Weather Update: ଜୁନ୍ ୧୯ରୁ ୨୨ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ଆଲର୍ଟ ଜାରି
Advertisement
Article Detail0/zeeodisha/odisha2299523

Weather Update: ଜୁନ୍ ୧୯ରୁ ୨୨ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ଆଲର୍ଟ ଜାରି

Weather Update: ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀରେ ଜୁନ୍ ୧୯ ରୁ ୨୨ ତାରିଖ ମଧ୍ୟରେ ପ୍ରବଳ ପବନ ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । IMD ସୂଚନା ଅନୁଯାୟୀ, ଜୁନ୍ ୨୫ରେ ମୌସୁମୀ ଉତ୍ତରପ୍ରଦେଶର ଆଭ୍ୟନ୍ତରୀଣ ଅଂଶରେ ପ୍ରବେଶ କରିବ । ଏହା ପରେ ୨୭ ରୁ ୨୮ ଜୁନ୍ ମଧ୍ୟରେ ଦିଲ୍ଲୀରେ ମୌସୁମୀ ବର୍ଷା ଆରମ୍ଭ ହୋଇପାରେ ।

Weather Update: ଜୁନ୍ ୧୯ରୁ ୨୨ ପର୍ଯ୍ୟନ୍ତ ବଜ୍ରପାତ ସହ ବର୍ଷା ହେବା ନେଇ ଆଲର୍ଟ ଜାରି

Delhi Weather: ରାଜଧାନୀ ଦିଲ୍ଲୀ ନୋଏଡା ସମେତ ଉତ୍ତର ଭାରତର ଅଧିକାଂଶ ଅଞ୍ଚଳରେ ବର୍ତ୍ତମାନ ଅସହ୍ୟ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେଉଛି । ଏହି କାରଣରୁ ଜନ ଜୀବନ ମଧ୍ୟ ବେଶ ପ୍ରଭାବିତ ହୋଇଛି । ଗ୍ରୀଷ୍ମ ପ୍ରକୋପ କାରଣରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଦିଲ୍ଲୀରେ ଜୁନ୍ ୧୯ ରୁ ୨୨ ମଧ୍ୟରେ ପ୍ରବଳ ପବନ ଏବଂ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ଦିଲ୍ଲୀବାସିନ୍ଦାଙ୍କୁ ଅସହ୍ୟ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି । ଲୋକମାନେ ପ୍ରବଳ ଉତ୍ତାପରୁ କିଛି ସମୟ ଆରାମ ପାଇପାରିବେ। ଜୁନ୍ ୨୩ ରୁ ଦିଲ୍ଲୀରେ ପୁଣି ଗ୍ରୀଷ୍ମ ପ୍ରକୋପ ବଢିବ ବୋଲି ଆକଳନ କରାଯାଉଛି । ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ଜୁନ୍ ୨୧ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରକୋପ ଅନୁଭୂତ ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ଜୁନ୍ ୨୪ ରୁ ଲକ୍ଷ୍ନୌରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।

କେବେ ପହଞ୍ଚିବ ମୌସୁମୀ?
IMDର ଆକଳନ ଅନୁଯାୟୀ, ଜୁନ୍ ୨୫ ରେ ମୋସୁମୀ ଉତ୍ତରପ୍ରଦେଶର ଆଭ୍ୟନ୍ତରୀଣ ଅଂଶରେ ପ୍ରବେଶ କରିବ । ଏହା ପରେ ୨୭ ରୁ ୨୮ ଜୁନ୍ ମଧ୍ୟରେ ଦିଲ୍ଲୀରେ ମୌସୁମୀ ପ୍ରଭାବ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି । ପୂର୍ବ ରେକର୍ଡ ଅନୁଯାୟୀ, ପ୍ରାୟତଃ ଜୁନ୍ ୩୦ରେ ମୌସୁମୀ ଦିଲ୍ଲୀରେ ପହଞ୍ଚିଥାଏ । କିନ୍ତୁ ମୌସୁମୀ ଦିଲ୍ଲୀରେ ପ୍ରବେଶ ନକରିବା ପର୍ଯ୍ୟନ୍ତ, ଦିଲ୍ଲୀବାସିନ୍ଦାଙ୍କୁ ଅସହ୍ୟ ଗରମ କଲବଲ କରିପାରେ । IMD ଅନୁଯାୟୀ, ଦିଲ୍ଲୀର ସର୍ବାଧିକ ତାପମାତ୍ରା ଏହି ସପ୍ତାହରେ ୪୨ ରୁ ୪୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବାର ସମ୍ଭାବନା ରହିଛି । ଏଥିସହ ସର୍ବନିମ୍ନ ତାପମାତ୍ରା ପ୍ରାୟ ୩୨ ରୁ ୩୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିପାରେ ।

ପାଣିପାଗ ବିଭାଗ ଅନୁଯାୟୀ, ଜୁନ୍ ୨୫ ରେ ମୌସୁମୀ ଉତ୍ତରପ୍ରଦେଶ ଛୁଇଁପାରେ । ବର୍ତ୍ତମାନ ୟୁପିର ଅନେକ ଜିଲ୍ଲାରେ ଅସହ୍ୟ ଗରମ କାରଣରୁ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଲକ୍ଷ୍ନୌରେ ଜୁନ୍ ୨୧ ପର୍ଯ୍ୟନ୍ତ ହିଟ୍ ୱେଭ୍ ଆଲର୍ଟ ଜାରି କରାଯାଇଛି। IMD ଅନୁଯାୟୀ, ଜୁନ୍ ୨୪ ରୁ ଲକ୍ଷ୍ନୌରେ ପାଗରେପରିବର୍ତ୍ତନ ହେବାର ସମ୍ଭାବନା ରହିଛି । ୟୁପିର କିଛି ଜିଲ୍ଲାରେ ଗତ ରାତିରେ ବର୍ଷା ଦେଖିବାକୁ ମିଳିଛି । ବାରାଣାସୀରେ ବର୍ଷା ହୋଇଥିବା କାରଣରୁ ଲୋକଙ୍କୁ ଅସହ୍ୟ ଗରମରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଉତ୍ତର ଭାରତର ଅନେକ ଅଞ୍ଚଳରେ ଉଭୟ ଦିନ ଏବଂ ରାତି ସମୟ ବିତାଇବା ଲୋକଙ୍କ ପ୍ରତି କଷ୍ଟକର ହୋଇପଡୁଛି । ଏହି ବର୍ଷ କେବଳ ସର୍ବାଧିକ ତାପମାତ୍ରା ନୁହେଁ ବରଂ ସର୍ବନିମ୍ନ ତାପମାତ୍ରା ମଧ୍ୟ ରେକର୍ଡ ଭାଙ୍ଗୁଛି । ଜୁନ୍ ୧୮ ତାରିଖ ଦିନ ବାରଣାସୀରେ ୩୩.୬ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରେକର୍ଡ କରାଯାଇଥିଲା । ସେହିପରି ଅଲୱାରରେ ୩୭ ଡିଗ୍ରୀ ସେଲସିୟସ ସର୍ବନିମ୍ନ ତାପମାତ୍ରା ରହିଥିଲା ।

Also Read- ନବୀନ ହେବେ ବିରୋଧୀ ଦଳ ନେତା, ପ୍ରସନ୍ନଙ୍କୁ ଉପନେତା ଦାୟିତ୍ୱ