Weather Update: ଦିଲ୍ଲୀ ସମେତ ବର୍ଷାରେ ଭିଜିବ ଏହି ସବୁ ରାଜ୍ୟ, କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସମ୍ଭାବନା
Advertisement
Article Detail0/zeeodisha/odisha1612137

Weather Update: ଦିଲ୍ଲୀ ସମେତ ବର୍ଷାରେ ଭିଜିବ ଏହି ସବୁ ରାଜ୍ୟ, କିଛି ସ୍ଥାନରେ କୁଆପଥର ବର୍ଷା ନେଇ ସମ୍ଭାବନା

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ କେନ୍ଦ୍ରୀୟ ରାଜସ୍ଥାନ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣଝଡ଼ ଦେଖିବାକୁ ମିଳିଛି । ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଏହି ସବୁ ସ୍ଥାନରେ ପାଗରେ ପରିବର୍ତନ ଦେଖିବାକୁ ମିଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୌ(ସୋସିଆଲ ମିଡିଆ)

Weather Update: ପଶ୍ଚିମା ଝଡ଼ ପ୍ରଭାବରେ ଦେଶର ଅନେକ ସ୍ଥାନରେ ତାପମାତ୍ରା ହ୍ରାସ ପାଇବାରେ ଲାଗିଛି । ଏହି କାରଣରୁ କେନ୍ଦ୍ରୀୟ ରାଜସ୍ଥାନ ଓ ଏହାର ଆଖପାଖ ଅଞ୍ଚଳରେ ଘୂର୍ଣ୍ଣଝଡ଼ ଦେଖିବାକୁ ମିଳିଛି । ତେବେ ପଶ୍ଚିମା ଝଡ଼ ପ୍ରଭାବରେ ଏହି ସବୁ ସ୍ଥାନରେ ପାଗରେ ପରିବର୍ତନ ଦେଖିବାକୁ ମିଳିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଜଧାନୀ ଦିଲ୍ଲୀରେ ବଦଳିବ ପାଣିପାଗ

ଆସନ୍ତା ଏକ ସପ୍ତାହ ଯାଏଁ ଦେଶର ରାଜଧାନୀ ଦିଲ୍ଲୀରେ(Delhi weather) ପାଗ ମେଘୁଆ ରହିବା ସହ ବର୍ଷା ହେବା ନେଇ ମଧ୍ୟ ସମ୍ଭାବନା ରହିଛି । ଏହାସହ ତାପମାତ୍ରାରେ ମଧ୍ୟ ହ୍ରାସ ଘଟିପାରେ । ଗୁରୁବାର ଦିନ ହାଲୁକା ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ(India Meteorological Department)। ପାଣିପାଗ ବିଭାଗ କହିଛି ଯେ, ଦେଶର ଉତ୍ତର- ପଶ୍ଚିମ ଭାଗରେ ଜାମ୍ମୁ କାଶ୍ମୀର, ଲଦାଖ, ମୁଜାଫରବାଦ, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶ ଆଦି ସ୍ଥାନରେ ମାର୍ଚ୍ଚ ୧୯ ତାରିଖରେ ବଜ୍ରପାତ, ( ୩୦-୪୦ କିଲୋମିଟର) ବେଗରେ ପବନ ବୋହିବା ସହ ହାଲୁକାରୁ ମଧ୍ଯମ ଧରଣର ବର୍ଷା ହେବା ନେଇ ସମ୍ଭାବନା ରହିଛି । ଏହା ସହ ପଞ୍ଜାବ, ହରିୟାଣା, ୟୁପି ଓ ରାଜସ୍ଥାନରେ ମାର୍ଚ୍ଚ ୧୭ ରୁ ୧୯ ପର୍ଯ୍ୟନ୍ତ ଏନେଇ ସମ୍ଭାବନା ରହିଥିବା ବେଳେ ମାର୍ଚ୍ଚ ୧୭ ତାରିଖରେ ବିହାରରେ କୁଆପଥର ମାଡ଼ ହେବା ନେଇ ସମ୍ଭବନା ରହିଛି ।

ଏହି ସ୍ଥାନରେ ହୋଇପାରେ କୁଆପଥର ବର୍ଷା

ପାଣିପାଗ ବିଭାଗ ଅନୁଯାୟୀ, ଆଜି ଓ ଆସନ୍ତାକାଲି ଜମ୍ମୁ-କାଶ୍ମୀର, ଲଦାଖ, ଗିଲ୍ଗିଟ-ବାଲ୍ଟିସ୍ତାନ, ହିମାଚଳ ପ୍ରଦେଶର ମୁଜାଫରବାଦରେ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଉତ୍ତରାଖଣ୍ଡରେ ମାର୍ଚ୍ଚ ୧୯ ତାରିଖ, ହରିୟାଣା ଓ ପଶ୍ଚିମ ଉତ୍ତରପ୍ରଦେଶରେ ମାର୍ଚ୍ଚ ୧୭ ଓ ଉତ୍ତର ରାଜସ୍ଥାନରେ ମାର୍ଚ୍ଚ ୧୭ରୁ ୧୯ ମଧ୍ଯରେ କୁଆପଥର ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ପଶ୍ଚିମ, ଦକ୍ଷିଣ ଓ ମଧ୍ଯ ଭାରତରେ କେମିତି ରହିବ ପାଣିପାଗ

ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ଗୁଜୁରାଟ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡରେ ପ୍ରବଳ ପବନ ସାଙ୍ଗକପ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି, ସେହିପରି ମାର୍ଚ୍ଚ ୧୬ ଓ ୧୭ରେ ପୂର୍ବ ମଧ୍ୟପ୍ରଦେଶ, ଛତିଶଗଡ଼, କେନ୍ଦ୍ରୀୟ ମହାରାଷ୍ଟ୍ର ଓ ମରାଠୱାଡାରେ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଉତ୍ତର ଆଭ୍ୟନ୍ତରୀଣ ତାମିଲନାଡୁରୁ କୋଙ୍କଣ ପର୍ଯ୍ୟନ୍ତ ନିମ୍ନ ଚାପ ଅଞ୍ଚଳ ରହିଥିବାରୁ ଏହାର ପ୍ରଭାବରେ ମାର୍ଚ୍ଚ ୧୯ ତାରିଖ ପର୍ଯ୍ୟନ୍ତ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକରେ ମଧ୍ୟମଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ଏହା ବ୍ୟତୀତ ମାର୍ଚ୍ଚ ୧୮ ତାରିଖରେ ଉପକୂଳ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବିଚ୍ଛିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ସେହିପରି ରାଜ୍ୟରେ ଆଜି ଘଡ଼ଘଡ଼ ସହ ବର୍ଷା ହେବା ନେଇ ସମ୍ଭାବନା ରହିଛି । ପଶ୍ଚିମା ଝଡ଼ ପ୍ରଭାବରେ ନୟାଗଡ଼, କଳାହାଣ୍ତି ସମେତ କିଛି ଜିଲ୍ଲାରେ ଘଡ଼ଘଡ଼ୁ ସହ ବର୍ଷା ଆରମ୍ଭ ହୋଇଛି । ୧୮ ତାରିଖ ଯାଏଁ ଏଭଳି ପାଗ ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଆଜିଠାରୁ ପଶ୍ଚିମା ଝଡ଼ ପ୍ରଭାବ ଅଧିକ ରହିବ । ଏହି ନେଇ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ(Rain Alert) ଜାରି କରାଯାଇଛି । ତେବେ ୧୯ ତାରିଖ ବେଳକୁ ଏହାର ପ୍ରଭାବ କମିବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।