Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନ!
Advertisement
Article Detail0/zeeodisha/odisha1808157

Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନ!

Weather Update: ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା (Heavy rain) । ଲଘୁଚାପ ଜନିତ ବର୍ଷା ଯୋଗଁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି । ଆଜି ମଧ୍ୟ କିଛି ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି ।

Weather Update: ସତର୍କ କରାଇଲା ପାଣିପାଗ ବିଭାଗ, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନ!

Weather Update: ରାଜ୍ୟରେ ଲଘୁଚାପ  ଜନିତ ଲଗାଣ ବର୍ଷା ଜାରି ରହିଛି। ଫଳରେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। କେତେକ ସ୍ଥାନରେ ବନ୍ୟାସ୍ଥିତି ଦେଖାଦେଇଛି । ଏହାରି ଭିତରେ ପାଣିପାଗ ବିଭାଗ (IMD) ଏକ ଆଶ୍ବସ୍ତିକଲା ପରି ଖବର ଦେଇଛି।  ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଦୁର୍ବଳ ହୋଇଛି । ଏହି ଲଘୁଚାପ ଅବପାତରେ ପରିଣତ ହୋଇ ଝାଡଖଣ୍ତ ମୁହାଁ ହୋଇଛି । ଫଳରେ ରାଜ୍ୟରେ ଆଜିଠାରୁ ବର୍ଷାର ପରିମାଣ(Rain) କମିବ ବୋଲି  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଅବପାତ ପ୍ରଭାବରେ ଓଡ଼ିଶା ଉପକୂଳରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିବାର ମଧ୍ଯ ସମ୍ଭାବନା ରହିଛି । ତେଣୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି । ଏପରି କି, ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳ, ଚାଷ ଜମି ଅଞ୍ଚଳରେ ପାଣି ଜମିବା ସହ ସମ୍ବେଦନଶୀଳ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ଏ-ହା ସହ ତିନି ଜିଲ୍ଲାରେ ପ୍ରବଳ ହେବା ନେଇ ୟେଲୋ ଓ୍ବାର୍ଣ୍ଣିଂ(yellow warning) ଜାରି କରାଯାଇଛି । ସେହି ଜିଲ୍ଲା ଗୁଡିକ ହେଲେ, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ । ଏହାସହ ଆଭ୍ୟନ୍ତରୀଣ ଓଡି଼ଶାରେ କେତେକ ଜିଲ୍ଲାରେ ମଧ୍ୟ ବର୍ଷା ହେବା ନେଇ ଆଇଏମଡି (IMD) ପକ୍ଷରୁ କୁହାଯାଇଛି। 

Also Read: Odisha Flood Update: କୂଳ ଖାଉଛି ସମୂଦ୍ର, ଭୟଭୀତ ପାରାଦୀପବାସୀ

#floods

ସେପଟେ, ରାଜ୍ୟରେ ଲଗାଣ ବର୍ଷା ରାଜ୍ୟ(State govt) ସରକାରଙ୍କ ଚିନ୍ତା ବଢାଇଛି । କାହିଁକି ବାଦଲଫଟା ବାର୍ଷାରେ ଟୁଇନ୍ ସିଟିର ଅବସ୍ଥା ବେହାଲ ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି । ଗତକାଲି ବର୍ଷା ସ୍ଥିତି ନେଇ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସମୀକ୍ଷା କରିଛନ୍ତି । ପ୍ରଭାବିତ ଜିଲ୍ଲାରେ ଜିଲ୍ଲାପାଳ ମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ,ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି। NDRD ଓ ODRAF ଟିମ୍ ପ୍ରସ୍ତୁତ ଅଛନ୍ତି।  ଏହାସହ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଶୁଖିଲା ବା ନିରାପଦ ସ୍ଥାନକୁ ଯିବାକୁ କୁହାଯାଇଛି। ଏହା ଶୁଖିଲା ଖାଦ୍ୟ ଯେପରିକି ଗୁଡ, ଚୁଡା, ମୁଢି ଏବଂ ମହମବତୀ ,ଔଷଧ  ଓ ଆତ୍ୟାବଶ୍ୟକୀୟ ଜିନିଷ ନିଜ ପାଖରେ ରଖିବାକୁ କୁହାଯାଇଛି। ରାଜ୍ୟରେ ଥିବା ଦୁର୍ବଳ ନଦୀବନ୍ଧ ପାଇଁ ୨୪ ଘଣ୍ଟଆ ପାଟ୍ରୋଲିଂ ବ୍ୟବସ୍ଥା (SRC has directed to ensure 24x7 patrolling of vulnerable river embankments ) ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।  ଏହି ଖବରଟି ବର୍ତ୍ତମାନ ଅପଡେଟ୍ କରାଯାଉଛି। ବନ୍ୟା ଜନିତ ଅଧିକ ଖବର ଜାଣିବ ପାଇଁ ZEE ODISHA NEWS ସହ ଯୋଡି ହୋଇ ରୁହନ୍ତୁ।...

#Flood