ଏହା ମଧ୍ୟରେ ଆପଣଙ୍କ ମନରେ ନିଶ୍ଚିତ ଭାବରେ ପ୍ରଶ୍ନ ଆସୁଥିବ ଯେ, ପୃଥିବୀ ପୃଷ୍ଠରେ ଥିବା ଲକ୍ଷ ଲକ୍ଷ ଗଛ ଭିତରୁ ସବୁଠାରୁ ମହଙ୍ଗା ଗଛ କେଉଁଟି ? ବହୁତ କମ୍ ଲୋକଙ୍କୁ ଏହି ପ୍ରଶ୍ନର ଉତ୍ତର ଜଣା । ଆଜି ଆମେ ଆପଣଙ୍କୁ ଏହି ସମ୍ୱନ୍ଧରେ କିଛି ତଥ୍ୟ ପ୍ରଦାନ କରିବୁ ଯାହା ବର୍ତ୍ତମାନର ଆଲୋଚନାର ବିଷୟ ପାଲଟିଛି ।

ଇଣ୍ଟରନେଟ୍ ତଥ୍ୟ
ସୋସିଆଲ ମିଡିଆ ପ୍ଲାଟଫର୍ମ କୌରା ମାଧ୍ୟମରେ କିଛି ଲୋକ ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତର ଦେଇଥିଲେ ଅନେକ ବ୍ୟକ୍ତି । କିଛି ଦିନ ପୂର୍ବରୁ କେହି ଜଣେ ବ୍ୟକ୍ତି ପ୍ରଶ୍ନ ପଚାରିଥିଲେ, ଦୁନିଆର ସବୁଠାରୁ ମହଙ୍ଗା ଗଛ କ’ଣ ? ପ୍ରଶ୍ନଟି ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିବାରୁ ଅନେକ ଲୋକ ବିଭିନ୍ନ ପ୍ରକାରର ଉତ୍ତର ଦେବାରେ ଲାଗିଲେ । ତେବେ କୌରାରେ ପଚରାଯାଇଥିବା ପ୍ରଶ୍ନକୁ ନେଇ ଅନେକ ଆଲୋଚନା ହୋଇଥାଏ । କେହି କେହି ଏହି ତଥ୍ୟକୁ ବିଶ୍ୱାସ କରୁଥିବା ସମୟରେ କିଛି ବ୍ୟକ୍ତି ତାହାର ପ୍ରତି ଉତ୍ତର ରଖିଥାନ୍ତି । ତେଣୁ ସୋସିଆଲ ମିଡିଆ ସାଇଟ୍ କୌରାରେ ମିଳୁଥିବା ଉତ୍ତରର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥାଏ ।

ସୋସିଆଲ ମିଡିଆ ୟୁଜର ଅମିତ ମଣ୍ଡଳ ନାମକ ଜଣେ ବ୍ୟକ୍ତିଙ୍କ ମତ ଅନୁଯାୟୀ ଦୁନିଆର ସବୁଠୁ ଦାମୀ ଗଛର ନାମ 'ମାରିଆ ଦେ ଲୋସ୍ ଆଞ୍ଜେଲସ୍' (María de los Ángeles) ଯାହା ମେକ୍ସିକୋ ସିଟିରେ ରହିଛି । ଏହି ଗଛଟି ୭ଶହ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ । ବର୍ତ୍ତମାନ କୃତ୍ରିମ ଭାବରେ ତିଆରି ଟେକ୍ନୋଲୋଜି ସାହାଯ୍ୟରେ ଗଛଟିକୁ ଜୀବନ୍ତ ରଖାଯାଇଛି। ସେହିପରି ଆଉ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, ଦୁନିଆର ସବୁଠାରୁ ମହଙ୍ଗା ଗଛ ହେଉଛି ଆଫ୍ରିକୀୟ ବ୍ଲାକ୍ଉଡ୍ ଗଛ (Dalbergia melanoxylon)। ଏହି ଗଛର କାଠ ଏବଂ ଏଥିରୁ ତିଆରି ହେଉଥିବା ଜିନିଷ ଗୁଡିକ ଦୁନିଆର ସବୁଠାରୁ ମହଙ୍ଗା ବୋଲି ବିବେଚନା କରାଯାଏ । ଏହି ଗଛ କାଠର ମୂଲ୍ୟ କିଲୋଗ୍ରାମ ପ୍ରତି ୧୦ ହଜାର ଡଲାର ପର୍ଯ୍ୟନ୍ତ ଛୁଇଁପାରେ ।

ସବୁଠାରୁ ମହଙ୍ଗା ଗଛ?
ସୋସିଆଲ ମିଡିଆ ସାଇଟ୍ କୌରାରେ ଲୋକମାନେ ଦେଇଥିବା ଉତ୍ତର ଅନୁସାରେ ଗିନିଜ ୱାର୍ଲ୍ଡ ରେକର୍ଡ ଅନୁଯାୟୀ ଷ୍ଟାର୍କସପୁର ଗୋଲଡେନ୍ ସୁସ୍ୱାଦୁ ଆପଲ୍ ଗଛ ଦୁନିଆର ସବୁଠୁ ଦାମୀ ଗଛର ମାନ୍ୟତା ପାଇଛି। ୧୯୫୯ ମସିହାରେ ଏହି ରେକର୍ଡ କରାଯାଇଥିଲା ବୋଲି କୁହାଯାଇଛି । ଆମେରିକାର ୱାଶିଂଟନରେ ଗୋଟିଏ ଗଛ ପାଇଁ ୪୨ ଲକ୍ଷ ଟଙ୍କା ଦିଆଯାଇଥିଲା ଅର୍ଥାତ ପାଖାପାଖି ( ୫୧ ହଜାର ଡଲାର) । ଏକ ଆନିମଲ୍ସ ୱେବସାଇଟର ତଥ୍ୟ ଅନୁଯାୟୀ, ଜାପାନର ଏକ କାଟୋ ପରିବାର ରହିଛି ଯେଉଁଠି ୧ ହଜାର ବର୍ଷର ପୁରୁଣା ବନସାଇ ଗଛ ଅବସ୍ଥିତ । ମିଳିଥିବା ସୂଚନା ଅନୁସାରେ ଏହି ଗଛର ମୂଲ୍ୟ ୨ ନିୟୁତ ଡଲାର । ଅର୍ଥାତ୍ ଭାରତୀୟ ଟଙ୍କାରେ ପାଖାପାଖି ୧୬ କୋଟି । ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଗଛଟି ସବୁଠାରୁ ମହଙ୍ଗା ଗଛ ବୋଲି ବିବେଚନା କରାଯାଏ । ଏହା ବାଦ ବ୍ଲାକ୍ଉଡ୍ ଏବଂ ଡାଲବର୍ଗିଆ ଗଛ ମଧ୍ୟ ଦୁନିଆରେ ଥିବା ଅନ୍ୟ ଗଛ ତୁଳନାରେ ଖୁବ ମୂଲ୍ୟବାନ ।

Also Read- Success Story: ଘର ତିଆରି ନକରି ବ୍ୟବସାୟରେ ଲଗାଇଲେ ଟଙ୍କା, ସଫଳତା ଦେଖିଲା ସାରା ଦୁନିଆ

Also Read- Air India Staff New Uniform: ଏୟାର ଇଣ୍ଡିଆରେ କାର୍ଯ୍ୟରତ ମହିଳା ପିନ୍ଧିବେ ନୂଆ ୟୁନିଫର୍ମ